Movie prime

ଗୁରୁତର ଭାବେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତି ହେଲେ ଏହି ପ୍ରସିଦ୍ଧ ଗୀତିକାର ଦେଖନ୍ତୁ ହଠାତ୍ କଣ ହେଲା

 
Special report
ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀ ଗୁରୁତର ଭାବରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଛି।
Special report
ଚିକିତ୍ସା ସହାୟକ ପାଇଁ ପରିବାରର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ପ୍ରତିନିଧି ଦଳ। ତିନି ହଜାର ପାଞ୍ଚଶହ ରୁ ଉର୍ଦ୍ଧ ଗୀତ ଗାଈ ପାଞ୍ଚ ଦଶମୀ ଧରି ସଂଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏହି କଣ୍ଠ ଶିଳ୍ପୀ। 
୧୯୩୮ ମସିହା ଜାନୁଆରୀ ୨୦ ତାରିକରେ କଟକ ବକ୍ସି ବଜାର ଯାଜକ ଲେନରେ ଜନ୍ମ ଗ୍ରହଣ କରିଥିବା ପ୍ରଣବ ୮୬ ବସନ୍ତ କୁ ଅତିକ୍ରମ କରିଛନ୍ତି। ୧୯୪୮ ମସିହାରେ ସେ ଶିଶୁ ସଂସ୍କାରରେ ଗାଇବା ଆରମ୍ଭ କରିଛନ୍ତି ପରେ
 ଦିଲ୍ଲୀରେ ଆକାଶ ବାଣୀ ପକ୍ଷରୁ ଏକ ସଂଗୀତ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବିନା ଅଡିସନରେ ସେ ଆକାଶ ବାଣୀ ପାଇବାର ସୁଯୋଗ ପାଇଥିଲେ। 
Special report
୧୯୫୮ ମସିହାରେ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା'ରେ ପ୍ରଣବ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ। ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା,
ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ପାରିଥିଲା। ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। 
ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ। ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଣବ କଣ୍ଠଦାନ କରିସାରିଛନ୍ତି।
ତେବେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରବଣ ପଟ୍ଟାନାୟକ ଅସୁସ୍ଥ ଅଛନ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି ତେବେ ତାଙ୍କର ଅସଂଖ୍ୟ ପ୍ରଶଂସକ ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.