Movie prime

ପପୁ କହିଲେ କି ପିଣ୍ଟୁ ଙ୍କୁ ପଇସା ନୁହେଁ, ସମୟ ବଞ୍ଚେଇ ଥାଆନ୍ତା, ଶେଷ ସମୟ ରେ ୩୦ କୋଟି ଖର୍ଚ୍ଚ କରିଥିଲେ ବି ବଞ୍ଚି ନଥାନ୍ତେ

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ ପମ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ କୁ ନେଇ ସେ କହିଛନ୍ତି ଯେ କୋଟିଏ ଟଙ୍କା ନୁହେଁ ଶହେ କୋଟି ଟଙ୍କା ଦେଇଥିଲେ ମଧ୍ୟ ପିଣ୍ଟୁ ନନ୍ଦ ଭଲ ହୋଇ ପାରି ନଥାନ୍ତେ।
ଏଭଳି ଗୁରୁତର ପରିସ୍ଥିତି ତାଙ୍କର ହୋଇ ଯାଇଥିଲା।ଆଗରୁ ଯଦି ଚିକିତ୍ସିତ ହୋଇଥାନ୍ତେ ତାହେଲେ କିଛି ହୋଇ ପାରି ଥାନ୍ତି।
ଏହା ବହୁତ ବଡ଼ ଶୂନ୍ୟସ୍ଥାନ।ଚଳଚ୍ଚିତ୍ର ଜଗତ ପୁର ମୂରବୀ ହୀନ ହୋଇଗଲାଣି।ଅଭିନେତା ବିଜୟ ମହାନ୍ତି,ମିହିର ଦାସ,ଅଜିତ, ମୀନ କେତନ,ହର ପଟ୍ଟନାୟକ, ଦେବୁବୋସ ଆଉ ଆମ ଗହଣରେ ନାହାଁନ୍ତି।କିନ୍ତୁ ପିଣ୍ଟୁ ନନ୍ଦ ଙ୍କ ବୟସ ମାତ୍ର ୪୭ ବର୍ଷ ହୋଇଥିଲା।
ଏତେ କମ ବୟସର ତାଙ୍କର ଦେ-ହା-ନ୍ତ ହୋଇଥିବାରୁ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି।ପିଣ୍ଟୁ ନନ୍ଦ ଆଉ ବବି ମିଶ୍ର ଏମାନେ କାମ କରୁଥିଲେ।ଅନେକ ଲୋକ ମାନଙ୍କର ରୋଗ ହେଉଛି।
କିଡନୀ ଫେଲ ହୋଇ ଯାଉଛି।ଭଗବାନ କିନ୍ତୁ ଭଲ ଲୋକଙ୍କୁ ବେଶୀ ଦିନ ରଖନ୍ତି ନାହିଁ।ପିଣ୍ଟୁ ନନ୍ଦ ବହୁତ ଭଲ କଳାକାର ଥିଲେ।ସେଥିପାଇଁ ଭଗବାନ ତାଙ୍କ ପାଖକୁ ନେଇଗଲେ ବୋଲି ହାସ୍ୟ ଅଭିନେତା ପପୁ ପମ ପମ କହିଛନ୍ତି।
ଏଭଳି ଘଟଣା ପପୁ ପମ ପମ ଙ୍କ ଜୀବନରେ ମଧ୍ୟ ଘଟିଥିଲା।କିନ୍ତୁ ତାଙ୍କର ଏତେ ସିରୀୟଶ ହୋଇ ନଥିଲା।ତଥାପି ପପୁ ପମ ପମ ସବୁ ଜିନିଷ କୁ ସାମ୍ନା କରିଛନ୍ତି।
ଓଡିଶାବାସୀ ତାଙ୍କ ପାଇଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଥିଲେ।ଓଡିଶାବାସୀ ଙ୍କୁ ସେ କେବେ ଟଙ୍କା ମାଗି ନଥିଲେ।କିନ୍ତୁ ପପୁ ପମ ପମ ଯେଉଁଦିନ ଦିଲ୍ଲୀ ରେ ଯେଉଁଦିନ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ
 ସେହିଦିନ ଚାରିଆଡ଼େ ସମସ୍ତେ କହିଲେ ଯେ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ର ଦେ-ହା-ନ୍ତ ହୋଇଯାଇଛି।କିନ୍ତୁ ପପୁ ଫେରିବା ପରେ ସେ ବଞ୍ଚିଛନ୍ତି ବୋଲି କହିବାକୁ ପଡିଲା।