Movie prime

ପାଇଖାନାରେ ପଶିଲା କୁମ୍ଭୀର ଦେଖନ୍ତୁ VIRAl ହେଉଛି ଦୃଶ୍ୟ ଆତଙ୍କିତ ହେଲେ ଲୋକେ

 
Special report
କୁମ୍ଭୀରକୁ ନେଇ ରାଜ୍ୟ ଉଠୁଛି ଆଉ ପଡୁଥିବା ବେଳେ ଏବେ ପାଇଖାନା ଭିତରେ କୁମ୍ଭୀର। ଯାହାକୁ ନେଇ ବାଲେଶ୍ୱର ସୋର ଅଞ୍ଚଳର ଲୋକ ଭୟଭୀତ। ବନ୍ଧୁଗଣ ଏବେ ନଦୀରୁ କୁମ୍ଭୀର ଉଠି ଆସି ଘର ଭିତରେ ପଶିବା ଆରମ୍ଭ କଲାଣି।
Special report
ଏବେ ସବୁ ନଦୀରେ ଦେଖିବାକୁ ମିଳୁଛି କୁମ୍ଭୀର। ଆଉ ଏବେ କୁମ୍ଭୀର ନଦୀରୁ ଉଠିଆସି ଘରେ ପଶିବା ଆରମ୍ଭ ହେଲାଣି ବୋଲି ଭିଡିଓ ଭାଇରାଲ ହେଲାଣି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି ବାଲେଶ୍ଵରରେ। 
କୁମ୍ଭୀରଟି ନଦୀରୁ ଉଠି ଆସି ସିଧା ପାଇଖାନା ଘରେ ପସିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ଏହି ଭିଡ଼ିଓଟିରେ। ଆଉ ଯେତେବେଳେ ମହିଳା ଜଣକ ଯାଇଥିଲେ ପାଇଖାନା ଭିତରକୁ ସେତେବେଳେ କୁମ୍ଭୀର ଥିବା ଦେଖି ଚିତ୍କାର କରିଥିଲେ।
Special report
ଏହି ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନଦୀରୁ ଆସି ପାଇଖାନା ଘରେ କୁମ୍ଭୀର ପଶିଯାଇଥିବା ଖବର ଶୁଣିବା ପରେ ଲୋକେ ଏବେ ପୁରା ଭୟରେ ରହୁଛନ୍ତି। ଏବେ ଲୋକ ମାନେ ପାଇଖାନା ଘରକୁ ଯିବାକୁ ମଧ୍ୟ ଭୟ କରୁଛନ୍ତି। 
ଗତ ୧୧ ତାରିଖ ସନ୍ଧ୍ୟାରେ ସୋର ବ୍ଲକ କେଦାରପୁର ପଞ୍ଚାୟତ ବାଣୀସିଆ କୁରୁବାଙ୍କ ନିକଟରେ ପ୍ରବାହିତ ହେଉଥିବା କଂସାବଙ୍କସ ନଦୀରେ ଏକ କୁମ୍ଭୀରକୁ ଲୋକମାନେ ଦେଖିଥିଲେ ଯାହାକୁ ନେଇ ସ୍ଥାନୀୟ ନଦୀ କୂଳିଆ ଲୋକ ମାନଙ୍କ ସମେତ ସୋର ବାସୀ ଭୟଭୀତ ହୋଇଯାଇଥିଲେ।
Special report
ହେଲେ ୨୬ ତାରିଖ ସାଯତପୁର ପଞ୍ଚାୟତ ଚପରପଦା ଗାଁ ମଧ୍ୟ ଦେଇ ପ୍ରବାହିତ ହୋଇଥିବା ଉକ୍ତ କଂସାବଙ୍କସ ଓ ପିତାଗାଳିଆ ନଦୀର ସଂଯୋଗ ସ୍ଥଳୀର କୂଳରେ ଏକ କୁମ୍ଭୀର ଶୋଇଥିବାର କଲେଜ ଛାତ୍ରୀ ମାନେ ଦେଖିଥିଲେ।
 ପରେ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। କୁମ୍ଭୀରଟି ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ କୂଳରେ ରହିବା ପରେ ପାଣି ଭିତରକୁ ଚାଲିଯାଇଥିଲେ ମଧ୍ୟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାରିନଥିଲା।
ଫଳରେ ସ୍ଥାନୀୟ ନଦୀ କୂଳରେ ରହୁଥିବା ଲୋକେ ମାନେ ବହୁତ ଭୟରେ ରହୁଥିବା କଥା ପ୍ରକାଶ କରିଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.