Movie prime

୯ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଦେଖନ୍ତୁ ଆପଣଙ୍କ ଜିଲ୍ଲାର ସ୍ଥିତି କଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପଶ୍ଚିମାଝଡ଼ ପ୍ରଭାବରେ ଆହୁରି ଦୁଇ ଦିନ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
Special report
ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏପରିକି ବର୍ଷା ସମୟରେ ରାଜ୍ୟରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ। 
ତାପମାତ୍ରା ସ୍ୱାଭାବିକଠାରୁ ୨-୪ ଡିଗ୍ରୀ ଅଧିକ ରହିବ ବୋଲି ବିଭାଗ ସୂଚନା ଦେଇଛି। ଏବେ ଓଡ଼ିଶାକୁ ପୂର୍ବ ଦିଗରୁ ତରଙ୍ଗାୟିତ ଶୁଷ୍କ ଗରମ ପବନ ପ୍ରବେଶ କରୁଛି। ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ଠାରୁ ୩-୪ ଡିଗ୍ରୀ ଉପରେ ରହିଛି ତାପମାତ୍ରା।
Special report
ଏହାସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଦିନରେ ଗୁଳୁଗୁଳି ଅନୁଭୁତ ହେଉଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ। 
ଏହା ପରେ ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହ ବଢିବ। ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳରେ କିଛି ଦିନ ପାଇଁ ରାଜ୍ୟକୁ ଶୀତ ଫେରିବ ବୋଲି ଆକଳନ କରାଯାଇଛି।
Special report
ଗତକାଲି ପଶ୍ଚିମାଝଡ଼ ଏବଂ ପୂର୍ବାଳୀ ବାୟୁର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ମାଲକାନଗିରି ଜିଲାର କୋରୁକୁଣ୍ଡାରେ ସର୍ବାଧିକ ୬ ସେଣ୍ଟିମିଟର ଓ କୋରାପୁଟରେ ୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। 
Special report
ଆସନ୍ତାକାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ,
କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.