Movie prime

ଓଡ଼ିଶା କୁ ହେବ ପ୍ରବଳ ରୁ ଅତି ପ୍ରବଳ ଖରା..ଖରା ରେ..ଠିଆ ଠିଆ ଶୁଖି ଯିବେ ଓଡ଼ିଶା ବାସୀ..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ରାଜ୍ୟରେ ତାତି ଏବେ ଅସହ୍ୟ ହେବାରେ ଲାଗିଛି। ଟୁଇନ ସିଟି ପାଇଁ ଏବେ ରେଡ ୱାର୍ଣୀଙ୍ଗ ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର।
ଭୁବନେଶ୍ୱର ଏବଂ କଟକ ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଏହା ଜଣା ପଡ଼ିଛି।ସେଥିପାଇଁ ଏବେ ରେଡ ଆଲର୍ଟ ଜାରି କରାଯାଇଛି। କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ୩୩ ଟି ସହରରେ ତାପମାତ୍ରା ମଧ୍ଯ ୪୦° ରେକର୍ଡ କରାଯାଇଛି।
Hh
ସେହିଭଳି ୪୩° ଉପରେ ରହିଛି ୧୪ ଟି ସହରର ତାପମାତ୍ରା। ଆଉ କିଛିଦିନ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଏଭଳି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ
ଜିଲାରେ ତାପମାତ୍ରା ୪୬° ମଧ୍ୟ ଅତିକ୍ରମ କରି ପାରେ ବୋଲି ଏହା ଆକଳନ କରାଯାଇଛି। ଭୁବନେଶ୍ବର ସମେତ କଟକ ପାଇଁ ମଧ୍ୟ ରେଡ ଆଲର୍ଟ କରାଯାଇଛି। ଏଥି ସହ ୧୫ ଜିଲା ପାଇଁ ଅରେଞ୍ଜ ଆଲର୍ଟ ମଧ୍ୟ ଜାରୀ କରାଯାଇଛି।
ଭୀଷଣ ତାତି ଯୋଗୁଁ ଗୁଳୁଗୁଳି ରେ ଏବେ ରାଜ୍ୟବାସୀ ଖୁବ୍ ହନ୍ତସନ୍ତ ହେବାରେ ଲାଗିଛନ୍ତି। ସୂର୍ଯ୍ୟୋଦୟ ରୁ ଏହି ତାତି ର ପ୍ରଭାବ ମଧ୍ଯ ଆରମ୍ଭ ହେବାରେ ଲାଗିଛି। ସାରା ଓଡ଼ିଶାରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି।
Nn
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆକାଶ ରୁ ନିଆ ବର୍ଷା ହେଉଥିବା ଭଳି ଅନୁଭୂତ ହେଉଛି। ଏହାକୁ ନେଇ ଲୋକମାନେ ଖୁବ୍ ଚିନ୍ତିତ ହୋଇ ପଡ଼ୁଛନ୍ତି। ସେମାନେ ଖରାରେ ବାହାରକୁ ବାହାରିବାକୁ ମଧ୍ୟ ଡରୁଛନ୍ତି।
ଲୋକମାନେ ଏବେ ବର୍ଷାକୁ ଚାତକ ଭଳି ଚାହିଁ ବସିଥିବା ବେଳେ ବର୍ଷାର କିନ୍ତୁ ଦେଖା ଦର୍ଶନ ନାହିଁ। ଅସହ୍ୟ ତାତି ଯୋଗୁଁ ଏବେ ଧରା ପୃଷ୍ଠରେ ନିଆଁ ର ବର୍ଷା ହେବାରେ ଲାଗିଛି। ଏଭଳି ଏହି ଗ୍ରୀଷ୍ମ ପ୍ରବାହ
ମଧ୍ଯ ଆହୁରି କିଛିଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଜଣା ପଡିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି। ଆଉ ଆଗକୁ ବଢ଼ିବାକୁ ଥିବା ଖରା ପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.