Movie prime

ପାଣି ପିଆଇ ସବୁକିଛି ଲୁଟିନେଲେ ଦେଖନ୍ତୁ କେମିତି ବସିଭୂତ ହୋଇ ମହିଳା କଲେ ଏମିତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ମହିଳା ଏଭଳି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ମହିଳା ଜଣକ କହିଛନ୍ତି ତାଙ୍କ ଘର ର ଛାତ ଉପରେ ଝୁମ୍ ଝୁମ ଶବ୍ଦ ହେଉଥିଲା।
ସେତେବେଳେ ସେ ଏକ ଗୁଣିଆ ସହ ସମ୍ପର୍କ କରିଥିଲେ। ଆଉ ଗୁଣିଆ ଜଣକ ତାଙ୍କୁ କହିଥିଲେ କି ସେ ସେଠି ଥାଇ କିଛି କରି ପାରିବେନି ସେଥିପାଇଁ ତାଙ୍କ ଘରକୁ ଯିବାକୁ ପଡ଼ିବ। ଏହାପରେ ସେ ମହିଳା ଜଣକ ଙ୍କ ଘରକୁ ମଧ୍ୟ ଆସିଥିଲେ।
ସେତେବେଳେ ସେହି ବାବା ଜଣକ କହିଥିଲେ କି ତାଙ୍କର ଘର ତଳେ କିଛି ଜିନିଷ ଅଛି ଯେଉଁଥି ପାଇଁ ଏତେ ଅସୁବିଧା ହେଉଛି। ତାପରେ ମହିଳା ଜଣଙ୍କୁ କହିଥିଲେ କି ତାଙ୍କ ଘର ତଳେ ସୁନା , ମୁକୁଟ ଓ ମାଣିକ ଅଛି।
ଏହାପରେ କହିଥିଲେ କି ଏହାର ସମାଧାନ କରିବା ପାଇଁ 62 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାପରେ ମହିଳା ଜଣକ ତାଙ୍କୁ ଦୁଇ ରୁ ତିନି ଲକ୍ଷ ଟଙ୍କା ମଧ୍ୟ ଦେଇଛନ୍ତି। ଏହାପରେ ତାଙ୍କର ଘର ଖୋଳିବା ଆରମ୍ଭ କରି ଦେଇଥିଲେ।
ସେହି ବାବା ଜଣକ ମହିଳା ଙ୍କୁ କିଛି ପାଣି ପିଇବା ପାଇଁ ଦେଇଥିଲେ। ଆଉ କହିଥିଲେ କି ସେହି ପାଣି ପିଇବା ପରେ ହିଁ ସବୁ କିଛି ଠିକ ହେଇଯିବ। ଆଉ ସେହି ପାଣି ପିଇବା ପରେ ମହିଳା ଜଣକୁ ସେହି ବାବା ଜଣକ ଯାହା କହିଲେ ସେ ତାହା କରି ଚାଲିଲେ।
ଆଉ ଏଥିପାଇଁ ତାଙ୍କ ଘରେ ଥିବା ମାଆ ଓ ଭାଇ ଙ୍କ ସହ ମହିଳା ଜଣକ ଙ୍କ ଖୁବ ଝଗଡ଼ା ମଧ୍ୟ ହେବାରେ ଲାଗିଲା। ସେ ପାଣି ପିଇ ସାରିବା ପରେ ବାବା ଙ୍କ ଦ୍ବାରା ସଂପୂର୍ଣ୍ଣ ଭାବରେ ବଶୀଭୂତ ହୋଇ ଯାଇଥିଲେ।
ଏଭଳି ଶୁଦ୍ଧି ହେବା ପାଇଁ ମଧ୍ୟ ତାଙ୍କ ନିକଟରୁ ଟଙ୍କା ଲୁଟି ନେଇଛନ୍ତି। ଏହାପରେ ମହିଳା ଜଣକ ଯେତେବେଳେ ମହାପ୍ରଭୁ ଙ୍କ ମନ୍ଦିରକୁ ଗଲେ ସେଠାରେ ତାଙ୍କୁ ପଣ୍ଡିତ ମାନେ ମହାପ୍ରସାଦ ସେବନ କରିବାକୁ କହିଲେ।
ଆଉ ଯେତେବେଳେ ସେ ମହାପ୍ରସାଦ ସେବନ କରିଲେ ତାହାପରେ ହିଁ ତାଙ୍କର ଚେତା ପଶିଲା କି ସେ କଣ ଭୁଲ ଥିଲେ। ଏହାପରେ ମହିଳା ଜଣକ ଯେତେବେଳେ ତାଙ୍କୁ ପଇସା ମାଗିଥିଲେ ସେତେବେଳେ ବାବା ଜଣକ ତାହା ନଫେରାଇ ତାଙ୍କୁ ଅନେକ ଅପମାନିତ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.