Movie prime

ନିକଟ ରେ ଆସିଥିବା ରିପୋର୍ଟ ରୁ ଜଣା ପଡ଼ୁଚି କି ଓଡ଼ିଶା ରାଜନୈତିକ ଅପରାଧ କରିବାରେ ୧ ନମ୍ବର ରେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜନୈତିକ ହ-ତ୍ୟା ଏବଂ ଦଙ୍ଗା ରେ ଓଡ଼ିଶା ଏବେ ସବୁଠାରୁ ଆଗରେ। ତିନି ବର୍ଷ ମଧ୍ୟରେ ୧୧ ଜଣକୁ ହ-ତ୍ୟା ଓ ୩୬୦ ରାଜନୈତିକ ଦଙ୍ଗା।
Special Report
୨୦୨୨ ରେ ରାଜନୈତିକ ଉଦ୍ଦେଶ୍ୟ ରଖି ହ-ତ୍ୟାରେ ଓଡ଼ିଶା ୨ ନମ୍ବର୍ ରେ ଥିଲା। ରାଜନୈତିକ ଉଦ୍ଦେଶ୍ୟରେ ୨୦୨୨ ରେ ୮ ଜଣକୁ ହ-ତ୍ୟା କରାଯାଇ ଥିଲା।୨୦୨୨ ରେ ୨୨୪ ଟି ରାଜନୈତିକ ଦଙ୍ଗା ବା ହିଂସା ସୃଷ୍ଟି ହୋଇଛି।
ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ବୋଲି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ବାରମ୍ବାର କହି ଥାଆନ୍ତି। ହେଲେ ଗତ ତିନି ବର୍ଷ ରୁ ରାଜ୍ୟରେ ଦଙ୍ଗା ବା ରାଜନୈତିକ ହିଂସା ବଢି ଚାଲିଛି ଓ
ରାଜନୈତିକ ହ-ତ୍ୟା ରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଛି ତାହା ରାଜ୍ଯ ପୋଲିସ ନିକଟରେ ରୁଜ୍ଜୁ ହୋଇଥିବା ମାମଲା ରୁ ସ୍ପଷ୍ଟ ଭାବରେ ଜଣାପଡ଼ି ଯାଉଛି। ଓଡ଼ିଶାରେ ୨୦୨୨ ରେ ୮ ଜଣକୁ ରାଜନୈତିକ ଉଦ୍ଦେଶ୍ୟରେ ହ-ତ୍ୟା କରାଯିବା ନେଇ ମମଲା ରୁଜ୍ଜୁ କରାଯାଇଛି।
Special Report
ଏହା ଦ୍ବାରା ଓଡ଼ିଶା ଏବେ ସାରା ଭାରତରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା। ଏହାକୁ ନେଇ ବିଧାୟକ ସୁର ରାଉତ ରାୟ କହିଥିଲେ କି ଓଡ଼ିଶା ଏକ ଶାନ୍ତ ରାଜ୍ଯ ଥିଲା। ଏହା ଶ୍ରୀ ଜଗନ୍ନାଥ ଙ୍କ ରାଜ୍ୟ ଥିଲା ହେଲେ ଏବେ ଚାରିଆଡ଼େ ହ-ତ୍ୟା।
କ୍ରିମିନାଲ ଲିଷ୍ଟ ଦେଖିଲେ ଝାଡ଼ଖଣ୍ଡ ଓ ବିହାର ତଳେ ଏବେ ଓଡ଼ିଶା ରହିଛି। ଓଡ଼ିଶାର ଏଭଳି ଅବସ୍ଥା ନିଶ୍ଚିତ ଭାବରେ ଖୁବ୍ ଚିନ୍ତନୀୟ ଅଟେ। ଯେଉଁମାନେ ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି ସେମାନେ ହିଁ ସାମିଲ ରହୁଛନ୍ତି।
ରାଜନୈତିକ ସ୍ବାର୍ଥ ପାଇଁ ସେମାନେ ଯେଉଁ ସ୍ତରକୁ ଯାଇ ପାରୁଛନ୍ତି ସେହି ସ୍ତରକୁ ଚାଲି ଯାଉଛନ୍ତି। ଅନେକ ବିଧାୟକ ମାନଙ୍କ ନାମରେ ସଙ୍ଗୀନ ଅପରାଧିକ ମାମଲା ମଧ୍ଯ ରହିଛି।
ଯେଉଁଠି ହିଂସା ହେଉଛି କେଉଁଠି ନା କେଉଁଠି ଏଥିପାଇଁ ସରକାରୀ ଦଳ ମଧ୍ୟ ତାକୁ ପ୍ରୋତ୍ସାହନ ଦେଉଛି। ଏହା ପଛରେ ଯିଏ ଅସଲ ଅପରାଧୀ ତାହାକୁ ପୋଲିସ ଧରୁ ନାହିଁ ବୋଲି ମଧ୍ୟ ବିଜେପି ଏହା ଅଭିଯୋଗ କରି ଥିବାର ଦେଖିବାକୁ ମିଳିଛି।