Movie prime

ପିଣ୍ଟୁ ର ଚଷମା ବହୁତ୍ ପସନ୍ଦ ଥିଲା ସେଥିପାଇଁ ସେ ମଲା ପରେ ତାକୁ ଆମେ ଶେଷଥର ପାଇଁ ସେଟା ପିନ୍ଧାଇ ଦେଇଛୁ : ବବି ମିଶ୍ର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ଉପସ୍ଥିତ ନାହାଁନ୍ତି। ସେ ସବୁ ଦିନ ପାଇଁ। ଆମ କୁ ଛାଡ଼ି ଆରପାରି କୁ ଚାଲି ଯାଇଛିଆନ୍ତି।
ଏବେ ଅନେକ କଳାକାର ମାନେ ପିଣ୍ଟୁ ନନ୍ଦ ଙ୍କ ବିୟୋଗ କୁ ନେଇ ଅନେକ ପ୍ରତିକ୍ରିୟା ମଧ୍ଯ ଦେଇଛନ୍ତି। ବବି ମିଶ୍ର ମଧ୍ୟ ପିଣ୍ଟୁ ନନ୍ଦ ଙ୍କ ସମ୍ପର୍କ ରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି ଓଲିଉଡ଼ ରେ ପିଣ୍ଟୁ ନନ୍ଦ କହିଲେ ବବି ମିଶ୍ରଙ୍କୁ ବୁଝାଏ,
ଏବଂ ବବି ମିଶ୍ର କହିଲେ ପିଣ୍ଟୁ ନନ୍ଦ ଙ୍କୁ ବୁଝାଏ। କାରଣ ଦୁହିଁଙ୍କ ମଧ୍ୟରେ ଭାଇ ଭାଇ ଭଳି ସମ୍ପର୍କ ଥିଲା। ସେ କହିଛନ୍ତି କି ପିଣ୍ଟୁ ନନ୍ଦ କେଉଁ ଆଡେ଼ ଯାଇଛନ୍ତି ସେ ଯେଉଁ ନିଖୁଣ ଅଭିନୟ କରିଥିଲେ ତାହା ଏବେ ମଧ୍ୟ ଦର୍ଶକ ମାନଙ୍କ ହୃଦୟ ରେ ଜୀବିତ ରହିଛି ଏବଂ
Special report
ଦର୍ଶକ ମାନଙ୍କ ପାଇଁ ତାଙ୍କର ଯେଉଁ ଭଲ ପାଇବା ତାହା ମଧ୍ୟ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ। ପିଣ୍ଟୁ ନନ୍ଦ ଙ୍କ ନାମ ଓଡିଆ ଚଳଚ୍ଚିତ୍ର ଜଗତର ସ୍ୱର୍ଣାକ୍ଷରେ ଲିପିବଦ୍ଧ ହୋଇ ରହିବ।
ବବି ମିଶ୍ର ଙ୍କ ପିଣ୍ଟୁ ନନ୍ଦ ଙ୍କ ପ୍ରାୟ ସମୟରେ ମଜା ରେ ମଜା ରେ ଅନେକ ଝଗଡ଼ା ମଧ୍ୟ ଲାଗି ଥାଆନ୍ତି।ବବି ମିଶ୍ର ଏହା କହିଥିଲେ କି ପିଣ୍ଟୁ ନନ୍ଦ ଏବେ ଆଉ ଆମ ଗହଣରେ ନାହାଁନ୍ତି ତାହା ଭିତରେ ମଧ୍ୟ ଅନେକ ଜିନିଷ ଏବଂ ଅନେକ କଥା ଅଛି।
ଲୋକ ମାନେ ତାଙ୍କର ଅନ୍ତିମ ସଂସ୍କାର ଦିନ ସୋସିଆଲ ମିଡିଆରେ ହାଇ ଲାଇଟ୍ ହେବା ପାଇଁ ଅନେକ ନାଟକ କରୁଥିଲେ ଯଦି ସେମାନେ କ୍ୟାମେରା ସାମ୍ନାରେ ସେତିକି ଭଲ ଅଭିନୟ କରନ୍ତେ ତେବେ ଓଲିଉଡ଼ ଇଣ୍ଡଷ୍ଟ୍ରି ଆଗକୁ ଯାଆନ୍ତା ବୋଲି ବବି ମିଶ୍ର କହିଥିଲେ।
ବବି ମିଶ୍ର, ପିଣ୍ଟୁ ନନ୍ଦ ଙ୍କ ପାଇଁ ଅନେକ ପୂଜା ମଧ୍ଯ କରିଥିଲେ। ସେ କେଉଁ ଡ଼ାକ୍ତର ଙ୍କୁ ଦେଖାଇବେ ଓ କଣ କରିବେ ସବୁ ଜିନିଷ ର ଦେଖା ଶୁଣା କରିଥିଲେ ବବି ମିଶ୍ର ହେଲେ ପିଣ୍ଟୁ ନନ୍ଦ ତାଙ୍କ କଥା ମାନିଲେ ନାହିଁ।
ପିଣ୍ଟୁ ନନ୍ଦ ଜଣେ ବହୁତ ଭଲ ଲୋକ ଥିଲେ।ହେଲେ ଆଜି ଲୋକ ମାନେ ତାଙ୍କ ନାମରେ ଖୁବ ଏପଟ ସେପଟ କଥା କହୁଛନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି ବବି ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି।