Movie prime

ପିଣ୍ଟୁ ଙ୍କ ପାଇଁ ବନ୍ଦ ରହିଲା ଯାତ୍ରା, ଜାଣନ୍ତୁ ଏମିତି କଣ ହୋଇଗଲା ଯେ ଦର୍ଶକ ମଧ୍ୟ ଠିଆ ହୋଇଗଲେ

 
Special report
ବର୍ତମାନ ଓଡ଼ିଶା କଳା ଜଗତ ପାଇଁ ଏକ ବହୁତ ବଡ଼ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
ସିନେମାର ଜଗତ ରେ ଅଭିନେତା ପିଣ୍ଟୁ ନନ୍ଦ ଅଲ୍ ରାଉଣ୍ଡ ର ଥିଲେ।ସେ ପ୍ରଥମେ ଭୁବନେଶ୍ୱର ର ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ।
କିନ୍ତୁ ସେଠାରୁ ତାଙ୍କୁ ଦିଲ୍ଲୀ କୁ ପଠାଇ ଦିଆ ଯାଇଥିଲା।ଏହାପରେ ତାଙ୍କ ସ୍ବାସ୍ଥ୍ୟ ବେଶୀ ଗୁରୁତର ହେବାରୁ ଦିଲ୍ଲୀ ରୁ ହାଇଦ୍ରାବାଦ କୁ ସ୍ଥାନାନ୍ତରିତ କରାଯାଇଥିଲା।
ଯଶୋଦା ହସ୍ପିଟାଲ ରେ ପିଣ୍ଟୁ ନନ୍ଦ ଚିକିତ୍ସିତ ହେଉଥିଲେ।କିନ୍ତୁ ଦୁଃଖଦ ଖବର ହେଉଛି ଯେ ଆମ ସମସ୍ତଙ୍କୁ ଛାଡ଼ି ଅଭିନେତା ପିଣ୍ଟୁ ନନ୍ଦ ଆରପାରି କୁ ଚାଲି ଯାଇଛନ୍ତି।ହାଇଦ୍ରାବାଦ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦେ-ହା-ନ୍ତ ହୋଇଛି।
ତାଙ୍କର ଆତ୍ମାର ସଦଗତି ପାଇଁ ମାତ୍ର ୩୦ ସେକେଣ୍ଡ ପାଇଁ ଯାତ୍ରା ରେ ଶୋକ ସଭା କରାଯାଇଥିଲା।ସେଠାରେ ଅନେକ ଲୋକମାନେ ଉପସ୍ଥିତ ଥିଲେ।ସମସ୍ତ ଦର୍ଶକ ମାନଙ୍କ ଆଖିରୁ ଲୁହ ଝରି ଆସୁଥିବାର ଦେଖିବାକୁ ମିଳିଛି।
ଯାତ୍ରା ଜଗତର ମହାନାୟକ ବା ଯାତ୍ରା ଟାଇଗର ଦୈତାରି ପଣ୍ଡା ମଧ୍ୟ ଷ୍ଟେଜ ଉପରେ ଉପସ୍ଥିତ ଥିଲେ।ଚଳଚ୍ଚିତ୍ର ହେଉ,ଧାରାବାହିକ ହେଉ ଅଥବା ଯାତ୍ରା ହେଉ ସମସ୍ତେ ନିଜ କଳା ପ୍ରଦର୍ଶନ କରିଥାନ୍ତି।
ସମୟ କେତେବେଳେ କାହା ପାଖକୁ ଚାଲି ଆସେ ତାହା କେହି ଜାଣି ନାହାଁନ୍ତି।ଆଉ ସେ ବିଦାୟ ନେଇ ଯାଇଥାନ୍ତି।ବହୁତ କମ୍ ବୟସରେ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଯିଏ କି ଚଳଚ୍ଚିତ୍ର ଦୁନିଆରେ ଗୋଟିଏ ନିଆରା ପରିଚୟ ସୃଷ୍ଟି କରିଥିଲେ।
ଯାତ୍ରା ଜଗତର ମହାନାୟକ ଦୈତାରି ପଣ୍ଡା କହି ସାରିବା ପରେ ବହୁତ ଦୁଃଖ କରିଥିଲେ।ଏହାପରେ ଯାତ୍ରା ମଞ୍ଚ ଉପରେ ଶୋକ ସଭା କରିଥିଲେ।
ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ମଧ୍ୟ ୩୦ ସେକେଣ୍ଡ ପାଇଁ ଆଖି ବୁଜି ଛିଡ଼ା ହୋଇଥିଲେ।ଓମ୍ ଶାନ୍ତି ଧ୍ଵନି ସୁବୁଥିଲା।କଳାକାର ମାନେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.