Movie prime

ଆହାର କେନ୍ଦ୍ର ରେ ଖାଇବା ର ମଜା ନେଉଛନ୍ତି ଲୋକେ,ଗରିବ କହିଲେ ଧନ୍ୟବାଦ୍ ନବୀନ ବାବୁ ଆଉ ପାଣ୍ଡିଆନ ବାବୁ

 
Vb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ସ୍ଵାଦ ଆଉ ସ୍ବଚ୍ଛତା ରେ ନାହିଁ ସାଲିସ।ସ୍ବଚ୍ଛତା ଓ ଉତ୍ତମମାନର ଖାଦ୍ୟ ରେ ଆହାର କେନ୍ଦ୍ର ନମ୍ୱର୍ ୱାନ।ଭୁବନେଶ୍ୱର ରେ ସମସ୍ତ ଆହାର କେନ୍ଦ୍ର କୁ ମିଳିଛି ISO ସାର୍ଟିଫିକେଟ।
ଲକ୍ଷ ଲକ୍ଷ ଗରିବ ଲୋକମାନେ ଦୁଇ ମୁଠା ଦୁଇ ଓଳି ଖାଇବାକୁ ଅନେକ ସଂଘର୍ଷ କରୁଛନ୍ତି।ଏହା କୌଣସି ଛୋଟିଆ ସମସ୍ୟା ନୁହେଁ।ଯିଏ ଅଙ୍ଗେ ନିଭାଇଛନ୍ତି ସିଏ ହିଁ ଜାଣିଛି।
Hj
ଏହି ସମସ୍ତ ସମସ୍ୟା ଓ ସଂଘର୍ଷ ସରକାର ଙ୍କ ଆଖି ଦେଖି ପାରିଛି ଓ ମନ ବୁଝି ପାରିଛି।ଏଣୁ ଗରିବ ଶ୍ରେଣୀର ଲୋକମାନେ ଅତି ସହଜ ଓ ସୁଲଭ ମୂଲ୍ୟରେ ପେଟ ପୁରା ଖାଦ୍ୟ ଖାଇ ପାରୁଛନ୍ତି।ସେମାନେ ଖାଉଥିବା ମିଲ ର ଦାମ୍ ୨୩ ଟଙ୍କା କିନ୍ତୁ ମାତ୍ର ୫ ଟଙ୍କା ଦେବାକୁ ପଡ଼ୁଛି।
ଆମ ରାଜ୍ୟ ରେ ଏଭଳି ସୁବିଧା ଉପଲବ୍ଧ।ତେବେ ଏହି ମିଲ ର ଦାମ୍ କୁ ସରକାର ଲୋକଙ୍କ ପାଇଁ ୧୮ ଟଙ୍କା ଦେଉଛନ୍ତି ଏବଂ ଲୋକମାନେ ଏହାକୁ ମାତ୍ର ୫ ଟଙ୍କା ଦେଇ ଖାଉଛନ୍ତି।
Bb
ଗରମ ଭାତ, ଡାଲମା ଆଉ ଆଚାର।ପାଞ୍ଚ ଟଙ୍କା ବୋଲି ଖାଦ୍ୟ ର ମାନ ଓ ସ୍ବାଦ ସହିତ କୌଣସି ସାଲିସ କରାଯାଉ ନାହିଁ।ପୁରା ଖାଦ୍ୟ ସୁରକ୍ଷା କୁ ନଜର ରେ ରଖି ହସ ହସ ମୁହଁ ରେ ଲୋକଙ୍କ ଥାଳି ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଖାଦ୍ୟ ପରସି ଦେଉଛନ୍ତି।
ତେବେ ଏଭଳି ସୁଲଭ ହୋଟେଲ ର ଠିକଣା ହେଉଛି ଓଡ଼ିଶା ସରକାର ଙ୍କ ଆହାର ଯୋଜନା କେନ୍ଦ୍ର।ଆଜି ଭିକାରୀ ଟିଏ ମଧ୍ୟ ଯଦି ପାଞ୍ଚ ଟଙ୍କା ପାଉଛି ସେ ମଧ୍ୟ ପେଟ ପୁରାଇ ଖାଇବା ପାଇଁ ଆହାର କେନ୍ଦ୍ର କୁ ଦୌଡ଼ି ଯାଉଛି।
ସହରାଞ୍ଚଳ ରେ ଖାଦ୍ୟ ସୁରକ୍ଷା ର ଚିତ୍ର ବଦଳି ଯାଇଛି।ଖାଦ୍ୟ ସୁରକ୍ଷା କୁ ତଦାରଖ କରିବାରେ ହେଳା କରୁନାହିଁ।ସ୍ବଚ୍ଛତା ଓ ଉତ୍ତମମାନର ଖାଦ୍ୟ ଯୋଗାଣ ପାଇଁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.