Movie prime

ଭୁବନେଶ୍ବର ରେ ଟ୍ରାଫିକ ପୋ-ଲି-ସ ଙ୍କ ନୂଆ ରୂପ..ମୁଣ୍ଡ ରେ ରହିଛି AC ହେଲମେଣ୍ଟ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୁବନେଶ୍ୱର ଟ୍ରାଫିକ ପୋଲିସ ମାନଙ୍କ ପାଇଁ ଆସିଲା ଏସି ହେଲମେଟ। ଏହା ଦ୍ବାରା ଏହି ଅସହ୍ୟ ତାତି କବଳରୁ ତାଙ୍କୁ ଟିକେ ଆଶ୍ୱସ୍ତି ମିଳିବ। କାରଣ ଏତେ ବଡ଼ ଟାଣ ଖରାରେ ସେମାନେ ଛିଡ଼ା ହୋଇ
ଯାନବାହାନ ଗୁଡିକ ଉପରେ ନଜର ରଖନ୍ତି। କେଉଁଠି ଦୁର୍ଘଟଣା ଯେମିତି ନଘଟିବ ସେଥିପାଇଁ ସେମାନେ ଦୃଷ୍ଟି ଦିଅନ୍ତି। ଅସହ୍ୟ ତାତି ରୁ ଏବେ ସେମାନଙ୍କୁ ରକ୍ଷା କରିବା ପାଇଁ ଆସି ଯାଇଛି ଏସି ହେଲମେଟ।
Bb
ଏହି ହେଲମେଟ ଛଅ ଘଣ୍ଟା ଚାର୍ଜ ହେବ ଓ ଆଠ ଘଣ୍ଟା ପର୍ଯ୍ୟନ୍ତ ଏହା ଚାଲିବ। ଏହା ୧୦ ରୁ ୧୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ ତାପମାନ ଅନୁଭବ କରାଇବ। ଅର୍ଥାତ ବାହାର ତାପମାତ୍ରା ଠାରୁ ଏହା ୧୦ ରୁ ୧୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରଖିବ।
ସେଥିପାଇଁ ଏବେ କୁହା ଯାଉଛି କି ଟ୍ରାଫିକ ପୋଲିସ ମାନଙ୍କୁ ଉପରୁ ପ୍ରଚଣ୍ଡ ଖରା ସହି ଆଉ କାମ କରିବାକୁ ପଡିବ ନାହିଁ। କମିଶନର ପୋଲିସ ପ୍ରଥମ ଥର ପାଇଁ ଓଡ଼ିଶାରେ ଡେମୋ ଭାବରେ ଏହାକୁ ବ୍ୟବହାର କରାଯାଇଛି ।
ଏହି ଏସି ହେଲମେଟ ଆଗରୁ ଗୁଜୁରାଟ ରେ ଆରମ୍ଭ ହୋଇଥିଲା ଆଉ ଏବେ ଦ୍ଵିତୀୟରେ ଏହା ଓଡ଼ିଶାରେ ଆରମ୍ଭ କରାଯାଇଛି। ଆଉ ଏହା ଟ୍ରାୟାଲ କରାଯାଇଛି। ଏଥିରେ ମଧ୍ୟ ଟ୍ରାଫିକ ପୋଲିସ ମାନଙ୍କୁ ଆଶ୍ୱସ୍ତି ମିଳିଛି।
Hh
ଏହାର ଓଜନ ଟିକେ ଅଧିକ ହୋଇଥିଲେ ମଧ୍ୟ ଏହା ଖରା ପାଇଁ ବେଶ ଆରାମ ଦାୟକ ଅଟେ। ଟ୍ରାଫିକ ପୋଲିସ ମାନେ ମଧ୍ୟ କମିଶନର ଙ୍କ ଏଭଳି ଏକ ବ୍ୟବସ୍ଥା ପାଇଁ ସେମାନେ ଖୁବ୍ ଖୁସୀ ମଧ୍ୟ ଅଛନ୍ତି ବୋଲି କହିଥିଲେ।
ଅସହ୍ୟ ଖରା ରେ ଛିଡ଼ା ହୋଇ ଲୋକ ମାନଙ୍କ ପାଇଁ ସେମାନେ ଜେଉଁ କାମ କରନ୍ତି ତାଙ୍କୁ ଖୁବ୍ କଷ୍ଟ ହୁଏ। ହେଲେ ଏବେ ତାଙ୍କୁ ଖୁବ୍ ଆରାମ ଲାଗୁଥିବା ସହ ଖୁବ୍ ଭଲ ଲାଗୁଛି ବୋଲି ମଧ୍ୟ ସେ କହିଥିଲେ। ଏବେ ଏହି ଏସି ହେଲମେଟ କୁ ନେଇ ସାରା ରାଜ୍ୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ଆପଣଙ୍କୁ ଏହି ଏସି ହେଲମେଟ କିପରି ଲାଗୁଛି ଆଉ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.