Movie prime

ନୂଆ ବର୍ଷ ରେ ନୂଆ ଧରଣର ଭେଟି ଦେଲେ ସରକାର : ପେଟ୍ରୋଲ ଦର ୬ ଟଙ୍କା କମିଆସିଲା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର।୨୦୨୪ ରେ ଏହି ଦର ମଧ୍ୟ କମିବାକୁ ଯାଉଛି। ଗତ ଏପ୍ରିଲ ମାସରୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ସ୍ଥିର ରହିଛି।୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି।
Special Report
ସେଥିପାଇଁ ଆସନ୍ତା ନିର୍ବାଚନ ଦୃଷ୍ଟିରୁ ଏହି କମ୍ପାନୀ ଗୁଡ଼ିକ ଦର କମାଇବା ର ସମ୍ଭାବନା ଦେଖା ଦେଇଛି। ତେଲ କମ୍ପାନୀ ଗୁଡ଼ିକ ମୂଲ୍ୟରେ ଯେଉଁ ହ୍ରାସ କରିବେ ତାହା ସେତେ ଅଧିକ ହେବ ନାହିଁ।
କାରଣ ସେମାନଙ୍କ ଲାଭ କୁ ମାତ୍ରାଧିକ ପ୍ରଭାବିତ ହେବାକୁ ଦିଆଯିବ ନାହିଁ। ଗତ ଛଅ ମାସ ହେବ ଏହି ତେଲ କମ୍ପାନୀ ଗୁଡ଼ିକ ଖୁବ୍ ଲାଭ କରୁଛନ୍ତି। ସମ୍ପ୍ରତି କମ୍ପାନୀ ଗୁଡ଼ିକ ଡିଜେଲ ପ୍ରତି ୬ ଟଙ୍କା ଓ ପେଟ୍ରୋଲ ର ୧୧ ଟଙ୍କା ଲାଭ କରୁଛନ୍ତି।
ସାଧାରଣ ରେ କମ୍ପାନୀ ଗୁଡ଼ିକ ଇନ୍ଧନରେ କରୁଥିବା ଲାଭକୁ ଦେଖିଲେ ସେମାନେ ଲିଟର ପିଛା ୪ ରୁ ୬ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ମଧ୍ୟ ହ୍ରାସ କରି ପାରନ୍ତି। ଏହା ହେଲେ ସେମାନଙ୍କ ଲାଭ ସେତେଟା ପ୍ରଭାବିତ ହେବ ନାହିଁ।
Special Report
ଏକଥା ଏମକେ ଗ୍ଲୋବାଲ ର ମୁଖ୍ୟ ଅର୍ଥନୀତିଜ୍ଞ ମାଧବୀ ଅରୋରା କହିଛନ୍ତି। ପୂର୍ବରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଇନ୍ଧନର ଲିଟର ପିଛା ମୂଲ୍ୟ ୪ ରୁ ୬ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇ ପାରେ।
ଯଦି ଉପରୋକ୍ତ ଅନୁସାରେ ସେମାନେ ଦର ହ୍ରାସ କରନ୍ତି ତେବେ ଡିଜେଲ ରେ ୨.୬୦ ପଇସା ଓ ପେଟ୍ରୋଲ ରେ ୫ ଟଙ୍କା ଲାଭ ରହିବ। ଅରୋରା ଙ୍କ କହିବା ଅନୁସାରେ ସରକାର ଙ୍କ ରାଜସ୍ୱ ଆୟ ଭଲ ରହିଥିଲେ ମଧ୍ୟ ତେଲ ଉପରେ ଉତ୍ପାଦ ଶ୍ଲୁକ ହ୍ରାସ ହେବାର ସମ୍ଭାବନା ନାହିଁ।
ଯଦି ଇନ୍ଧନ ଉପରେ ଆଠ ରୁ ଦଶ ଟଙ୍କା ହ୍ରାସ କରାଯାଏ ତେବେ କମ୍ପାନୀ ଗୁଡ଼ିକ କ୍ଷତି ସହିବେ। ଏହି ପେଟ୍ରୋଲ ଡିଜେଲ ଦରକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ପେଟ୍ରୋଲ ଡିଜେଲ ଦର କମିବା ଓ ବଢିବା ଉପରେ ପ୍ରାୟତଃ ଲୋକମାନେ ଖୁବ୍ ନଜର ରଖି ଥାଆନ୍ତି।
ଏବେ ଦର କମିବା ଖବର ଶୁଣିବା ପରେ ସେମାନେ ନିଶ୍ଚିତ ଭାବରେ ଖୁବ ଖୁସୀ ମଧ୍ୟ ହୋଇ ଯିବେ। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।