Movie prime

ନାଟୁ ନାଟୁ ଗୀତରେ ଓସ୍କାର ପୁରସ୍କାର ମିଳିଥିବା ପୁରସ୍କାରର ଦାମ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନାଟୁ ନାଟୁ ସଙ୍ଗୀତ କୁ ଓସ୍କାର ପୁରସ୍କାର ମିଳିଛି। ଏହା ଶ୍ରେଷ୍ଠ ଓରିଯିନାଲ ସଙ୍ଗ ପାଇଁ ମନୋନୀତ ହୋଇଥିବା ବେଳେ ଏହା ପୁରସ୍କାର ମଧ୍ୟ ଜିତି ସାରିଛି।
ଯାହାକି ଭାରତ ପାଇଁ ନିଶ୍ଚିତ ଭାବରେ ଏକ ଗର୍ବର ବିଷୟ ଅଟେ। ହେଲେ ଏବେ ସମସ୍ତଙ୍କ ଏହା ଜାଣିବାର ଇଚ୍ଛା କି ଏହି ଓସ୍କାର ପୁରସ୍କାର ର ପ୍ରକୃତ ଦାମ୍ କେତେ ଅଟେ। ଏହି ସମ୍ପର୍କ ରେ ଅନେକ ଲୋକ ଜାଣି ନାହାଁନ୍ତି। 
ଏବଂ ଅନେକ ଲୋକଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଙ୍କି ମାରିଥାଏ। ଏହି ପୁରସ୍କାର ବିଷୟରେ ଖୁବ କମ ଲୋକ ମାନେ ମଧ୍ୟ ଜାଣି ଥାଆନ୍ତି। ପ୍ରତ୍ୟେକ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଥିବା ବ୍ୟକ୍ତି ମାନଙ୍କ ପାଇଁ ଓସ୍କାର ପୁରସ୍କାର ପାଇବା କୌଣସି ସ୍ବପ୍ନ ଠାରୁ କମ୍ ନୁହେଁ।
ଏହା ସେମାନଙ୍କ ପାଇଁ ସାତ ସ୍ବପ୍ନ ବୋଲି କହିଲେ ମଧ୍ଯ କିଛି ଅତ୍ୟୁକ୍ତି ହେବ ନାହିଁ। ଆଜି ଆମେ ଆପଣଙ୍କୁ ଏହି ପୁରସ୍କାର ର ପ୍ରକୃତ ମୁଲ୍ୟ ସମ୍ପର୍କ ରେ କହିବାକୁ ଯାଉଛୁ।
ବାସ୍ତବରେ ଏହି ପୁରସ୍କାର ଚଳଚ୍ଚିତ୍ର ଜଗତର କଳାକାର ମାନଙ୍କ ପାଇଁ ଏତେ ମୂଲ୍ୟବାନ ହୋଇଥିବା ବେଳେ ଏହାର ମୂଲ୍ୟ କିନ୍ତୁ କମ୍ ଅଟେ। ଯଦି କେହି ଏହାକୁ ବିକ୍ରୀ କରନ୍ତି ତେବେ ଏହାର ମୂଲ୍ୟ କେବଳ ଏକ ଡଲାର ଅଟେ।
ଅର୍ଥାତ ଭାରତୀୟ ମୁଦ୍ରାରେ ମାତ୍ର ୮୧ ଟଙ୍କା ହିଁ ଆପଣ ପାଇ ପାରିବେ। ସୂଚନା ମୁତାବକ ଓସ୍କାର ପୁରସ୍କାର କୁ ବିକ୍ରୀ କରି ପାରିବେ ନାହିଁ। ଓସ୍କାର ପୁରସ୍କାର ପ୍ରଦାନ କରୁଥିବା ଏକାଡେମୀ ଅନୁଯାୟୀ,
ଏହି ପୁରସ୍କାର କୁ କେହି ବିକ୍ରୀ କିମ୍ବା ନିଲାମ କରି ପାରିବେ ନାହିଁ। ଏହାକୁ ନିଲାମ ଓ ବିକ୍ରୟ କରିବା ପାଇଁ କାହାକୁ ହେଲେ ମଧ୍ୟ ଅନୁମତି ନାହିଁ। ଯଦି ଏହାକୁ କେହି ବିକ୍ରୀ କରିବାକୁ ଚାହାନ୍ତି ତେବେ ସେ ଓସ୍କାର ପୁରସ୍କାର ଦିଆ ଯାଉଥିବା
ଏକାଡେମୀ ସହ କଥା ହୋଇ ମାତ୍ର ଏକ ଟଙ୍କା ରେ ଏହାକୁ ସେହି ଏକାଡେମୀ ରେ ହିଁ ବିକ୍ରୀ କରି ପାରିବେ। ଏହା ଥିଲା ଓସ୍କାର ପୁରସ୍କାର ର ମୂଲ୍ୟ ଯାହା ସମ୍ପର୍କ ରେ କେହି ହେଲେ ମଧ୍ୟ ଜାଣି ନଥିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.