Movie prime

ନୟାଗଡ଼ ଛେନାପୋଡ଼ ଦେଇ ରାଜସ୍ମିତାଙ୍କୁ ଫସାଇ ଦେଲେ କନ୍ନଡ ପୁଅ ଦେଖନ୍ତୁ କଣ କହିଲେ

 
Special report
ବର୍ତମାନ ଓଡ଼ିଆ ଝିଅ ସାଜିଛନ୍ତି କନ୍ନଡ଼ ବୋହୂ।ଆପଣମାନେ ଡାନ୍ସିଂ କୁଇନ ରାଜସ୍ମିତା କର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ହିନ୍ଦୀ ର ରୀୟଲିଟି ସୋ ଡାନ୍ସ ଇଣ୍ଡିଆ ଡାନ୍ସ ସିଜି ନ ୬ ରେ ଭାଗ ନେଇଥିଲେ।
ଦର୍ଶକ ମାନେ ତାଙ୍କୁ ବେଶ ପସନ୍ଦ କରିଥାନ୍ତି।ଡାନ୍ସିଂ କୁଇନ ରାଜସ୍ମିତା କର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି।ଏବଂ ସେ ତାଙ୍କ ସ୍ଵାମୀ ଙ୍କ ସହିତ ନଜର ରେ ଆସିଛନ୍ତି।
ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି ଲୋକେଶ।ଲୋକେଶ କହିଛନ୍ତି ସେ ରାଜସ୍ମିତା ଙ୍କୁ ବାହା ହୋଇଛନ୍ତି ବୋଲି ବହୁତ ଖୁସି ଅଛନ୍ତି।ଡାନ୍ସିଂ କୁଇନ ରାଜସ୍ମିତା କର କହିଛନ୍ତି ଯେ ସେ ବର୍ତମାନ ବାହା ହେବା ପାଇଁ ପ୍ରସ୍ତୁତ ନଥିଲେ।
କିନ୍ତୁ ଏବେ ସେ ବାହା ହୋଇଛନ୍ତି ବୋଲି ବିଶ୍ୱାସ କରି ପାରୁ ନାହାଁନ୍ତି।ଦୁଇ ମାସ ମଧ୍ୟରେ ସବୁକିଛି ହୋଇଗଲା।ଡାନ୍ସିଂ କୁଇନ ରାଜସ୍ମିତା କର ଙ୍କ ପରିବାର ଲୋକେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି।
 
କିନ୍ତୁ ବର୍ତମାନ ସେ ବହୁତ ଖୁସି ଅଛନ୍ତି।ସେ ପ୍ରଥମ ରୁ ଭାବିଥିଲେ ତାଙ୍କୁ ଏକ ସରଳ ପିଲା ଦରକାର।ଯାହା ସହିତ ସେ ସବୁ କଥା ସେୟାର କରି ପାରିବେ।ଖୁସିରେ ରହି ପାରିବେ।ଲୋକେଶ ଙ୍କ ବ୍ୟବହାର ତାଙ୍କୁ ବହୁତ ଭଲ ଲାଗିଥିଲ।
ଲୋକେଶ ଯାହା ନିଷ୍ପତି ନେଇଥାନ୍ତି, ଯେଉଁ ଭଳି ଭାବରେ ସବୁ କାମ କରନ୍ତି ସେ ବିଷୟରେ ପରସ୍ପର କଥା ହୋଇଥିଲେ।ତାହା ଡାନ୍ସିଂ କୁଇନ ରାଜସ୍ମିତା କର ଙ୍କୁ ବହୁତ ଭଲ ଲାଗିଥିଲ।
ପରିବାର ଲୋକେ ଲୋକେଶ ଙ୍କୁ ବହୁତ ପସନ୍ଦ କରିଲେ। ରାଜସ୍ମିତା ଙ୍କୁ ତାଙ୍କ ଭଉଣୀ ମାନେ ବାହା ହେବାପାଇଁ କହିଥିଲେ।ଏହାପରେ ରାଜସ୍ମିତା ଆଉ ଲୋକେଶ ଙ୍କ ଲଭ ଷ୍ଟୋରୀ ଆରମ୍ଭ ହୋଇଥିଲା।
ଡାନ୍ସିଂ କୁଇନ ରାଜସ୍ମିତା କର ଆହୁରି କହିଛନ୍ତି ଯେ ତାଙ୍କ ସ୍ଵାମୀ ପ୍ରଥମ ଡେଟ୍ ରେ ବୁଲେଟ ରେ ନୟାଗଡ଼ କୁ ଯାଇ ଛେନାପୋଡ଼ ଆଉ କାଲାକନ୍ଦ ଆଣିଥିଲେ।ଏହା ଦେଖି ସେ ବହୁତ ହସିଥିଲେ ଏବଂ ଖୁସି ମଧ୍ୟ ହୋଇଥିଲେ।