Movie prime

ପାଠ ପଢ଼ିବାକୁ ଇଛା ହେଉନାହିଁ ଯଦି ଆପଣାନ୍ତୁ ଏହି ରାମବାଣ ଉପାୟ ସାଙ୍ଗେ ସଙ୍ଗେ ଦେବ କାମ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମନୁଷ୍ୟର ସବୁ ଠାରୁ ସୁଦୃଢ ହେଉଛି ତାର ଇଚ୍ଛା ଶକ୍ତି। ଯଦି ତାର ଇଚ୍ଛା ଶକ୍ତି ସୁଦୃଢ ଥିବ ତେବେ ସେ ଦୁନିଆର ସବୁ ଶକ୍ତି କୁ ପ୍ରାପ୍ତ କରି ପାରିବ।
ମନ ହେଉଛି ମଣିଷର ସବୁଠାରୁ ବଡ଼ ଅସ୍ତ୍ର ମନ ଯଦି ନିଜ ଆୟତରେ ରହିଲା ତେବେ ଆପଣ ବିଶ୍ବର ସବୁ କିଛି ଜିତି ପାରିବେ। ମନ ଯଦି ଅନାୟତ ରେ ରହିଲା ତେବେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଅସଫଳ ହେବେ। ଆଜି ଆମେ ଆପଣଙ୍କୁ କିଛି ଅମୂଲ୍ୟ ଶିକ୍ଷା ସମ୍ପର୍କ ରେ କହିବାକୁ ଯାଉଛୁ।
ତେବେ ଆପଣ ମାନେ ଜାଣିଥିବେ କି ସମୟ ଅତ୍ୟନ୍ତ ମୂଲ୍ୟବାନ ଅଟେ। ସେଥିପାଇଁ ସମୟ ଅନୁସାରେ କାର୍ଯ୍ୟ କରିବା ଉଚିତ। ସମୟ ଯଦି ଥରେ ଗଡି ଯିବ ତେବେ ଏହା ଆଉ ଫେରି ଆସିବ ନାହିଁ।
ଆପଣ ମାନେ ଜାଣିଥିବେ କି ଆଜିକାଲି ଅନେକ ଛାତ୍ର ମାନେ କହୁଛନ୍ତି କି ତାଙ୍କର ପାଠ ପଢ଼ିବାକୁ ଇଚ୍ଛା ହେଉ ନାହିଁ। ସେମାନଙ୍କ ମନ ମଧ୍ୟ ଅନ୍ୟ କାର୍ଯ୍ୟରେ ଲିପ୍ତ ରହୁଛି। ଗୋଟିଏ ଭୁଲ ଯୋଗୁଁ ମଧ୍ଯ ଅନେକ ଗୁଡ଼ିଏ ଅସଫଳତା ଆସୁଛି।
ମନ ଯଦି ହେଉ ନାହିଁ ପାଠ ପଢିବାକୁ ଏହାର କାରଣ ମନ ଅନ୍ୟ ଆଡ଼କୁ ଚାଲି ଯାଉଛି। ହେଲେ ସେମାନେ ଜାଣି ପାରୁ ନାହାଁନ୍ତି କି ଆଜି ଯାହା ଆମ ଆଖିକୁ ଭଲ ଲାଗୁଛି କାଲି ନିଶ୍ଚିତ ଭାବରେ ତାହା ଆମ ପାଇଁ ସଜା ହୋଇ ପାରେ।
ହେଲେ ଯଦି ଆପଣ ମନ କୁ ଅନ୍ୟ ଆଡେ ନନେଇ ସୁଦୃଢ ହେବେ ତେବେ ସମାଜର ମଧ୍ୟ ନିଶ୍ଚିତ ଭାବରେ କଲ୍ୟାଣ ହେବ। ଯଦି ଆପଣ ନିଜେ ଭାଙ୍ଗି ପଡ଼ି ଅନ୍ୟ ରାସ୍ତା କୁ ଯିବେ ତେବେ ଆପଣ ନିଜକୁ ପଙ୍ଗୁ କରିବା ସହ ସମାଜ କୁ ମଧ୍ୟ ପଙ୍ଗୁ କରି ଦେବେ।
ଜୀବନରେ ସଫଳତା ପ୍ରାପ୍ତ କରିବାକୁ ହେଲେ ନିଜ ଶରୀରର ମଧ୍ୟ ଯତ୍ନ ନେବାକୁ ପଡ଼ିଥାଏ। ଜୀବନରେ ଖଟିବା ଦ୍ବାରା ଆପଣ ଆପଣଙ୍କ ଆଗାମୀ ଜୀବନରେ ମଧ୍ଯ ରାଜ୍ କରିବେ।
ସେଥିପାଇଁ ଆପଣ ଏବେ ଠାରୁ ପରିଶ୍ରମ କରିବା ଆରମ୍ଭ କରନ୍ତୁ। ଉଜ୍ବଳ ଭବିଷ୍ୟତ ପାଇଁ ଆପଣଙ୍କୁ ଆଜି ଠାରୁ ହିଁ ପରିଶ୍ରମ କରିବାକୁ ପଡିବ। ଏଭଳି କରିବା ଦ୍ୱାରା ଆପଣଙ୍କ ଭବିଷ୍ୟତ ଅତ୍ୟନ୍ତ ସୁଖମୟ ହେବ।