Movie prime

୫ ବର୍ଷର ପ୍ରେମ ପରେ ହେଲା ବିବାହ ଦେଖନ୍ତୁ ଏମିତି କଣ ହେଲା ଯେ ଥାନାରେ ହେଲା ବିବାହ ସମ୍ପନ୍ନ

 
Special report
ନମସ୍କାର ପାଠକ ବନ୍ଧୁ l ଚାଲନ୍ତୁ ଜାଣିବା ଏକ ନିଚ୍ଛକ ପ୍ରେମ ବିଷୟରେ l ଦୁଇ ଜଣ ପ୍ରେମୀ ଯୁଗଳ ଶୁଆ ଶାରୀ ପରି ଉଭୟ ପରସ୍ପରଙ୍କୁ ଦୀର୍ଘ ୫ ବର୍ଷ ହେବ ପ୍ରେମ କରି ଆସୁଥିଲେ l
ବିବାହ ପାଇଁ ନିଷ୍ପତି ମଧ୍ୟ ନେଇଥିଲେ ହେଲେ ରାଜି ହୋଇ ନଥିଲେ ଉଭୟ ବର ଓ କନ୍ୟା ପକ୍ଷର ଘର ଲୋକେ l ପ୍ରେମ କଲେ ସତରେ କୌଣସି ଭୟ ନଥାଏ ବୋଲି ଏଇ ଖବର ରୁ ଜଣl ପଡୁଛି l
ବିବାହ କରିବା ପାଇଁ ମନ ବଳେଇ ଦୁହିଁ ଜଣଙ୍କ ପରିବାର ରାଜି ନହେବାରୁ, ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ l ଯେହେତୁ ସେମାନେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଏବଂ ଦୁହେଁ ମଧ୍ୟ ସlବାଳକା ଥିଲେ l
ତେଣୁ ଥାନା ଵାଲା ଉଭୟ ପରିବାର ଲୋକ ଙ୍କୁ ଡକେଇ ଏବଂ ସେମାନଙ୍କର ଗାଁର କିଛି ଭଦ୍ର ମଣ୍ଡଳୀଙ୍କୁ ମଧ୍ୟ ଡାକିକି ତାଙ୍କ ବିବାହ ସମ୍ପର୍ଣ୍ଣ କରିଥିଲେ l
Special report
ଏହି ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଅଞ୍ଚଳରେ ଦେଖିବାକୁ ମିଳୁଛି l ବୀର ମହାରାଜପୁର ର ମୁଶୁଣ୍ଡି ଗ୍ରାମର ହିମାଂଶୁ ସାହୁ ଙ୍କ ଝିଅ ହେଉଛି ଲିପ୍ସା l ବହଳପ୍ରଦ ପଞ୍ଚାୟତର ଗଉଡ଼ଗାଡ଼ ଗ୍ରାମର ନିଜ ମାମୁଁ ଯଦୁ ସାହୁଙ୍କ ବଡ ପୁଅ ହେଉଛନ୍ତି ସୁଶୀଳ l
କଥା ଟା ଟିକେ ଦେଖନ୍ତୁ ଆଜ୍ଞା ଉଭୟ ପକ୍ଷ ରାଜି ନହେବାର ମୁଖ୍ୟ କାରଣ ହେଉଛି ଜେ ଦୁହେଁ ସମ୍ପର୍କରେ ଭାଇ ଭଉଣୀ ହେବେ l ହେଲେ ଯୁଗ କଣ ହେଲା ମାଳିକା ବଚନ ସତ ହେଲା ପରି ସମ୍ପର୍କରେ ହେଉ ଭାଇ ଭଉଣୀ କୁ ବାହା ହେଲା l
 ହିନ୍ଦୁ ଧର୍ମରେ ଏଭଳି ପ୍ରାୟ ଦେଖିବାକୁ ମିଳି ନଥାଏ l ଏସବୁ ଇସଲାମ ଧର୍ମର ଲୋକ ମାନେ ନିଜ ସମ୍ପର୍କରେ ବିବାହ କରୁଥିବାର ନଜର ଆସିଥାଏ l ହେଲେ ଏଇଟା ଏବେ ଆମ ହିନ୍ଦୁ ଧର୍ମରେ ବି ହେବାର ନଜରକୁ ଆସିଲାଣି l
Special report
ଦୁହିଁଙ୍କ ମଧ୍ୟରେ ଦୀର୍ଘ ପାଞ୍ଚ ବର୍ଷ ହେବ ପ୍ରେମ ହେଇଥିଲା l ହେଲେ ଏଥିରେ ଉଭୟ ପକ୍ଷ ଆଦୌ ରାଜି ନଥିଲେ l ଝିଅ ଲିପ୍ସା ଙ୍କୁ ଅନ୍ୟତ୍ର ବାହା ଦେବାକୁ ମଧ୍ୟ ଘରେ ନିଷ୍ପତି ନେଇଥିଲେ l
 ଘରେ ମଧ୍ୟ ତାଙ୍କ ନିର୍ବନ୍ଧ ଅନ୍ୟତ୍ର କରି ସାରିଥିଲେ l ଏତେ ସବୁ ପରେ ଦୁହେଁ ନିଶ୍ଚୟ ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ l ଶେଷରେ ପରିବାର ଲୋକ ଏବଂ ଥାନା ବାବୁ ଙ୍କ ଉପସ୍ଥିତିରେ ବିବାହ ହୋଇଥିଲା l
ଆଉ ଉଭୟ ପକ୍ଷ ବାହାଘରରେ ରାଜି ହୋଇଥିଲେ ଏବଂ ପରେ ବୈଦିକ ରୀତିରେ ବିବାହ କରିବାକୁ କଥା ଦେଇଥିଲେ l ତାପରେ ଦୁଇ ପ୍ରେମୀ ଯୁଗଳ ବହୁତ ଖୁସୀ ଥିଲେ l ତାଙ୍କ ୫ ବର୍ଷର ପ୍ରେମ ସଫଳ ହୋଇଥିଲା l