Movie prime

ଦେଖନ୍ତୁ ପ୍ରଥମ ଥର ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ ଆଶ୍ରିବାଦ ନେଇ ଘରେ ପଶିଲେ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ। ଇଡି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ଆଜି ସକାଳୁ ସକାଳୁ ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା। ମୋଟ୍ ୩ଟି ମାମଲାରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ଆଇନ୍ ଅନୁସାରେ ବାହାରକୁ ବାହାରିଛନ୍ତି ଅର୍ଚ୍ଚନା।
Special report
ଆଉ ଅର୍ଚ୍ଚନାଙ୍କୁ ଜେଲରୁ ନେବାକୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ। ଏହାପରେ ଦୁହେଁ ନିଜ ଭୂବନେଶ୍ୱର ସ୍ଥିତ ଘରେ ପହଞ୍ଚିଥିଲେ। ସୂଚନା ଅନୁଯାୟୀ, ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସାମ୍ରାଜ୍ୟ ସାରା ରାଜ୍ୟରେ ଚହଳ ପକାଇଥିଲା। 
ବଡ଼ ବଡ଼ିଆଙ୍କୁ ହନିଟ୍ରାପ୍ କରି ସେମାନଙ୍କଠୁ ବଡ଼ ରକମର ଟଙ୍କା ଆଦାୟ କରିବା ଅଭିଯୋଗ ଅର୍ଚ୍ଚନାଙ୍କ ନାଁରେ ଥିଲା। ଏହି ବ୍ଲାକମେଲିଂ ରାକେଟ୍ ଏତେ ବଡ଼ ଥିଲା ଯେ, ଏଥିରେ ନେତା, ମନ୍ତ୍ରୀ, ପ୍ରଶାସକ, ସିନେମା ପ୍ରଯୋଜକଙ୍କ ନାଁ ବି ସାମ୍ନାକୁ ଆସିଥିଲା।
Special report
ତେବେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। 
ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୨, ଅକ୍ଟୋବର ୬ରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ।
Special Report
ତେବେ ବନ୍ଧୁଗଣ ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍‌ରେ ଥିଲେ। ଏଭଳି ଅଭିଯୋଗ ଆସିବା ପରେ ଘଟଣାର ଖୋଳତାଡ ଆମ୍ଭ କରିଥିଲା କମିଶନରେଟ୍ ପୋଲିସ। ଏହାପରେ ଇଡି ନେଇଥିଲା ତଦନ୍ତ ଭାର। 
Special report
ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି। ଏହି ମାମଲାରେ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରକୁ ମଧ୍ୟ ବାନ୍ଧିଥିଲା ପୋଲିସ।
ତିନି ଜଣ ଝାରପଡା ଜେଲରେ ଥିବାବେଳେ, କିଛି ଦିନ ପୂର୍ବେ ସ୍ୱାମୀ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏହାପରେ ଜେଲରୁ ମୁକୁଳିଥିଲେ ଜଗବନ୍ଧୁ। ଇଡି ମାମଲାରେ ହାଇକୋର୍ଟରୁ ବେଲ୍ ମିଳିବାର ୭ ଦିନ ପରେ ଆଜି ସକାଳୁ ଝାରପଡା ଜେଲରୁ ୧୪ ମାସ ପରେ ମୁକୁଳିଛନ୍ତି ଅର୍ଚ୍ଚନା ନାଗ।