Movie prime

ପାଦ ତୁ ଲିଭିନି ଅଳତା ହେଲେ ଏପଟେ ବନ୍ଧା ହେଲାଣି କୋକେଇ, ଯୌତୁକ ଜୁଇ ରେ ଚାଲିଗଲା ଆଉ ଗୋଟେ ନିରୀହ ଜୀବନ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କାନ୍ଥରେ ଲେଖା ଯାଇଛି ବିଶ୍ୱଜିତ୍ ସହିତ ଶକ୍ତିମୟୀ। ଏପଟେ କାନ୍ଥ ରୁ ବାହାଘର ର ସେହି ସ୍ମୃତି ଲିଭି ନଥିବା ବେଳେ ପାଦ ରୁ ଲାଲି ଅଳତା ର ରଙ୍ଗ ଲିଭି ନାହିଁ।
Special Report
ହେଲେ ଲିଭି ଯାଇଛି ନବ ବଧୁ ଶକ୍ତିମୟୀ ଙ୍କ ଜୀବନ ଦୀପ। ସବୁ ଝିଅଙ୍କ ପରି ତାଙ୍କର ମଧ୍ୟ ଅନେକ ସ୍ବପ୍ନ ଥିଲା। ସେ ସୁଖର ସଂସାର କରିବେ ବୋଲି ମଧ୍ୟ ବାହା ହୋଇ ଆସିଥିଲେ। ଯେଉଁ ଘରକୁ ସେ ସ୍ବର୍ଗ ଭାବିଥିଲେ ତାହା ତାଙ୍କ ପାଇଁ ନର୍କ ହୋଇଗଲା।
ଯାହାକୁ ସେ ଦେବତା ଭାବିଥିଲେ ସେ ହିଁ ରାକ୍ଷସ ପାଲଟି ଗଲା। ସାମାନ୍ୟ କେତେ ଟଙ୍କା ପାଇଁ ତାଙ୍କୁ ମାଡ଼ ମାରିବା ସହ ନାହିଁ ନଥିବା ନିର୍ଯାତନା ମଧ୍ୟ ଦେଉଥିଲେ।
ବାହାଘର କୁ ପାଞ୍ଚ ବର୍ଷ ବିତି ନଥିଲା ହେଲେ ଘରର ବୋହୂ ଉପରେ ଶାଶୁଘର ଲୋକମାନେ ନାହିଁ ନଥିବା ନିର୍ଯାତନା ଆରମ୍ଭ କରି ଦେଇଥିଲେ। ସାମାନ୍ୟ ଟଙ୍କା ପାଇଁ ମାଡ଼ ମାରିବା ସହ ବାପ ଘରୁ ଟଙ୍କା ନ ଆଣିଲେ ତାଙ୍କୁ ସେମାନେ ଖାଇବାକୁ ମଧ୍ୟ ଦେଉ ନଥିଲେ।
Special Report
ଶକ୍ତିମୟୀ ଯେତେବେଳେ ଏକଥା ତାଙ୍କର ବାପ ଘର ଲୋକଙ୍କୁ କହିଥିଲେ ସେତେବେଳେ ତାଙ୍କର ବାପ ଘର ଲୋକ ଲକ୍ଷ ଲକ୍ଷ ଟଙ୍କା ଦେଇ ଏହାର ସମାଧାନ କରି ଦେଉଥିଲେ।
ହେଲେ ସେତିକି ଟଙ୍କାରେ ଶାଶୁ ଘର ଲୋକ ଆଦୌ ଶାନ୍ତ ହୋଇ ନଥିଲେ। ଶେଷରେ ନିଜ ଘରର ବୋହୂର ଜୀବନ ନେଇ ତାଙ୍କୁ ଫ୍ୟାନ ରେ ଟାଙ୍ଗି ଦେଇଥିଲେ। ଏକଥା ଶକ୍ତିମୟୀ ଙ୍କ ପରିବାର ଲୋକ ମାନେ ହିଁ ଅଭିଯୋଗ ଆଣିଛନ୍ତି।
ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାରେ ଘଟି ଯାଇଛି। ଶକ୍ତିମୟୀ ଙ୍କ ପରିବାର ଲୋକେ ତାଙ୍କୁ ନ୍ୟାୟ ମିଳୁ ବୋଲି ଅଭିଯୋଗ କରିଛନ୍ତି। ଆଉ ନ୍ୟାୟ ନମିଳିଲେ ଭଦ୍ରକ ବନ୍ଦ ରହିବ ବୋଲି କହିଛନ୍ତି।
ଏହାକୁ ନେଇ ଏବେ ସେହି ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣ ମାନେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।