Movie prime

Oyo ର ମାଲିକଙ୍କ ହେବାର ଅଛି ବାହାଘର, ପ୍ରେମୀ ଯୁଗଳ ମାନେ ଖୁସିରେ କହିଲେ କି

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଣେ ଓଡ଼ିଆ ପୁଅ ପ୍ରଧାନମନ୍ତ୍ରୀ ଙ୍କୁ ନିମନ୍ତ୍ରଣ ଦେଇଛନ୍ତି।ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓୟୋ ରୁମର ମାଲିକ।ସଂଘର୍ଷ ଭିତରେ ସଫଳତା ପାଇଛନ୍ତି ରିତେଶ ଅଗ୍ରୱାଲ।
ବୋଧ ହୁଏ ବହୁତ କମ୍ ଲୋକଙ୍କୁ ଏଭଳି ସୁଯୋଗ ମିଳିଥାଏ।ବହୁତ କମ ଲୋକ ନିଜ ବାହାଘରେ ପ୍ରଧାନମନ୍ତ୍ରୀ ଭଳି ଲୋକଙ୍କୁ ନିମନ୍ତ୍ରଣ କରିପାରନ୍ତି।
ରିତେଶ ନିଜ ବାହାଘରରେ ପ୍ରଧାନମନ୍ତ୍ରୀ ଙ୍କୁ କାର୍ଡ ଦେଇଛନ୍ତି।ଆସନ୍ତା କିଛି ଦିନ ଭିତରେ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ଓୟୋ ରୁମର ଫାଉଣ୍ଡର ରିତେଶ ଅଗ୍ରୱାଲ ରବିବାର ଦିନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏହି ଫଟୋ ସବୁ ସେୟାର କରିଛନ୍ତି।
ଏହି ଫଟୋ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହିତ ନଜର ଆସୁଥିବା ବେଳେ ତାଙ୍କ ସହିତ ତାଙ୍କ ଭାବି ପତ୍ନୀ ଆଉ ମା ମଧ୍ୟ ଉପସ୍ଥିତ ଥିଲେ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ନିଜ ବାହାଘର ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ କାର୍ଡ ଦେଇ ନିମନ୍ତ୍ରଣ କରିବାକୁ ଭୁଲି ନାହାନ୍ତି।
ଓୟୋ ରୁମର ଫାଉଣ୍ଡର ତଥା ଓଡ଼ିଆ ପୁଅ ରିତେଶ ଅଗ୍ରୱାଲ ବର୍ତମାନ ତାଙ୍କ ବାହାଘର କୁ ନେଇ ଚର୍ଚ୍ଚାରେ ରହିଛନ୍ତି।୨୯ ବର୍ଷର ରିତେଶ ଅଗ୍ରୱାଲ ଙ୍କ ସଫଳତା ବିଷୟରେ ଯିଏ ଜାଣିଛନ୍ତି
ତାଙ୍କ ସଂଘର୍ଷ ଦିନର କଥା ମଧ୍ୟ ସେ ଅଳ୍ପ ବହୁତ ଜାଣିଥିବେ।ରିତେଶ ଙ୍କ ଜନ୍ମ ନଭେମ୍ବର ୧୬ ତାରିଖ ୧୯୯୧ ମସିହାରେ ରାୟଗଡ଼ା ଜିଲ୍ଲାରେ ବିଷମ କଟକ ରେ ହୋଇଥିଲା।
ସ୍କୁଲ ପାଠ ପଢ଼ିବା ପରେ ରିତେଶ କଲେଜ ରେ ପାଠ ପଢ଼ିବା ପାଇଁ ଦିଲ୍ଲୀ ଚାଲି ଯାଇଥିଲେ।ଏହାପରେ ସେ ୨୦୧୩ ମସିହାରେ ଓୟୋ ରୁମ ଲଞ୍ଚ କରିଥିଲେ।ତାଙ୍କୁ ସେତେବେଳେ ମାତ୍ର ୧୯ ବର୍ଷ ହୋଇଥିଲା।
ବର୍ତମାନ ପ୍ରଧାନମନ୍ତ୍ରୀ ଙ୍କୁ ଭେଟି ଥିବା ଫଟୋ ବର୍ତମାନ ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.