Movie prime

ପିଣ୍ଟୁ କେବେ କାହାକୁ କହିନି ମୋ ପାଇଁ କିଏ ଭିକ ମାଗ, ସେ ଜମିଦାର ଘର ପୁଅ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଓଲିଉଡ଼ ଜଗତର ଜଣେ ବରିଷ୍ଠ ଅଭିନେତା ଆଉ ଆମ ଗହଣରେ ନାହାଁନ୍ତି। ସେ ସବୁ ଦିନ ପାଇଁ ଆମକୁ ଛାଡ଼ି ଆରପାରି କୁ ଚାଲି ଯାଇଛନ୍ତି।
ଆପଣ ମାନେ ଜାଣିଥିବେ କି ପିଣ୍ଟୁ ନନ୍ଦ ଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ପାଖା ପାଖି ୫୦ ଲକ୍ଷ ଟଙ୍କା ଦରକାର ଥିଲା। ଏଥିପାଇଁ କିଛି କଳାକାର ଅର୍ଥ ଦାନ କରିଥିବା ବେଳେ ଅନ୍ୟ କିଛି କଳାକାର ମାନେ ତାଙ୍କ ପାଇଁ ଭିକ ମାଗୁ ଥିଲେ।
ଏହି ସମ୍ପର୍କ ରେ ଅନେକ ଲୋକ ମାନେ ମଧ୍ୟ ଅନେକ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି ସମ୍ପର୍କ ରେ କହିବାକୁ ଯାଇ ବିଜୁ ବଡ଼ଜେନା କହିଛନ୍ତି କି ପିଣ୍ଟୁ ନନ୍ଦ ହେଉଛନ୍ତି ଏକ ଜମିଦାର ଘରର ପିଲା ସେଥିପାଇଁ
ସେ କେବେ ହେଲେ ଚାହୁଁ ନଥିଲେ କି ତାଙ୍କ ପାଇଁ ଭିକ ମଗା ଯାଉ। ଏଭଳି ନକରିବା ପାଇଁ ମଧ୍ୟ ସେ ଓଡିଶାବାସୀ ଙ୍କୁ ମନା ମଧ୍ୟ କରିଥିଲେ। ସେ ହାତ ଯୋଡ଼ି ଓଡ଼ିଶାବାସୀ ଙ୍କୁ ସାହାଯ୍ୟ କରିବାକୁ କହି ନଥିଲେ।
ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନେ କି ଏଭଳି କରି ମାଇଲେଜ୍ ନେବା ପାଇଁ କହିଥିଲେ ସେମାନେ ହିଁ ଏଭଳି କରିଥିଲେ। ଖାଲି ସମସ୍ତେ ମିଛରେ କହୁଥିଲେ କି ପିଣ୍ଟୁ ନନ୍ଦ ଙ୍କ ପାଇଁ ସେମାନେ ସବୁ କିଛି କରିଦେବେ।
ହେଲେ ସମୟ ସାଙ୍ଗେ ସାଙ୍ଗେ ସେ ସବୁ ଫସର ଫାଟି ଯାଇଥିଲା। ସମସ୍ତେ ମଦ ପିଅନ୍ତି ହେଲେ ପିଣ୍ଟୁ ନନ୍ଦ ମରିଯିବା ପରେ ଯେଉଁଭଳି ଭାବରେ ପ୍ରଚାର କରୁଛନ୍ତି କି ମଦ ପିଇ ସେ ମରିଗଲେ ବୋଲି ସେଟା ଭଲ ଲାଗୁ ନାହିଁ ବୋଲି ବିଜୁ ବଡ଼ଜେନା କହିଛନ୍ତି।
ସେ ଫୋନ ରେ ପ୍ରାୟ ସମୟ ପିଣ୍ଟୁ ନନ୍ଦ ଙ୍କ ସହ କଥା ହେଉଥିଲେ ବୋଲି କହିଛନ୍ତି। ପିଣ୍ଟୁ ନନ୍ଦ ଙ୍କ ଏଭଳି ହଠାତ୍ ବିୟୋଗ ଆମର ଓଲିଉଡ଼ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ।
ତାଙ୍କ ଶୂନ୍ୟସ୍ଥାନ ଆଉ କେହି ହେଲେ ମଧ୍ୟ ପୁରା କରି ପାରିବେ ନାହିଁ। ତାଙ୍କର ଓଲିଉଡ଼ ସିନେ ଜଗତ ପାଇଁ ବହୁତ କିଛି ଅବଦାନ ମଧ୍ୟ ରହିଛି। ପିଣ୍ଟୁ ନନ୍ଦ ସର୍ବଦା ସମସ୍ତଙ୍କ ହୃଦୟରେ ଜୀବିତ ରହିବେ।