Movie prime

ନିର୍ବାଚନ ରାଲିରେ ପାଣ୍ଡିଆନ ଛାଡ଼ିଲେ ରଣ ହୁଙ୍କାର..ଏଥର ଯୋଡା ଶଙ୍ଖରେ ଆମେ ଓଡ଼ିଶା ବାସୀ ଡବଲ ଷ୍ଟାଇକ କରିବା..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜୟପୁର ରେ ବରିଷ୍ଠ ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନ। ଦେବୀ ପୀଠରେ ସେ ଦର୍ଶନ କରିବା ସହ ପ୍ରଚାର କରିଥିଲେ। ଶଙ୍ଖ ଚିହ୍ନ ରେ ଭୋଟ ଦେବାପାଇଁ ମଧ୍ୟ ଜନତାଙ୍କୁ ଅପିଲ କରିଥିଲେ।
ଜୟପୁର ,ନବରଙ୍ଗପୁର ,ଗଞ୍ଜାମ ସହ ବିଭିନ୍ନ ଜିଲ୍ଲାକୁ ଯାଇ ମାରାଥନ ପ୍ରଚାରରେ ଲାଗି ପଡିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ବିଶାଳ ରୋଡ ଶୋ ରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି।
Bb
ଜୟପୁର ର ପ୍ରସିଦ୍ଧ ଜଗତ ଜନନୀ ଙ୍କ ମନ୍ଦିରକୁ ସେ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରି ପୂଜକ ମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।କାର୍ତ୍ତିକ ପାଣ୍ଡିଆନ ନିଜ ଦଳୀୟ ନେତାଙ୍କ ପାଇଁ ଜୟପୁର ରେ ଯାଇ ପହଞ୍ଚି ଥିଲେ।
ଆଉ ସେଠାରେ ବିଶାଳ ରୋଡ ଶୋ ମଧ୍ୟ କରିଥିଲେ। ହଜାର ହଜାର ଲୋକମାନେ ପାଣ୍ଡିଆନ ଙ୍କୁ ପାଛୋଟି ନେବା ସହ ନିଜ ନିଜର ଭଲ ପାଇବା ଓ ଭରଷା କୁ ମଧ୍ୟ ପ୍ରତିପାଦନ କରିଥିଲେ।
ରାସ୍ତାର ଉଭୟ ପାର୍ଶ୍ବରେ ଯୁବକ, ଛାତ୍ର ମହିଳା ଏକାଠି ହୋଇ ପାଣ୍ଡିଆନ ଙ୍କୁ ଅପେକ୍ଷା କରି ରହିଥିଲେ। ପାଣ୍ଡିଆନ ଙ୍କ ଉପରକୁ କିଏ ଫୁଲ ଦେଇ ସ୍ବାଗତ କରୁଥିଲା ତ କେହି ଶେଲ୍ଫି ନେବା ପାଇଁ ଅପେକ୍ଷା କରି ରହିଥିଲା।
Vb
ବିକାଶ ପାଇଁ ବିଜେଡିକୁ ବାଛିବାକୁ ପାଣ୍ଡିଆନ ଜୟପୁରବାସୀ ଙ୍କୁ ନିବେଦନ କରିଥିଲେ। ନବୀନ ଙ୍କୁ ଗ୍ୟାରେଣ୍ଟି ଦେବା ସହ ଉଭୟ ବିଧାନ ସଭା ଓ ସାଂସଦପାଇଁ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ଜନତା ଙ୍କୁ ଅପିଲ କରିଛନ୍ତି।
ନବୀନ ଙ୍କ ପ୍ରଶଂସା ରେ କମ୍ପି ଉଠିଥିଲା ସାରା ସହର। ସେହି ପରି ଛତ୍ରପୁର ରେ ମଧ୍ୟ କାର୍ତ୍ତିକ ପାଣ୍ଡିଆନ ମାରାଥନ ଭାବରେ ପ୍ରଚାର କରି ଦେଇଛନ୍ତି। ସାଧାରଣ ସଭାରେ ପାଣ୍ଡିଆନ ଉଦବୋଧନ ଦେଇ କହିଥିଲେ
ଡବଲ ଇଞ୍ଜିନ ବୋଲି କିଛି ଲୋକେ ପାଟି କରୁଛନ୍ତି। ହେଲେ ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ହିଁ କାମ ଦେବ କାହିଁକି ନା ନବୀନ ଇଞ୍ଜିନ ହିଁ ସ୍ବଚ୍ଛତା ର ଇଞ୍ଜିନ ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.