Movie prime

ପ୍ରଯୋଜକ ଝିଅ ଦେ-ହ ମାଗିଲେ ଆଉ ରକ୍ଷା ନାହିଁ ଏଥର ମିଳିବ କଡ଼ା ଜବାବ ଦେଖନ୍ତୁ ମୁଁହ ଖୋଲିଲେ କଳାକାର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ସବୁ ପ୍ରକାରର ଖବର ଆପଣମାନେ ପାଇପାରିବେ ।
ଆପଣମାନେ ସମସ୍ତେ ସିନେମା ଦୁନିଆକୁ ନେଇ ଆସୁଥିବା ଖବର ବିଷୟରେ ତ ଅନେକ ଖବର ଜାଣିଥିବେ । ସିନେମା ଜଗତରେ ଅନେକ ପ୍ରକାରର ଲୋକ ଅଛନ୍ତି । ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରଯୋଜକ ନାଁରେ ଠକ ଅଟନ୍ତି । 
ଆଉ ଏଭଳି କିଛି ପ୍ରଯୋଜକ ଅଛନ୍ତି ଯେଉଁମାନେ ଟଙ୍କା ନେଇ ବା ଦଲାଲି କାମ କରି ହିରୋ ଆଉ ହିରୋଇନ୍ ବାଛି ଥାଆନ୍ତି । ଏବେ ଏମିତି ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଯେଉଁଥିରେ ଜଣେ କଳାକାର ଏହିଭଳି ଦଲାଲ ପ୍ରଜିଯାଜକମାନଙ୍କୁ ନେଇ କିଛି କଥା କହିଛନ୍ତି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କଳାକାର ଜଣଙ୍କର ନାମ ହେଉଛି ହିତେଶ ଦାସ । ସେ କହିଛନ୍ତି, ଯେଉଁ ପ୍ରଡ୍ୟୁସରମାନେ ଏଭଳି ଦଲାଲ କାମ କରୁଛନ୍ତି ତାଙ୍କୁ ପ୍ରଥମେ ମାଡ ମାରନ୍ତୁ ।
ଆଉ ସେ ବି ଏହି ଦିଗରେ ସାହାଯ୍ୟ କରିବେ । କୌଣସି ଦଲାଲ ପ୍ରଡ୍ୟୁସରମାନଙ୍କୁ ମାରିବା ପାଇଁ ତାଙ୍କୁ ଡାକିଲେ ବି ସେ ଆସିବେ । ଏହାସହ ସେ କହିଛନ୍ତି ଯଦି ଟ୍ୟାଲେଣ୍ଟ ଅଛି ତାହେଲେ ଆଗକୁ ଆସନ୍ତୁ । ଆଉ ସଚ୍ଚୋଟ ହିସାବରେ ସବୁ କରନ୍ତୁ ।
ସେ ସବୁ ଝିଅଙ୍କୁ କହିଛନ୍ତି ଆଉ ସେ ଭଉଣୀ ସମ୍ବୋଧନ କରି ଅନୁରୋଧ କରିଛନ୍ତି କେହିବି ପ୍ରଡ୍ୟୁସରମାନଙ୍କ ସହ ରାତି କାଟନ୍ତୁ ନାହିଁ । ଆଉ ଯେଉଁ ମାନଙ୍କର ଟ୍ୟାଲେଣ୍ଟ ଅଛି ସେ ଆଗକୁ ଆସି ଅଡିସନ୍ ଦେଇ ଅନେକ ସିନେମା, ଧାରାବାହିକ ଏବଂ ଅନେକ କ୍ଷେତ୍ରରେ ସୁଯୋଗ ପାଆନ୍ତୁ ।
ସଚ୍ଚୋଟ ହିସାବରେ ସବୁ କାମ କରନ୍ତୁ । ସିନେମା ଦୁନିଆରେ ଭଲ ଲୋକ ବି ଅଛନ୍ତି ଯେଉଁମାନେ ଆପଣଙ୍କୁ ସୁଯୋଗ ଦେବେ । ଆଉ ଏଭଳି ନିଜ ଇଜ୍ଜତକୁ ବିକ୍ରି କରି କୌଣସି କାମ କରନ୍ତୁ ନାହିଁ । ନିଜ ସ୍ବାଭିମାନ ଅନୁଯାୟୀ କାମ କରନ୍ତୁ ଆଉ ପଇସା ନିଅନ୍ତୁ ।
ଯଦି କୌଣସି ପ୍ରଡ୍ୟୁସର ଏଭଳି ଖରାପ ବ୍ୟବହାର କରୁଛି ତାହେଲେ ତାକୁ ମାଡ ମାରନ୍ତୁ । ଏହାସହ କଳାକାର ହିତେଶ ଦାସ କହିଛନ୍ତି ସେ ସବୁବେଳେ ସପୋର୍ଟ କରିବେ । ଏଭଳି ପ୍ରଡ୍ୟୁସରମାନଙ୍କୁ ସୁଯୋଗ ଦିଅନ୍ତୁ ନାହିଁ କାହା ସହ ଏଭଳି କାମ କରିବାକୁ ।