Movie prime

ନବୀନ କାର୍ଡ ରେ ଆପଣ ଉଠେଇ ପାରିବେ ଏହି ସବୁ ଫାଇଦା, ଆଉ କୋଉ ଗରିବ କାନ୍ଦିବନି.. ସବୁ ହସିବେ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏବେ ନବୀନ କାର୍ଡ କୁ ନେଇ ଏକ ବହୁତ ବଡ଼ ଅପଡେଟ ଆସି ଯାଇଛି। ଆଜିକାଲି ଅନେକ ଲୋକଙ୍କ ମନରେ ଏହା ଡାଉଟ ରହିଛି କି ଏହି କାର୍ଡ ରେ ଆମକୁ କଣ କଣ ସୁବିଧା ସବୁ ମିଳିବ।
Special Report
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପ୍ରସାରଣ କରି ଦେଇଛନ୍ତି।BSKY ଅନ୍ତର୍ଭୁକ୍ତ ହୋଇ ନଥିବା ସବୁ ଗ୍ରାମୀଣ ଲୋକ ମାନେ ଏହି ଯୋଜନାର ସୁଫଳ ପାଇ ପାରିବେ।
ଯେମିତି କି ଆପଣ ମାନେ ଜାଣିଥିବେ କି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ। ଏହି କାର୍ଡ ଯେଉଁ ମାନଙ୍କ ପାଖରେ ରହିଛି ସେମାନେ ମାଗଣା ଭାବରେ ଚିକିତ୍ସା ପାଇ ପାରୁଛନ୍ତି। ହେଲେ ଏହି କାର୍ଡ ପାଇବାକୁ ହେଲେ ଲୋକ ମାନଙ୍କ ନିକଟରେ ରାସନ୍ କାର୍ଡ ଥିବା ଆବଶ୍ୟକ ଅଟେ।
ହେଲେ ଏବେ ଯେଉଁ ନବୀନ କାର୍ଡ ଆସୁଛି ଯେଉଁ ଲୋକ ମାନଙ୍କ ନିକଟରେ ରାସନ୍ କାର୍ଡ ନାହିଁ କି ସେମାନେ ରାସନ୍ କାର୍ଡ ପାଇବା ପାଇଁ ଯୋଗ୍ୟ ସେମାନେ ଏବେ ଚାହିଁଲେ ନବୀନ କାର୍ଡ କରି ପାରିବେ।
Special Report
ସେମାନେ ମଧ୍ୟ ମାଗଣା ଚିକିତ୍ସା ପାଇ ପାରିବେ। ପରିବାର ରେ ବାର୍ଷିକ ୫ ଲକ୍ଷ ଟଙ୍କା ମାଗଣା ଚିକିତ୍ସା ପାଇ ପାରିବେ। ଯଦି ମହିଳା ସଦସ୍ୟ ହୋଇଥିବେ ତେବେ ତାଙ୍କୁ ଦଶ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ଦିଆଯାଇ ପାରିବ।
ଆବେଦନ କାରୀ ୨୦୨୨-୨୩ ବର୍ଷର ଆୟକର ଦାତା ନ ହୋଇ ଥିବା ଆବଶ୍ୟକ। ସେହିଭଳି ପେନସନ କିମ୍ବା ସରକାରୀ କର୍ମଚାରୀ ନ ହୋଇଥିବା ଆବଶ୍ୟକ। ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଜାନୁଆରୀ ୬ ରୁ ୧୬ ଭିତରେ ମୋ ସେବା କେନ୍ଦ୍ର ଯାଇ ସେଠାରେ ଆବେଦନ କରି ପାରିବେ।
ସେଠାରେ ଏହା ମାଗଣାରେ ଆବେଦନ କରାଯାଉଛି। ମୋ ସେବା କେନ୍ଦ୍ରରେ ଆପଣ ଆପଣଙ୍କ ନାମ ପଞ୍ଜିକରଣ କରି ପାରିବେ। ରାଜ୍ଯ ସରକାର ଙ୍କ ସୁଚନା ମୁତାବକ ୧୮ ବର୍ଷରୁ ଉର୍ଦ୍ଧ ଯେ କୌଣସି ସଦସ୍ୟ
BSKY ନବୀନ କାର୍ଡ ନିମନ୍ତେ ପରିବାର ପକ୍ଷରୁ ଆବେଦନ କରି ପାରିବେ। ତେବେ ଏହି ଯୋଜନା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।