Movie prime

ସରିଲା ସମସ୍ତ ଜିଲ୍ଲା ଭ୍ରମଣ ଦେଖନ୍ତୁ ଆସିଲା ବଡ ଅପଡେଟ ଦେଖନ୍ତୁ ଖର୍ଚ୍ଚ ହେଲା କେତେ କୋଟି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ 5T ସଚିବଙ୍କ ହେଲିକପ୍ଟର ବୁଲାର ପୋଲ୍‌ ଖୋଲିଲା ବିଜେପି। ସରକାରୀ ଅର୍ଥକୁ ହେଲିକପ୍ଟର ବୁଲାରେ ଅନୈତିକ ଭାବେ ଖର୍ଚ୍ଚ କରାଯାଉଛି ବୋଲି ବିଜେପିର ଅଭିଯୋଗ।
Special report
୧୪ ମେ ୨୦୨୩ ରେ 5T ଭୁବନେଶ୍ୱରରୁ ଅନୁଗୁଳ ଯାଇଛନ୍ତି। ସରକାରୀ ଗସ୍ତ ବୋଲି କୁହାଯାଉଛି, ସେଦିନ ସେଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା। ସେଠାରେ ବିଜେଡି ବିଧାୟକ ମୁକେଶ ପାଲଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଇଥିଲେ। 
ତାହେଲେ କାହିଁକି ହେଲିକପ୍ଟର ବ୍ୟବହାର କରି ଯାଇଥିଲେ ବୋଲି ପ୍ରଶ୍ନ କରିଛି ବିଜେପି। ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ପ୍ରେସମିଟ କରି ପ୍ରଶ୍ନ କରିଛନ୍ତି, ବ୍ୟକ୍ତିଗତ ଆମୋଦ ପ୍ରମୋଦ ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି ?
Special report
ସରକାରୀ ଅର୍ଥର ଅପବ୍ୟବହାର କରାଯାଉ ନାହିଁ କି ? ୫ କିମି ଯିବା ପାଇଁ କାହିଁକି ହେଲିକପ୍ଟରର ବ୍ୟବହାର କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବନ୍ଧୁଗଣ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ।
କେବଳ ଜାନୁଆରୀ ପହିଲାରୁ ଜୁନ୍ ୨୯ ତାରିଖ ଭିତରେ ଫାଇଭ୍-ଟି ସଚିବ ହେଲିକପ୍ଟରରେ ୭୫ ଥର ଗସ୍ତ କରିଛନ୍ତି। ଏମିତିକି ସରକାରୀ କାର୍ଯ୍ୟକ୍ରମ ନଥାଇ ସଚିବ, ବିଜେଡି ବିଧାୟକ ମୁକେଶ ପାଲଙ୍କ ବାହାଘର ଓ
Special report
 ତାଳଚେର ବିଧାୟକଙ୍କ ପାରିବାରିକ କାର୍ଯ୍ୟରେ ଯୋଗ ଦେଇଥିବାର ଅଭିଯୋଗ ଆଣିଛି ଦଳ। ଖାଲି ସେତିକି ନୁହେଁ, ପାଣ୍ଡିଆନଙ୍କ ଗସ୍ତରେ ପାଞ୍ଚଶହ କୋଟି ଖର୍ଚ୍ଚର ଅଭିଯୋଗ କରିଛନ୍ତି। 
ଆଗକୁ ଯଦି ଏଭଳି ଗସ୍ତ ଜାରି ହୁଏ ତାହେଲେ ହଜାରେ କୋଟି ଖର୍ଚ୍ଚ ହେବ ବୋଲି ବିଜେପି କହିଛି। ସେପଟେ ଫାଇଭ-ଟି ସଚିବଙ୍କ ଗସ୍ତ ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ସ୍ଥିତି। ବିଜେଡିରେ ତେଜୁଛି ଅସନ୍ତୋଷ।
କଂଗ୍ରେସ କହିଛି ଫାଇଭ ଟି ସଚିବ ସବୁ ଜିଲ୍ଲାରେ ବିଜେଡିର ପ୍ରଚାର ସାରିଦେଲେଣି। ତେଣୁ ଟିକେଟ୍ ଆଶାୟୀ ଓ ସଚିବଙ୍କ ଦ୍ୱାରା ଅସମ୍ମାନିତ ବୋଧ କରୁଥିବା ନେତାଙ୍କ ଭିତରେ ଅସନ୍ତୋଷ ବଢୁଥିବ ବୋଲି କହିଛନ୍ତି ନରସିଂହ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.