Movie prime

ଓଡ଼ିଶା ରେ ବାଟବଣା ହୋଇଗଲା ଆମେରିକା ର FBI, ଗୋପାଳ ଜେଲ୍ ରେ ଏବେ ଫୁଲ ମସ୍ତି ରେ ରହୁଛି

 
Special report
ଏତେ ବଡ଼ ହାଇ ପ୍ରୋଫାଇଲ୍ ହ-ତ୍ୟା ମାମଲାରେ ସଂପୃକ୍ତି ସତେ ମଧ୍ୟ ଗୋପାଳ ଏକ ପ୍ରକାରର ନିର୍ବିକାର ହୋଇପଡିଛି।ସମସ୍ତ ଉଦ୍ୟମ ଫେଲ୍ ମାରିଛି।
ଆଉ ଏହାରି ଭିତରେ ଓଡ଼ିଶାର ବାଟ ପାଉ ନାହାଁନ୍ତି ଏଫ୍ ବି ଆଇ।ହ-ତ୍ୟା ପଛରେ କାରଣ କଣ ଜାଣିବା ପାଇଁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରୁଥିଲେ।
ଯେଉଁଥିରେ ସ୍ଵୟଂ କ୍ରାଇମ୍ ବ୍ରାଞ୍ଚ ଫେଲ ମାରିଥିଲେ।ଶେଷରେ ଏଫ୍ ବି ଆଇ ର ସହାୟତା ଲୋଡ଼ି ଥିଲା।କିନ୍ତୁ ବର୍ତମାନ ଏଇ ହାଇ ପ୍ରୋଫାଇଲ୍ କେଶ ରେ ଏଫ୍ ବି ଆଇ ର ଦେଖା ନାହିଁ।
ଦିନକୁ ଦିନ ତଦନ୍ତ ର ମୋଡ଼ ବଦଳିବାରେ ଲାଗିଛି।ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ହ-ତ୍ୟା ମାମଲାରେ ରାଜନୀତି ମଧ୍ୟ ବେଶ୍ ରହିଛି।ଏହାକୁ ନେଇ ବିରୋଧୀ ଦଳ ମାନେ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।
ଦୁଇ ଅଣ ଓଡ଼ିଆ ଅଫିସର ହିଁ ପରଦା ପଛର ମୁଖ୍ୟ ନାୟକ ବୋଲି ବର୍ତମାନ ଜୋରେ ଚର୍ଚା ହେବାରେ ଲାଗିଛି।ଯାହାଙ୍କର ସିଧା ସଳଖ ଗୋପାଳଙ୍କ ଉପରେ ହାତ ଥିଲା।ଆଉ ଯାହାଙ୍କ ସାହାର୍ଯ୍ୟ ରେ ଗୋପାଳ ଏଭଳି ହ-ତ୍ୟା-କା-ଣ୍ଡ ଘଟାଇବା ପାଇଁ ନିଷ୍ପତି ନେଇଥିଲେ।
ତେବେ ଅନ୍ୟ ଏକ ପ୍ରଶ୍ନ ମଧ୍ୟ ସୃଷ୍ଟି ହେଉଛି।ଯେଉଁଥିରେ ଏହି ମାମଲାରେ କାହିଁକି କୌଣସି ଦଫା ଲଗା ଯାଇନାହିଁ।ସାଧାରଣତଃ ଛୋଟ ଛୋଟ ଘଟଣାରେ ପୋଲିସ ଦଫା ଲଗାଇ ଦେଇଥାନ୍ତି।ଦଫା ଲଗାଇଥିଲେ ଅପରାଧୀ ଙ୍କ ଷଡ଼ଯନ୍ତ୍ର ବିଷୟରେ ତଦନ୍ତ କରାଯିବ।
ଏହି ଘଟଣା ରେ ଜାଣିଶୁଣି କିଛି ଦଫା ଲାଗୁନାହିଁ ବୋଲି ବିରୋଧୀ ମାନେ ପ୍ରଶ୍ନ ପଚାରିବାରେ ଲାଗିଛନ୍ତି।ଅନ୍ୟପଟେ ଖାମ୍ ଖିଆଲି ଭାବରେ ତଦନ୍ତ କୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ବର୍ତମାନ ବିରୋଧୀ ମାନେ ଦାବି କରିଛନ୍ତି।
ଯେ ପର୍ଯ୍ୟନ୍ତ ହ-ତ୍ୟା ପଛର ରହସ୍ୟ କଣ ଜଣା ପଡିନାହିଁ ସେ ଯାଏଁ ତଦନ୍ତ ହଟିବ ନାହିଁ।ଏଭଳି ଦିନକ ପରେ ଦିନେ ପ୍ରଶ୍ନବାଚୀ ସୃଷ୍ଟି ହେବ।ଏହି ଘଟଣା ଟି ବର୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।