Movie prime

ମହାଲ୍ ମାଣ୍ଡ ଦେଇ ସାରିଲେ ପରୀକ୍ଷା ଏବେ ପରୀକ୍ଷା ନେବେ ପ୍ରତିଷ୍ଠିତ ଅଭିନେତ୍ରୀ Sunny Leone

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିଛି ଦିନ ପୂର୍ବରୁ ଆପଣ ଦେଖିଥିବେ ଜଣେ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡରେ ଲେଖାଥିଲା ମାହଲ ମାଣ୍ଡା। ଅର୍ଥାତ ପରୀକ୍ଷାର୍ଥୀଙ୍କ ନାଁ ସ୍ଥାନରେ ଲେଖାଥିଲା ମାହଲ ମାଣ୍ଡା,
Special report
ଆଉ ତାଙ୍କ ପିତାଙ୍କ ନାଁ ସ୍ଥାନରେ ଥିଲା ମାହଲ ମାଣ୍ଡା ପ୍ରୋ। ଏହି ଘଟଣା ସାମ୍ନାକୁ ଆସିବ ପରେ ରାଜ୍ୟ ରାଜନୀତି ବି ବେଶ ଚହଳ ହୋଇଥିଲା। ତେବେ ଏହି ଘଟଣା ଥିଲା ଓଡ଼ିଶାର। ହେଲେ ଏବେ ଉତ୍ତରପ୍ରଦେଶରୁ ବି ସମାନ ଘଟଣା ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶ କନଷ୍ଟେବଳ ପାଇଁ ୬୦,୨୪୪ ପଦରେ ନିଯୁକ୍ତି ପାଇଁ ୨ ଦିନିଆ ପରୀକ୍ଷା କରାଯାଇଥିଲା। ଏଥିରେ ୪୮ ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥି ପରୀକ୍ଷା ଦେଇଥିଲେ। ଏଥିରେ ଅନେକ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରା ପଡ଼ିଥିଲେ।
Special report
ଏହାଭିତରେ କନୌଜ ଜିଲ୍ଲାରେ ଏକ ଆଡମିଟ କାର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଧିରେ ଧିରେ ସାରା ଭାରତରେ ଏହି ଆଡମିଟ କାର୍ଡର ଫଟୋ ଭାଇରାଲ ହେଉଛି। କାରଣ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି ।
ଖାଲି ସେତିକି ନୁହେଁ ଆଡ୍‌ମିଟ୍‌ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି। ପ୍ରାର୍ଥୀ ତିରୱା ସ୍ମିଥ୍ ସୋନେଶ୍ରୀ ମେମୋରିଆଲ୍ ବାଳିକା ମହାବିଦ୍ୟାଳୟରେ ପରୀକ୍ଷା ଦେବାକୁ ଯାଇଥିଲେ। ହେଲେ ପ୍ରାର୍ଥୀ ତାଲିକାରେ ଏହି ପରୀକ୍ଷାର୍ଥୀଙ୍କ ବିଷୟରେ ଜାଣିବା ପରେ ଡ୍ୟୁଟିରେ ଥିବା ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।
Special report
କିଛି ସମୟ ମଧ୍ୟରେ ସନ୍ନି ଲିଓନିଙ୍କ ନାମରେ ଜାରି ହୋଇଥିବା ଏହି ଆଡମିଟ୍ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଡମିଟ୍ କାର୍ଡ ଭାଇରାଲ୍ ହେବା ପରେ ଉତ୍ତରପ୍ରଦେଶ ପୋଲିସ୍ ନିଯୁକ୍ତି ଏବଂ ପଦୋନ୍ନତି ବୋର୍ଡ ଏହାକୁ ନକଲି ଆଡମିଟ୍ କାର୍ଡ ବୋଲି ସୂଚନା ଦେଇଛନ୍ତି।
Special report
ଫର୍ମ ପୂରଣ କରିଥିବା କିଛି ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡ ରିଲିଜ୍ ସମୟରେ ଭୁଲ ଫଟୋ ଅପଲୋଡ୍ ହୋଇଥିଲା। ନିଯୁକ୍ତି ବୋର୍ଡ ଅଭିଯୋଗ ପାଇବା ମାତ୍ରେ ଏହିପରି ଆଡମିଟ୍ କାର୍ଡଗୁଡିକରେ ସଂଶୋଧନ ମୂଳକ ଫଟୋ ପାଇଁ ସ୍ଥାନ ଫାଙ୍କା ଦିଆଯାଇଛି ।
ଏହାପରେ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଟୋଗ୍ରାଫ ଏବଂ ଆଧାର କାର୍ଡ ସହିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ବର୍ତ୍ତମାନ ପୋଲିସ ଭର୍ତ୍ତି ପାଇଁ ‘ସନି ଲିଓନି’ଙ୍କ ଏହି ଆଡମିଟ କାର୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।