Movie prime

ବିଜୁ ବାବୁ ମତେ ନିଜେ ଜାଗା ଦେଇଛନ୍ତି କିଏ କଣ କରିବ କର ମୋର - ପ୍ରମିଳା ତ୍ରିପାଠୀ

 
Special Report
ନମସ୍କାର ପାଠକ ବନ୍ଧୁ। ଆପଣ ମାନେ ସମାଜ ସେବୀ ପ୍ରମିଳା ତ୍ରିପାଠୀ ଙ୍କୁ ଜାଣିଥିବେ ନିଶ୍ଚୟ। ଅନେକ ନାରୀ ଙ୍କ ନ୍ୟାୟ ପାଇଁ ସର୍ବଦା ଆଗକୁ ଆସିଥାନ୍ତି। ହେଲେ ଏବେ ସେ ନିଜେ ପଡ଼ିଯାଇଛି ଏକ ଚିନ୍ତାଜନକ ଅସୁବିଧା ରେ।
ବ୍ରହ୍ମପୁରର ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାମ ରେ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦିଆଯାଇଛି।ଅଭିଯୋଗ ହୋଇଛି ରାଜୀବ ଆବାସ ଆପାର୍ଟମେଣ୍ଟ କୁ ତାଲା ପକାଇ ଅକ୍ତିଆର କରିଥିବା କାରଣ ରେ।
ଯାହାର ପ୍ରତିକ୍ରିୟା ସ୍ୱରୂପ ସମାଜସେବୀ ପ୍ରମିଳା ତ୍ରିପାଠୀ ସାମ୍ବାଦିକ ଙ୍କ ଉପସ୍ଥିତି ରେ ହୋଇଥିଲେ ହତାଶ। କହିଥିଲେ ଏପରି କିଛି କଥା, ଆସନ୍ତୁ ଜାଣିବା।
ବ୍ରହ୍ମପୁରର ସମାଜସେବୀ ପ୍ରମିଳା ତ୍ରିପାଠୀ, ସାମ୍ବାଦିକ ଙ୍କ ଗହଣ ରେ ତାଙ୍କ ଉପରେ ହୋଇଥିବା ଅଭିଯୋଗ ର ପ୍ରତିବାଦ ଜଣାଇଥିଲେ। କହିଥିଲେ କି ରାଜୀବ ଆବାସ ଆପାର୍ଟମେଣ୍ଟ ଜାଗା,ବିଜୁ ବାବୁ ନିଜେ ତାଙ୍କୁ ଦେଇଥିଲେ।
ଏହା ସହ ଅନ୍ୟ କେତେକ ୩-୪ ଟି ସ୍ଥାନ ରେ ମଧ୍ୟ ତାଙ୍କର ଜାଗା ରହିଛି, ଯାହାକୁ ସରକାର ହଡ଼ପ କରିଥିବାର ଦାବି କରିଛନ୍ତି ପ୍ରମିଳା ତ୍ରିପାଠୀ। ସାମ୍ବାଦିକ ଙ୍କ ଜରିଆ ରେ, ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଉଠାଇଥିଲେ ଅନେକ ପ୍ରଶ୍ନ।
ପ୍ରମିଳା ତ୍ରିପାଠୀ-"ମୋ ଜାଗାରେ ଏମାନେ କାହିଁକି ଘର କଲେ???ମୋର ୫, ୬ଟା ଘର ଭାଙ୍ଗି ପକାଇଲେ କାହିଁକି??? ମୋ ଜାଗା ସୀମା କାନ୍ଥ ଭାଙ୍ଗି ଜାଗା ମାଡ଼ି ଆସିଲେ କାହିଁକି??" 
ପ୍ରଶ୍ନ ଉଠାଇବା ସହିତ ଲଗାଇଥିଲେ ଚୋରି ର ଅଭିଯୋଗ। ତାଙ୍କ ଏକ ଜାଗା ରେ ପକାଇଥିଲେ ୧୨ଲକ୍ଷ୍ୟ ଟଙ୍କା ର ମାଟି, ଯାହାକୁ ସରକାର ଚୋରିକରିଥିବା ର ଅଭିଯୋଗ ସମାଜସେବୀ ପ୍ରମିଳା ତ୍ରିପାଠୀ କରିଥିଲେ।
ତାଙ୍କ ଅନୁସାରେ ବିଜୁ ବାବୁ ତାଙ୍କୁ ଜାଗା ଦେଇଥିଲେ ଏବଂ ସେହି ଜାଗାଟି ତାଙ୍କର। କିନ୍ତୁ ସରକାର ସେହି ସ୍ଥାନରେ ଆପାର୍ଟମେଣ୍ଟ କରିଦେଇଛି। ସରକାର ତାଙ୍କୁ ଜାଗା ହଡ଼ପ ପ୍ରସଙ୍ଗ ନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା କରାଯାଇଥିଲା ।
କିନ୍ତୁ ପ୍ରମିଳା ତ୍ରିପାଠୀ, କୌଣସି ଜାଗା ହଡ଼ପ କରିନାହାନ୍ତି ବୋଲି ପ୍ରତିକ୍ରିୟା ଦେଇଥିଲେ। କୌଣସି କୋର୍ଟ କଚେରି ଅଭିଯୋଗ କୁ ସେ କେବେ ଡ଼ରିନାହାନ୍ତି କି ଡ଼ରିବେନି ବୋଲି ନିର୍ଣ୍ଣୟ କରିଛନ୍ତି।
ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେଟଲମେଣ୍ଟ ପାଇଁ କହିଥିଲେ ଏବଂ ଜାଗା ବଦଳ ରେ ଜାଗା ର ଦାବି କରିଛନ୍ତି।
୫, ୬ଟା ଘର ଭାଙ୍ଗି ପକାଇଥିବା କାରଣ ରେ ସେ ସେହି ସ୍ଥାନ ଭଳି ଜାଗା ର ଦାବି କରିଛନ୍ତି। ସରକାର ଠାରୁ ବୁଝାମଣା ର ଆଶା ରଖିଛନ୍ତି ବ୍ରହ୍ମପୁରର ସମାଜସେବୀ ପ୍ରମିଳା ତ୍ରିପାଠୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.