Movie prime

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ପତି ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ସର୍ବମୋଟ ଅଛି ଏତିକି ଟଙ୍କା ଏବଂ ସମ୍ପତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ତାଙ୍କ ବିଷୟରେ ଅନେକ କିଛି କଥା ଅଛି ଯାହା ଲୋକମାନେ ଜାଣିବା ପାଇଁ ଚେଷ୍ଟା କରନ୍ତି।
Special report
ଠିକ୍ ଯେମିତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସକୁ କେତେ ଟଙ୍କା ରୋଜଗାର କରନ୍ତି ଆଉ କେତେ ଟଙ୍କା ଖର୍ଚ କରନ୍ତି? ଆଉ ପିନ୍ଧୁଥିବା ପୋଷାକ କେଉଁଠୁ ଆଣନ୍ତି? ତେବେ ଆପଣମାନେ ଜାଣିଛନ୍ତି କି କେତେ ଟଙ୍କା ସଂପତ୍ତି ର ମାଲିକ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 
ତେବେ ବନ୍ଧୁଗଣ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଉଣ୍ଟ ରେ ମାତ୍ର ୫୭୪ ଟଙ୍କା ଅଛି। ବାସ୍ତବରେ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସଂପତ୍ତି ଦର୍ଶାଉଛି ଯେ, ସେ କୌଣସି ସେୟାର କିମ୍ବା ମିୟୁଚୁଆଲ ଫଣ୍ଡ ରେ ବିନିଯୋଗ କରିନାହାନ୍ତି।
Special report
ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ କୌଣସି କାର ନାହିଁ। ବାସ୍ତବରେ ଏହି ସମସ୍ତ ସୂଚନା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ୱେବସାଇଟ ରେ ଦିଆଯାଇଛି। 
ଯେଉଁଥିରେ ପିଏମ ମୋଦୀଙ୍କ ସମ୍ପତି ଘୋଷଣା କରାଯାଇଛି। ଏହି ସୂଚନା ଅନୁଯାୟୀ ମୋଦୀଙ୍କର କେବଳ ଚାରୋଟି ମୁଦି ରହିଛି। ଯାହା ସୁନାରେ ନିର୍ମିତ ଏବଂ ଏହାର ମୂଲ୍ୟ ୨ଲକ୍ଷ ୧ହଜାର ୬୬୦ ଟଙ୍କା।
Special report
ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ନାମରେ କୌଣସି ସଂପତ୍ତି ନାହିଁ। ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ନଗଦ ୩୦୨୪୦ ଟଙ୍କା ଏବଂ ବ୍ୟାଙ୍କ୍ ରେ ୫୭୪ ଟଙ୍କା ରହିଛି। ତେବେ ତାଙ୍କ ନାମରେ ଥିବା ଏଥିରେ ଦୁଇକୋଟି ୪୭ଲକ୍ଷ ୪୪ ହଜାର ଟଙ୍କା ଅଛି। 
Special report
ଡାକଘରେ ଜାତୀୟ ଯୋଜନା ପ୍ରଧାନମନ୍ତ୍ରୀଙ୍କ ନାମରେ ଅଛି ଯାହା ମୂଲ୍ୟ ୯ଲକ୍ଷ ୧୯ହଜାର ଟଙ୍କା। ଆଉ ପ୍ରଧାନମନ୍ତ୍ରୀଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଏକାଉଣ୍ଟ୍ ଅଛି। ତେବେ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଟ ଉପରେ ସଂପତ୍ତି ୨କୋଟି ୫୮ଲକ୍ଷ ୯୬ହଜାର ପିଏମ୍ ମୋଦୀଙ୍କ ନାମରେ ଅଛି।
ତେବେ ଏହି ସୂଚନା ପ୍ରତ୍ୟେକ ବର୍ଷ ପିଏମ୍ ଙ୍କ ଦ୍ଵାରା ଦିଆଯାଇଥାଏ। ତେବେ ଗତବର୍ଷ ତୁଳନାରେ ପିଏମ ମୋଦୀଙ୍କ ସମ୍ପତି ଚାରି ପ୍ରତିଶତ ଅଭିବୃଦ୍ଧି ହୋଇଛି।