Movie prime

ନା କେନ୍ଦ୍ରାପଡ଼ା ରୁ,ନା କଟକ ରୁ... ମିଳିଲାନି ଟିକେଟ..ଏବେ କଣ କରିବେ ପୂର୍ବ ସାଂସଦ ଅନୁଭବ..

 
Vvh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ବନ୍ଧୁଗଣ କେନ୍ଦ୍ରାପଡ଼ାର ରାଜନୀତିକୁ ଯଦି ଦେଖିବା ତେବେ କେନ୍ଦ୍ରାପଡ଼ା ହେଉଛି ବିଜେଡ଼ି ର ଗଡ। ବିଜୁ ଜନତା ଦଳ ଗଢା ହେବା ଦିନ ଠାରୁ ହିଁ କେନ୍ଦ୍ରାପଡ଼ା ଲୋକସଭା ଆସନ ବିଜୁ ଜନତା ଦଳ ହାତରେ ରହି ଆସିଛି। 
Hh
୨୦୧୯ ରେ ବୈଜୟନ୍ତ ପଣ୍ଡା ଙ୍କୁ ହରାଇ ସେଠାକାର ସାଂସଦ ହୋଇଥିଲେ ଅନୁଭବ ମହାନ୍ତି। ହେଲେ ସେ ଲୋକଙ୍କ ପାଇଁ କିଛି କରି ନାହାନ୍ତି ବୋଲି ଏହା ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚା ମଧ୍ୟ ହୋଇଥାଏ। କେନ୍ଦ୍ରାପଡା ଟିକେଟ କାହାକୁ ମିଳିବ ସେନେଇ ଆରମ୍ଭ ହୋଇଛି ଆକଳନ।
କେବଳ ରାଜ୍ୟ ନୁହେଁ ସାରା ଦେଶର ମଧ୍ୟ ନଜର ଥିଲା କେନ୍ଦ୍ରାପଡା ଉପରେ। ସେଠାରେ ଶାସକ ବିଜେଡି ପାଇଁ କେନ୍ଦ୍ରାପଡା ଏମପି ଆସନ ଜିତିବା ଥିଲା ସମ୍ମାନର ପ୍ରଶ୍ନ। 
କାରଣ ସେଠାରେ ବିଜେପି ଟିକେଟରୁ ଲଢିଥିଲେ ବିଜେଡିରୁ ବିଦା ହୋଇଥିବା ନେତା ବୈଜୟନ୍ତ ପଣ୍ଡା। ୨୦୧୪ ନିର୍ବାଚନରେ ବୈଜୟନ୍ତ ବିଜେଡି ଟିକେଟରେ ଜିତିଥିଲେ। ହେଲେ ୨୦୧୯ର ସ୍ଥିତି ଥିଲା ସଂପୂର୍ଣ୍ଣ ଅଲଗା।
Gg
ତେଣୁ ବୈଜୟନ୍ତଙ୍କୁ ହରାଇବା ପାଇଁ ବଳ ଲଗାଇଥିଲା ବିଜେଡି। ଆଉ ତାଙ୍କ ବିପକ୍ଷରେ ଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି। ଉଭୟଙ୍କ ମଧ୍ୟରେ ଫାଇଟ ହୋଇଥିଲା ଜୋରଦାର। ଆଉ ଶେଷରେ ବାଜି ମାରିଥିଲେ ଅନୁଭବ। 
ଅନୁଭବ ମହାନ୍ତି ୬ ଲକ୍ଷ ୨୮ ହଜାର ୯୩୯ ଭୋଟ ପାଇଥିବା ବେଳେ ବୈଜୟନ୍ତ ପଣ୍ଡା ପାଇଥିଲେ ୪ ଲକ୍ଷ ୪୭ ହଜାର ୪୫୬ ଭୋଟ। ଆଉ ତୃତୀୟ ସ୍ଥାନରେ ରହି କଂଗ୍ରେସର ଧରଣୀଧର ନାୟକ ପାଇଥିଲେ ୧ ଲକ୍ଷ ୧୩ ହଜାର ୮୪୧ ଭୋଟ।
ହେଲେ ୨୦୨୪ କେନ୍ଦ୍ରାପଡାରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏବେ ପାରିବାରିକ ମାମଲାରେ ଛନ୍ଦି ହୋଇଛନ୍ତି। ତେଣୁ ଚର୍ଚ୍ଚା ହେଉଛି ଯେ ଅନୁଭବ ବିଜେଡି ପ୍ରାର୍ଥୀ ହେବା ସଂଭାବନା କମ୍। ତେଣୁ ଚଳିତ ବର୍ଷ କିଏ ଟିକେଟ ପାଇ ନିର୍ବାଚନକୁ ଓହ୍ଲାଇବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।