Movie prime

ଗୁଜୁରାଟ କୁ ପଛରେ ପକେଇ ଓଡ଼ିଶା ହେଇଗଲା ସ୍ମାର୍ଟ ରାଜ୍ୟ : ଆଉ ଯିବାକୁ ହେବନି ସୁରତ! ଫୋନ କରି ସମସ୍ତଙ୍କୁ ଓଡ଼ିଶା ଡାକି ଦିଅ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୁଞ୍ଜିନିବେଶର ଟପ୍ ଡେଷ୍ଟିନେସନ୍ ଓଡ଼ିଶା। ପୁଞ୍ଜିନିବେଶରେ ଓଡ଼ିଶା ପଛକୁ ରହିଛି ଗୁଜୁରାଟ। ସିଏମ୍ଆଇଇର ଏକ ରିପୋର୍ଟରୁ ମିଳିଛି ଏହାର ପ୍ରାମାଣ। ନିବେଶକଙ୍କ ପସନ୍ଦ ଏବେ ଓଡିଶା।
ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଯୋଗୁଁ ବହୁ ସଂଖ୍ୟାରେ ରାଜ୍ୟ ସଂଖ୍ୟାରେ ନିବେଶକ ଓଡ଼ିଶା ଅଧାଉଁଛନ୍ତି। ଏହାର ପ୍ରମାଣ ସିଏମ୍ଆଇଇର ଏକ ରିପୋର୍ଟରୁ ମିଳିଛି।
Special Report
ଏକ ରିପୋର୍ଟ୍ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱଧିନ ସରକାରଙ୍କ ଉଦ୍ୟମ ଦ୍ବାରା ରାଜ୍ୟ ପରିବର୍ତ୍ତନ ସର୍ତ୍ତରେ ଆଗକୁ ମାଡ଼ି ଚାଲିଛି। 
ରାଜ୍ୟରେ ଭରପୂର ସମ୍ଭାବନା ଯୋଗୁଁ ନିବେଶନ ଆକୃଷ୍ଟ କରିବାରେ ଓଡିଶା ସମଗ୍ର ସ୍ଥାନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ପୁଞ୍ଜିନିବେଶନ ଟପ୍ ଡେଷ୍ଟିନେସନ ଓଡ଼ିଶା ପାଲଟିଛି ଶିଳ୍ପପତିଙ୍କ ପସନ୍ଦ।
ଦେଶ ହେଉ କି ବିଦେଶ ନିବେଶ ପାଇଁ ଓଡିଶା ଆସୁଛନ୍ତି ଶିଳ୍ପପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେକ୍ ଇନ୍ ଓଡ଼ିଶା ଦେଇଛି ନିର୍ଭର ଯୋଗ୍ୟ ଭରସା।
ବଢ଼ିଛି ପୁଞ୍ଜିନିବେଶ ଜାତୀୟ ହାରକୁ ପଛରେ ପକାଇଛି ରାଜ୍ୟ। ପୁଞ୍ଜିନିବେଶରେ ଦେଶର ଆଗରେ ଓଡିଶା। ଜାତୀୟ ହାର ୨୨ ଥିବା ବେଳେ ଓଡ଼ିଶାରେ ୪୫ ରୁ ୪୭ ପ୍ରତିଶତ ରହିଛି। 
Special Report
ମେକିନ ଓଡ଼ିଶା ୨୦୧୬ ରେ ୮୪ ଶିଳ୍ପ ପାଇଁ ୨ ଲକ୍ଷ ୨୫ ହଜାର ୩୫ ଲକ୍ଷ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ଏବଂ ୨୦୧୮ରେ ୨୦୨ଟି ଶିଳ୍ପ ପ୍ରସ୍ତାବ ଆସିଥିଲା। ଏଥିରେ ୪ ଲକ୍ଷ ୨୩ ହଜାର ୧୧୫ କୋଟିର ପ୍ରତିଶ୍ରୁତି ମିଳିଥିଲା।
ମେକିନ୍ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ନିବେଶ ପାଇଁ ପୁଞ୍ଜିପତି ଆଗେଇ ଆସିଥିଲେ। କେବଳ ଖଣିଜ ଭିତ୍ତିକ ଶିଳ୍ପ ନୁହେଁ କୃଷି ବୟନ ଶିଳ୍ପ ଆଇ ଓ ଆଇଟିଏସ ପେଟ୍ର କେମିକାଲ ସେକ୍ଟର ରେ ମଧ୍ୟ ପୁଞ୍ଜିନିବେଶର ରେକଡ୍ କରିଛି ଓଡ଼ିଶା।
ଏସବୁ କାରଣ ପାଇଁ ଜାତୀୟ ହାର ଠାରୁ ଓଡିଶାର ଜାତୀୟ ଅଭିବୃଦ୍ଧି ହାର ଅନେକ ଉପରେ ରହିଛି। ୨୦୨୨ ଏବଂ ୨୦୨୩ ଆର୍ଥିକ ବର୍ଷରେ ଓଡ଼ିଶା ୨୦.୧ଲକ୍ଷ ଟଙ୍କାର ନିବେଶ ଆକୃଷ୍ଟ କରିଛି।
ଏହି କ୍ଷେତ୍ରରେ ଆମ ରାଜ୍ୟ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ ଭଳି ରାଜ୍ୟ ଗୁଡ଼ିକୁ ପଛରେ ପକେଇ ଦେଇଛି। ସିଏମ୍ଆଇଇ ତାଲିକର ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର ଏହି ରାଜ୍ୟ ୨୭.୬ ଲକ୍ଷ ଟଙ୍କାର ନିବେଶ ଆକୃଷ୍ଟ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.