Movie prime

ଶେଷ ଦର୍ଶନରେ ପହଞ୍ଚିଲେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଆଉ ସମ୍ଭାଳି ନପାରି କାନ୍ଦିଲେ ପିଣ୍ଟୁ ଙ୍କ ସ୍ତ୍ରୀ ଦେଖନ୍ତୁ - ସିଧା ପ୍ରସାରଣ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଲିଓଡ଼ ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ। ଯିଏକି ଉଭୟ ହିରୋ ଓ ଭିଲିଆନ କ୍ୟାରେଟରରେ ଦେଖିବା ପାଇଁ ମିଳିଥାନ୍ତି।
ଆଉ ଏହା ସହିତ କମେଡିଆନ ଭୂମିକାରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଥାଏ। ତେବେ ସମସ୍ତଙ୍କୁ ହସାଉ ଥିବା ଅଭିନେତା ପିଣ୍ଟୁ ନନ୍ଦ ଆଜି ଲିଭର ଜନିତ ରୋଗ ରେ ପୀଡିତ ହୋଇ ସବୁଦିନ ପାଇଁ ସମସ୍ତଙ୍କୁ କନ୍ଦେଇ ଛାଡ଼ି ଚାଲି ଯାଇଛନ୍ତି।
ଗତକାଲି ହାଇଦ୍ରାବାଦରୁ ଭୁବନେଶ୍ୱର ତାଙ୍କ ମ-ର ଶରୀର ଅଣାଯାଇଥିଲା। ବିମାନବନ୍ଦରରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉପସ୍ଥିତ ଥିଲେ ସିନେ ଜଗତର ବହୁ କଳାକାର ଓ ପରିବାର ଲୋକ ।
ସମସ୍ତଙ୍କ ଆଖିରେ ଥିଲା ଲୁହ, ଝୁରୁଥିଲେ ତାଙ୍କ ପ୍ରିୟ ଅଭିନେତାଙ୍କୁ। ଗତ ବୁଧବାର ରାତିରେ ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହୋଇଥିଲା। 
ତେବେ ବନ୍ଧୁଗଣ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ। ଭୁବନେଶ୍ୱର କିମସ୍‌ରୁ ବାସ ଭବନକୁ ନିଆଯାଉଛି ମ-ର ଶରୀର। ପିଣ୍ଟୁ ନନ୍ଦ ଏବେ ତାଙ୍କ ବାସ ଭବନରେ ପହଞ୍ଚିଛନ୍ତି।
ପରେ ତାଙ୍କ ପାର୍ଥିବ ଶରୀର କୁ ପୁରୀ ସ୍ୱର୍ଗଦ୍ଵାରକୁ ନିଆଯିବ। ପିଣ୍ଟୁଙ୍କୁ ସାଥୀ କଳାକାର ଓ ଫ୍ୟାନ ଶେଷ ଦର୍ଶନ କରିଛନ୍ତି। ଏବଂ ପିଣ୍ଟୁ ନନ୍ଦଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ଅଭିନେତ୍ରୀ ଜ୍ୟୋତି ମିଶ୍ର। 
ଜ୍ୟୋତି ମିଶ୍ରଙ୍କୁ ଧରି ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଭୋ ଭୋ ହୋଇ କାନ୍ଦୁଥିଲେ। ବନ୍ଧୁଗଣ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ମଧ୍ୟ ଏହି ପରି ଘଟଣାକୁ ଜମାରୁ ବିଶ୍ୱାସ କରି ପାରୁନାହାଁନ୍ତି।
ପିଣ୍ଟୁ ନନ୍ଦଙ୍କୁ ଏପରି ଅବସ୍ଥାରେ ଦେଖି ପୂରା ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ସ୍ତ୍ରୀ। ଯେଉଁ ଭିଡ଼ିଓ କୁ ଦେଖିବା ପରେ ଆପଣ ମାନଙ୍କ ଆଖିରୁ ଲୁହ ଝରି ଆସିବ।