Movie prime

ପରିବାର ସମ୍ଭାଳିବାକୁ ସହିଦ୍ ଦେବାଶିଷ ଙ୍କ ପତ୍ନୀ ଭିଡ଼ିଲେ ଅଣ୍ଟା! ସରକାର ଙ୍କୁ ଲୋକ ଙ୍କ ଦାବି - ପଇସା ନ ଦେଇ ଚାକିରୀ ଦିଅ ତାଙ୍କୁ

 
Special Report
ବର୍ତମାନ ସହିଦ ଦେବାଶିଷ ବିଶ୍ଵାଳ ଙ୍କ ମୃ-ତ୍ୟୁ ଖବର ଯିଏ ଶୁଣୁଛନ୍ତି ସେ ଦୁଃଖ ପ୍ରକାଶ କରୁଛନ୍ତି।ସୁଶ୍ରୀ ସଂଗୀତା ତାଙ୍କ ସ୍ବାମୀ ଙ୍କ ବିନା ଗୋଟିଏ ମିନିଟ ଯେମିତି ଲାଗୁଛି ଗୋଟିଏ ଯୁଗ ପରି।
କେତେବେଳେ ସକାଳେ ହୋଇ ସନ୍ଧ୍ୟା ହୋଇ ଯାଉଛି କିଛି ଜଣା ପଡୁନାହିଁ।ସବୁବେଳେ ସେହି ବନ୍ଦ କୋଠରୀ ରେ ନିଜକୁ ଅନ୍ଧକାର ରେ ହଜାଇ ଦେବାକୁ ଇଚ୍ଛା ହେଉଛି।ଆଉ ଚାରିଆଡ଼େ ଶୂନ୍ୟ ପଞ୍ଜୁରୀ ପରି ଲାଗୁଛି।
ଯେଉଁ ପଞ୍ଜୁରୀ ତ ଅଛି କିନ୍ତୁ ମନ ପସନ୍ଦର ସେହି ମଣିଷ ନାହିଁ।ସ୍ବାମୀ ଙ୍କ ପରେ ଏବେ ପାଖରେ ଭରସା ଓ ବିଶ୍ୱାସ ଦେଇ ଘରକୁ ଆଣିଥିବା ବୃଦ୍ଧ ଶାଶୁ ଶଶୁର ଆଉ ଦିଅର। ବୋହୂ ର ଦୁଃଖ କୁ କେହି ବି ସହି ପାରୁ ନାହାଁନ୍ତି।
ପୁଅ ଚାଲିଯିବାର ଦୁଃଖ ଠୁ ଅଧିକ ଦୁଃଖ ଲାଗୁଛି ସେହି ବୋହୂ ର ମୁହଁ।ଯେଉଁ ବୋହୂ ର ମୁହଁରେ ଦାଉ ଦାଉ ହୋଇ ଜଳୁ ଥିଲା ତାଙ୍କ ପୁଅ ନାମରେ ସିନ୍ଦୂର।ସେହି ବୋହୂ ଟି ସକାଳ ଉଠି ମଥା ଖାଲି କରି ବସିଛନ୍ତି।
କାହାକୁ କିଛି କହୁ ନାହାଁନ୍ତି। ସବୁ ପରେ ବି ଶାଶୁ ଶଶୁର ଙ୍କ ସେବା କରୁଛନ୍ତି।ଶାଶୁ ଶଶୁର ଙ୍କ ଠାରୁ ଆରମ୍ଭ କରି ଦିଅର ପର୍ଯ୍ୟନ୍ତ ସମସ୍ତେ ବୋହୂ କୁ ଖୁସି କରାଇବା ପାଇଁ ଚାହୁଁଛନ୍ତି।ହେଲେ କେହି ପାରୁ ନାହାଁନ୍ତି।
ବର୍ତମାନ ସମସ୍ତଙ୍କର ଗୋଟିଏ ଚିନ୍ତା ବାକି ଜୀବନ ସୁଶ୍ରୀ ସଂଗୀତା କେମିତି ବିତାଇବେ।ପାଖରେ ସାତ ମାସ ର ଝିଅକୁ ନେଇ କେମିତି ଚଳିବେ।ସେଥିପାଇଁ ସମସ୍ତେ ବହୁତ ଚିନ୍ତା ରେ ରହିଛନ୍ତି।
ଆଉ ଏହି କାରଣରୁ ସୁଶ୍ରୀ ସଂଗୀତା ଙ୍କ ଦିଅର ଭାଉଜ ଙ୍କ ଚାକିରି ପାଇଁ ଲାଗି ପଡିଛନ୍ତି।ଘରର ବଡ ପୁଅ ଥିଲେ ଦେବାଶିଷ ବିଶ୍ଵାଳ।ପରିବାରର ବୋଝ ଉଠାଉ ଥିଲେ।
ଆଉ ତାଙ୍କ ପରେ ଭାଉଜ ଙ୍କୁ ଚାକିରି ଦେବାପାଇଁ ଏବେ ସରକାର ଙ୍କୁ ଅନୁରୋଧ କରିଛନ୍ତି।ସହିଦ ଦେବାଶିଷ ବିଶ୍ଵାଳ ଙ୍କ ସ୍ତ୍ରୀ ସୁଶ୍ରୀ ସଂଗୀତା ବହୁତ ପାଠ ପଢ଼ିଛନ୍ତି।ସେଥିପାଇଁ ଓଡ଼ିଶା ଭିତରେ ତାଙ୍କୁ ଚାକିରି ଦେବାପାଇଁ ଗୁହାରି କରିଛନ୍ତି।
କାରଣ ପାଖରେ ଏବେ ଆଉ କେହି ନାହାଁନ୍ତି।ଆଉ ଏବେ ଭାଇ ଙ୍କ ପରିବର୍ତ୍ତେ ଭାଉଜ ସବୁ ଦାୟିତ୍ଵ ସମ୍ଭାଳିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.