Movie prime

ପିଣ୍ଟୁ ନନ୍ଦ ଗଲାବେଳେ କେତେ ସମ୍ପତ୍ତି ଛାଡ଼ି ଯାଇଛନ୍ତି, କେତେ ଗାଡ଼ି ଆଉ ଧନ ତାଙ୍କ ପାଖରେ ଥିଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଓଲିଉଡ ଜଗତକୁ ନେଇ ଅନେକ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଭଲଭାବେ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଏହି ଅଭିନେତା ଜଣକ ସବୁବେଳେ ତାଙ୍କ କାମ ପାଇଁ ଚର୍ଚ୍ଚାରେ ରୁହନ୍ତି ।ଅଭିନେତା ପିଣ୍ଟୁ ନନ୍ଦ ୭ ଜୁଲାଇ ୧୯୭୭ ମସିହାରେ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । 
ଏହି ଅଭିନେତା ଜଣକ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ସେ ପ୍ରଥମେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଏହାପରେ ଭୁବନେଶ୍ୱର ଡାକ୍ତର ତାଙ୍କୁ ଦିଲ୍ଲୀ ପଠାଇ ଦେଇଥିଲେ । ଏହାପରେ ଦିଲ୍ଲୀର ମେଡ଼ିକାଲରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ହାଇଦ୍ରାବାଦର ଯଶୋଦା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ଆଉ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ଘଟିଥିଲା । ଏହି ଭିଡିଓରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରିବାର, ସମ୍ପତ୍ତି ଏବଂ ଅନେକ ଖବର ଜାଣିପାରିବା । 
ଅଭିନେତା ପିଣ୍ଟୁ ନନ୍ଦ ମାତ୍ର ୪୭ ବର୍ଷ ବୟସରେ ଏହି ଦୁନିଆ ଛାଡ଼ି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଏହି ଅଭିନେତା ଜଣକ ପିଲାଦିନୁ ଅଭିନୟ କରିବାକୁ ଚାହୁଁ ନଥିଲେ ।
କିନ୍ତୁ ଧୀରେ ଧୀରେ ସମୟ ସ୍ରୋତ ସହ ଏହି ଅଭିନେତା ଜଣକ ଅଭିନୟ ଦୁନିଆରେ ପାଦ ଦେଲେ । ଆଉ ଏହାସହ ସେ ଧୀରେ ଧୀରେ ଜଣେ ମହାନ୍ ଅଭିନେତା ହୋଇଗଲେ ।
ସେ ପ୍ରଥମେ ଆଲବମ୍ କରିଲେ । "ଏ ଗଉରା ଆଜିକାଲି କଣ ଖାଇବୁ " ଏହି ଗୀତ ଦ୍ଵାରା ସେ ଘରେ ଘରେ ପରିଚିତ ହୋଇଥିଲେ । ଏହି ଗୀତ ପରେ ଅଭିନେତା ପିଣ୍ଟୁ ନନ୍ଦ ଫିଲ୍ମରେ କାମ କରିବା ଆରମ୍ଭ କରି ଦେଇଥିଲେ । ସେ ୪୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । 
ସେ ଜଗତସିଂହପୁର କଲେଜରେ ପାଠ ପଢିଥିଲେ । ସେ ଭୁବନେଶ୍ଵରରେ +୩ ପାଠ ପଢିଥିଲେ । ପିଣ୍ଟୁ ନନ୍ଦଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଆଉ ଦୁଇଟି ପୁଅ । ତାଙ୍କର ବଡ ଭାଇ ବି ଅଛନ୍ତି । କିଛି ଦିନ ହେଲା ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ତାଙ୍କ ଠାରୁ ଅଲଗା ରହୁଥିଲେ ।
ପିଣ୍ଟୁ ନନ୍ଦ ଅଧିକାଂଶ ସମୟରେ ମଦ ପିଉଥିଲେ । ତାଙ୍କର ଆଲିଶାନ୍ ଘର ରହିଛି ଭୁବନେଶ୍ବରରେ । ଏହାସହ ଜଗତସିଂପୁର ଜିଲ୍ଲାର ଜନ୍ମଭୂମିରେ ବି ତାଙ୍କର ସମ୍ପତ୍ତି ଅଛି ।
ତାଙ୍କର ଦୁଇ, ତିନୋଟି କାର ଅଛି । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୫୦ ଲକ୍ଷରୁ ୧ କୋଟି ହେବ । ସେ ଗୋଟିଏ ଫିଲ୍ମ୍ କରିବା ପାଇଁ ୨ ରୁ ୩ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି । ସେ ଷ୍ଟେଜ ପ୍ରୋଗ୍ରାମ ବି କରନ୍ତି ।