ଓଡ଼ିଆ ରେ କଣ ଏସବୁ ଘଟୁଛି, ପୁଣି ଦୀପାଞ୍ଜଳି ଭଳିଆ ଘଟଣା ଘଟିଲା,ଝିଅ ପ୍ରେମ ବିବାହ କଲା ବୋଲି ବାପା ମା ହେଲେ ଶୁଦ୍ଧି
Nov 12, 2023, 12:47 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଆଉ ଏକ ଘଟଣା ଦେଖିବାକୁ ମିଳିଛି ଝିଅ ଅଜାତି ରେ ବାହା ହେବାରୁ ବାପା ମାଆ ତାଙ୍କୁ ଶୁଦ୍ଧି ହୋଇ ଯାଇଛନ୍ତି। ଆଉ ଏବେ ଝିଅ ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି।
ସେହି ଭିଡିଓ ସମ୍ପର୍କରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ। ଯୁବତୀ ଜଣକ ନାମ ହେଉଛି ପାୟଲ ମହାପାତ୍ର। ସେ କହିଥିଲେ କି ତାଙ୍କୁ ୧୮ ବର୍ଷ ହୋଇ ସାରିଛି ଆଉ ନିଜେ ସେ ତାଙ୍କ ନିଷ୍ପତ୍ତି ନେଇ ପାରିବେ।
ଆଉ ତାଙ୍କର ଘର ଲୋକ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ସେ ଏହା ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ବାପା ଯେତେବେଳେ ଏକ ଭିଡ଼ିଓ ମାଧ୍ୟମରେ ଦେଖିବାକୁ ପାଇଥିଲେ କି
ତାଙ୍କର ଝିଅ ଏକ ଅଜାତି ପୁଅ ଙ୍କୁ ବିବାହ କରିଛନ୍ତି ସେତେବେଳେ ସେ ଶୁଦ୍ଧି କ୍ରିୟା କରି ଦେଇଥିଲେ। ଯୁବତୀ ଜଣକ ଗ୍ରାମ ଉମର ହୋଇଥିବା ବେଳେ ତାଙ୍କର ଥାନା ହେଉଛି ଭଦ୍ରେଶ୍ୱର। ସେ କହିଥିଲେ କି ତାଙ୍କୁ କେହି କିଡନାପ କରି ନାହାଁନ୍ତି।
ତାଙ୍କୁ ୧୮ ବର୍ଷ ହୋଇ ଯାଇଛି ଆଉ ସେ ନିଜ ନିଷ୍ପତ୍ତି ମଧ୍ୟ ନିଜେ ନେଇ ପାରିବେ। ଆଉ ସେ ନିଜ ଇଛାରେ ହିଁ ଘରୁ ପଳାଇ ଯାଇଛନ୍ତି ବୋଲି ମଧ୍ୟ କହିଥିଲେ। ତାଙ୍କ ଘରେ ତାଙ୍କୁ ଖୁବ ନିର୍ଯାତନା ଦିଆ ଯାଉଥିବା ବେଳେ ଏବେ ସେ ଯେଉଁଠାରେ ଅଛନ୍ତି ଖୁବ ସୁରକ୍ଷିତ ଅଛନ୍ତି ବୋଲି ମଧ୍ୟ କହିଥିଲେ।
ସେ ଏକଥା ମଧ୍ଯ କହିଛନ୍ତି କି ତାଙ୍କର ସ୍ୱାମୀ ଅର୍ଥାତ ଆକାଶ ଓ ତାଙ୍କର ପରିବାର ଲୋକଙ୍କ ଯଦି କୌଣସି ପ୍ରକାରର କ୍ଷତି ହୁଏ ତେବେ ତାଙ୍କ ପରିବାର ଲୋକ ହିଁ ଦାୟୀ ରହିବେ ବୋଲି କହିଥିଲେ।
ଆଉ ତାଙ୍କର ଗ୍ରାମର କିଛି ଅସାମାଜିକ ଲୋକଙ୍କୁ ମଧ୍ଯ ଏଥିପାଇଁ ସେ ଦାୟୀ କରିଥିଲେ। ଆଉ ସେ ୨୨ ଅକ୍ଟୋବର ୨୦୦୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବେ ତାଙ୍କୁ ୧୮ ବର୍ଷ ମଧ୍ୟ ହୋଇ ସାରିଛି।
ଯଦି ତାଙ୍କର ଘର ଲୋକ କୌଣସି ପ୍ରକାରର ଅଭିଯୋଗ କରନ୍ତି କି ଥାନାରେ କେସ କରନ୍ତି ତେବେ ସେ ମଜିଷ୍ଟେଟ ଙ୍କ ପାଖରେ ସବୁ କଥା କହିଦେବେ ବୋଲି କହିଛନ୍ତି। ତେବେ ଏହି କଥା ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।