Movie prime

ଆସୁଛି ଅଜଣା ଯିବ ଲୋକଙ୍କ ଦେହରୁ ମାଂ-ସ ନେଇ ଚାଲିଯାଉଛି ଚିନ୍ତାରେ ଗାଁ ଲୋକେ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏମିତି କିଛି ଘଟଣା ଘଟୁଛି ଯାହା ଅନେକ କଷ୍ଟ ଦାୟକ ଆଉ ଭୟାନକ ହୋଇଥାଏ । ଆଉ ଏହିଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କୁ ଡର ଲାଗିବ । ଆଉ ଏମିତି ଅନେକ ଘଟଣା ଏବେ ଘଟି ଚାଲିଛି । ଆଉ ଏବେ ଏମିତି କିଛି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବନାଞ୍ଚଳ ସଲାଙ୍ଗଗୁଡ଼ା ଅଞ୍ଚଳରେ ।
ସେହି ଅଞ୍ଚଳରେ ଏମିତି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କୁ ବି ଭୟ ଲାଗିବ ।ଏହି ଅଞ୍ଚଳରେ ରାତିରେ ଏକ ଅଜଣା ଜୀବ ଆସି ଶୋଇଥିବା ଲୋକମାନଙ୍କୁ କାମୁଡ଼ି ତାଙ୍କ ଦେହରୁ ମାଂସ ପୁଳାଏ ପୁଳାଏ ନେଇଯାଉଛି । ଘରେ ପଶି ଲୋକଙ୍କୁ କାମୁଡ଼ି ଦେଉଛି ଏହି ଅଜଣା ଜୀବ । ରାତିରେ ଆସି ଲୋକଙ୍କୁ ରକ୍ତାକ୍ତ କରୁଛି ଏହି ଅଜଣା ଜୀବ । ଏହି ଜୀବର ନାମ କଣ ଏଯାଏଁ ଜଣାପଡିନାହିଁ ।
ଆଉ ଏହି ଜୀବ ପାଗଳା ବିଲୁଆ ବୋଲି କିଛି ଲୋକ କହିଛନ୍ତି । ଶନିବାର ଦିନ ଠାରୁ ଏହି ଅଜଣା ବନ୍ୟ ଜନ୍ତୁ ଉତପାତ୍ ମଚାଉଛି । ଘରେ ପଶି ଶୋଇଥିବା ଲୋକଙ୍କୁ କାମୁଡ଼ି କ୍ଷତାକ୍ତ କରିଦେଉଛି । ପାଖାପାଖି ୧୫ ଜଣ ଲୋକଙ୍କୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଆଉ ଏଥିରୁ ୩ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି ବୋଲି ସୂଚନା ମିଳିଛି । ଏହି ଗୁରୁତର ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍ଗୀନ ଅଛି ।
ଆଉ ସଙ୍ଗୀନ ଥିବା ବ୍ୟକ୍ତିଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆଉ ଅନ୍ୟ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ବିଷୟରେ ବନ ବିଭାଗ ଜାଣିବା ପରେ ସେଠାରେ ବନ ବିଭାଗର ଟିମ୍ ପହଞ୍ଚିବା ପରେ ସେଥିରୁ ଦୁଇଜଣଙ୍କୁ ଏହି ବନ୍ୟ ଜନ୍ତୁ ଲୁଚିକି ଆକ୍ରମଣ କରିଥିବାର ସୂଚନା ମିଳିଛି । ଆଉ ଏହି ବନ୍ୟ ଜନ୍ତୁ ପାଇଁ ଗାଁ ଲୋକ ରାତିସାରା ବାଡ଼ି ଧରି ବସିଥିଲେ । ଆଉ ଏବେ ବନ ବିଭାଗ ତନାଘନା ଆରମ୍ଭ କରିଛି ।