Movie prime

ନବୀନ ସରକାର ଙ୍କୁ ଧୋଇଲେ ଯୁବକ, ଅର୍ପଣ ରଥ ରେ ୟେଗୁଡ଼ା ଙ୍କ ଫଟୋ କାଈ ଲଗେଇଛ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଙ୍କ ଅର୍ପଣ ରଥ ଚାରିଆଡ଼େ ବୁଲୁଛି। ଆଉ ଏହାକୁ ନେଇ ଏବେ କିଛି ଅଞ୍ଚଳରେ ବିବାଦ ଲାଗି ରହିଥିବା ଦେଖା ଯାଉଛି।
Special Report
ଲୋକମାନେ କହୁଛନ୍ତି କି ସେମାନେ ଶ୍ରୀ ଜଗନ୍ନାଥ ଙ୍କୁ ଦେଖିବାକୁ ଯାଉଛନ୍ତି ସେଥିପାଇଁ ସେମାନେ ନବୀନ ପଟ୍ଟନାୟକ ଙ୍କୁ ସେ ଅର୍ପଣ ରଥରେ ଦେଖିବାକୁ ଚାହୁଁ ନାହାଁନ୍ତି। ଲୋକେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି କି ସେ କିଏ?
ଆଉ ତାଙ୍କୁ କାହିଁକି ଏହି ରଥରେ ଆଣିଲ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ। ଅର୍ପଣ ରଥରେ ନବୀନ ପଟ୍ଟନାୟକ ଙ୍କ ଫଟୋ ଦେଖିବା ପରେ ଏବେ ତାତି ଯାଇଛନ୍ତି ଲୋକେ। ଶ୍ରୀ ମନ୍ଦୀର ପରିକ୍ରମା ପ୍ରକଳ୍ପ ପାଇଁ ଏବେ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ।
ପଞ୍ଚାୟତ ରୁ ପଞ୍ଚାୟତ ଗାଁ ରୁ ଗାଁ ଏବେ ଏହି ରଥ ବୁଲୁଛି। ଶ୍ରଦ୍ଧାଳୁ ମାନଙ୍କ ଠାରୁ ଚାଉଳ ଓ ଗୁଆ ମଧ୍ୟ ଏବେ ସଂଗ୍ରହ ଚାଲିଛି। ହେଲେ ଏହି ଅର୍ପଣ ରଥରେ ଜଗନ୍ନାଥ ଙ୍କ ସହ ନବୀନ ଙ୍କ ଫଟୋ ଦେଖି ଲୋକେ ତାତି ଯାଇଛନ୍ତି।
Special Report
ଆଉ ଲୋକମାନେ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ଏବେ ଗୋଟିଏ ମୋବାଇଲ ରୁ ଅନ୍ୟ ଏକ ମୋବାଇଲ ଖୁବ ଭାଇରାଲ ହେବାରେ ଲାଗିଛି। ଖାଲି ସେମାନେ ଅସୋନ୍ତୋଷ ହୋଇ ନାହାଁନ୍ତି ବରଂ
ସେମାନେ ରାଗିକି ସେହି ଫଟୋ କୁ ଚିରି ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ସ୍ଥାନରେ ନୁହେଁ ବରଂ ରାଜ୍ୟର ଅନେକ ସ୍ଥାନରେ ଏହି ଅର୍ପଣ ରଥକୁ ନେଇ ବିବାଦ ଲାଗି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା।
କାରଣ ଲୋକମାନେ କହିଛନ୍ତି କି ନବୀନ ସରକାର ଏହି ରଥକୁ ନେଇ ରାଜନୀତି କରୁଛି ବୋଲି। ଆଉ ଅର୍ପଣ ରଥ ନାମରେ ଏହି ରାଜନୀତି କୁ ଲୋକମାନେ ଖୁବ୍ ବିରୋଧ କରିଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଏହା ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତେବେ ଆପଣଙ୍କୁ ଏହା କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।