Movie prime

ଜନ୍ମାଷ୍ଟମୀରେ ଦୁଇ ଝିଅଙ୍କୁ ରାଧା କଲେ ଅଭିନେତ୍ରୀ ଝିଲିକ ଦେଖନ୍ତୁ କେତେ ସୁନ୍ଦର ଭାବେ ସଜେଇ ଦେଇଛନ୍ତି ରାଧାରାଣୀ ବେଶରେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ଲୋକପ୍ରିୟ ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ଜାଣିଥିବେ। ଝିଲିକ୍ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
Special report
ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ଜଣେ ପ୍ରଯୋଜିକା ମଧ୍ୟ ଅଟନ୍ତି। ଲୋକମାନଙ୍କୁ ତାଙ୍କ ଅଭିନୟ ପସନ୍ଦ ଆସିଥାଏ। ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜୀ ଓଡିଶାର ଘରେ ଘରେ ବେଶ ଜଣାଶୁଣା। 
ଅଭିନୟ ଜୀବନ ଠାରୁ ଆରମ୍ଭ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସବୁକୁ ନେଇ ଚର୍ଚ୍ଚାରେ ରୁହନ୍ତି ଝିଲିକ। ସେ ଓଡ଼ିଆ ଫିଲ୍ମ କରିବା ସହିତ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୩ ରେ ଓଲିଉଡରେ ଫିଲ୍ମ ଟାର୍ଗେଟ ଜରିଆରେ ଡେବ୍ୟୁ କରିଥିଲେ।
Special report
ଲଭ୍‌ ୟୁ ହମେଶା, ଜଗା ହାତରେ ପଘା, ବେବି ଆଦି ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ବନ୍ଧୁଗଣ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇଙ୍କୁ ବିବାହ କରିଛନ୍ତି ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ। ୨୦୨୦ ମସିହାରେ ଚିଲିକାର ଏକ ରିସୋର୍ଟରେ ଦୁଇ ଜଣଙ୍କ ବିବାହ ହୋଇଥିଲା। 
ବିବାହ ପରେ ଝିଲିକ ଏକ ଜାଆଁଳା ଶିଶୁକନ୍ୟାଙ୍କ ମା’ ମଧ୍ୟ ହୋଇ ସାରିଛନ୍ତି। ଝିଲିକ ତାଙ୍କ ଝିଅ ମାନଙ୍କର ଫଟୋ ଏବଂ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଶେୟାର କରନ୍ତି। ଖୁବ ସୁନ୍ଦର ଝିଅ ଦୁଇଟିକୁ ଜନ୍ମ ଦେଇଛନ୍ତି ଝିଲିକ।
Special report
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ଅଭିନେତ୍ରୀ ଝିଲିକ୍ ତାଙ୍କ ଦୁଇ ଝିଅଙ୍କୁ ଜନ୍ମାଷ୍ଟମୀ ରେ ରାଧା ବେଶରେ ସଜାଇଛନ୍ତି। ରାଧା ବେଶରେ ଝିଲିକ ଙ୍କ ଦୁଇ ଝିଅ ଖୁବ୍ ସୁନ୍ଦର୍ ଦେଖା ଯାଉଛନ୍ତି। 
ଆଉ ଦୁଇ ଝିଅଙ୍କୁ ଝିଲିକ ସ୍ନେହରେ ଗେଲ କରିବା ସହିତ ତାଙ୍କ ସହିତ ଖେଳାଖେଳି ମଧ୍ୟ କରୁଛନ୍ତି। ଏବଂ ଦୁଇ ଝିଅଙ୍କ ସହିତ ଝିଲିକ ସମୁଦ୍ର କୂଳରେ ବୁଲାବୁଲି କରୁଥିବାର ନଜର ଆସୁଛନ୍ତି। ସେଠାରେ ସେମାନେ ଅନେକ ସୁନ୍ଦର ଫଟୋ ମଧ୍ୟ ଉଠାଇଛନ୍ତି।
ତେବେ ବନ୍ଧୁଗଣ ତାଙ୍କ ଦୁଇ ଝିଅ ଙ୍କ ନାମ ହେଉଛି ମାନି,ବାନୀ। ତେବେ ଦୁହେଁ ବହୁତ ସୁନ୍ଦର ଦେଖିବାକୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.