Movie prime

ଏହି କାରଣ ପାଇଁ ବଢୁଛି S-esarean D-elivery ସଂଖ୍ୟା ଜାଣନ୍ତୁ ଏହାର ମୁଖ୍ୟ କାରଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଗକାଳରେ ଲୋକମାନେ ପିଲା ଜନ୍ମ କରିବା ପାଇଁ ମେଡିକାଲ ନଥିଲା । ଲୋକମାନେ ଘରେ ଛୁଆ ଜନ୍ମ କରୁଥିଲେ ।
କିନ୍ତୁ ଆଜିକାଲି ଗର୍ଭବତୀ ମହିଳାମାନେ ଛୁଆ ଜନ୍ମ କରିବା ପାଇଁ ମେଡ଼ିକାଲକୁ ଯାଇଥାନ୍ତି । ଆଉ ଅନେକ ଲୋକଙ୍କର ନର୍ମାଲ ଡେଲିଭରି ହୋଇଥାଏ । ଆଉ ଅନେକ ଲୋକଙ୍କର ଅସ୍ତ୍ରୋପଚାର କରାଯାଇଥାଏ । ଏବେ ଓଡ଼ିଶା ଅସ୍ତ୍ରୋପଚାର ପ୍ରସବରେ ରେକର୍ଡ ଭାଙ୍ଗୁଛି ।
ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନରେ ପରାମର୍ଶ ଅନୁସାରେ ୧୫ ପ୍ରତିଶତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଓଡ଼ିଶା ରାଜ୍ୟର ଘରୋଇ ହସ୍ପିଟାଲରେ ଏହି ହାର ୭୦ ପ୍ରତିଶତରୁ ଅଧିକ ଅଟେ ।
ଗତ ୩ ବର୍ଷରେ ଜଗତସିଂହପୁର ଜିଲ୍ଲାରେ ଉଭୟ ସରକାରୀ ଏବଂ ବେସରକାରୀ ଜନ୍ମିତ ଶିଶୁଙ୍କ ସଂଖ୍ୟା ୨୯ ହଜାର ୭୪୦ । ଏଥିରୁ ୪୦ ପ୍ରତିଶତ ଶିଶୁ ସିଜରିଆନ ଡେଲିଭରି ବୋଲି ଜଣାପଡିଛି । ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରାକୃତିକ ଉପାୟରେ ସାଧାରଣ ପ୍ରସବକୁ ଗୁରୁତ୍ଵ ଦିଆଯିବା ଉଚିତ୍ ।
କେବଳ ଜଟିଳ ପରିସ୍ଥିତିରେ ସିଜରିଆନ୍ ଡେଲିଭରି କରାଯାଇପାରେ । ସେଥିପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ସିଜରିଆନ୍ ଡେଲିଭରିକୁ ୧୫ ପ୍ରତିଶତରେ ସୀମିତ ରଖିବାକୁ ପରାମର୍ଶ ଦେଇଛି ।
ଦେଶରେ ମଧ୍ୟ ଅନେକ ଶିଶୁ ସିଜରିଆନ୍ ଡେଲିଭରି ହୋଇ ଜନ୍ମ ନେଇଛନ୍ତି । ଦେଶର ଘରୋଇ ହସ୍ପିଟାଲରେ ୪୭. ୪ ପ୍ରତିଶତ ଶିଶୁ ଅସ୍ତ୍ରୋପଚାର ଜରିଆରେ ଜନ୍ମ ନେଇଛନ୍ତି । ଓଡ଼ିଶାରେ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଜରିଆରେ ୭୦ ପ୍ରତିଶତ ଶିଶୁ ଜନ୍ମ ହୋଇଛନ୍ତି ।
ପରିବର୍ତ୍ତିତ ଜୀବନଶୈଳୀ, ବିଳମ୍ବିତ ଶୈଳୀରେ ବିବାହ , ଯନ୍ତ୍ରଣା ସହଣୀର ଇଚ୍ଛାଶକ୍ତିରେ ହ୍ରାସ, ଶୀଘ୍ର ଡାକ୍ତରଖାନା ଛାଡ଼ି କାମରେ ଯୋଗ ଦେବା ମନୋଭାବ ପାଇଁ ଅଧିକ ଅସ୍ତ୍ରୋପଚାର ହେଉଛି ।