Movie prime

ପ୍ରତି ମାସ ରେ ଦୁଇ ଦୁଇ ଥର ମିଳିବ ପଇସା, ଗୋଟେ ଦେବେ ରାଜ୍ୟ ସରକାର, ଆରପଟେ କେନ୍ଦ୍ର ସରକାର ସତରେ ଓଡ଼ିଶା ବାସୀ କେତେ ଭାଗ୍ୟବାନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମର ହେଉଛି ଗୋଟିଏ ଦେଶ ମାତ୍ର ଓଡ଼ିଶାରେ ଭତ୍ତା ବଣ୍ଟା ଯିବ ଦୁଇ ପ୍ରକାରର। କେନ୍ଦ୍ର ଭତ୍ତା ଆକାଉଣ୍ଟ କୁ ପଠା ଯିବ ଓ ରାଜ୍ୟ ଭତ୍ତା ନଗଦ ଟଙ୍କା ଭାବରେ ପ୍ରଦାନ କରାଯିବ।
ରାଜ୍ୟରେ କେନ୍ଦ୍ର ଭତ୍ତା ୨୦ ଲକ୍ଷ ଲୋକ ପାଉଥିବା ବେଳେ ରାଜ୍ୟ ଭତ୍ତା ପାଉଛନ୍ତି ୨୮ ଲକ୍ଷ ଲୋକ।୨୦ ଲକ୍ଷ ଲୋକଙ୍କ ଆକାଉଣ୍ଟ ରେ ପଇସା ପାଇବା ବେଳେ ୨୮ ଲକ୍ଷ ଲୋକ ନଗଦ ଟଙ୍କାରେ ଭତ୍ତା ପାଇବେ।
Special Report
ତେବେ ଆପଣ ମାନେ ଜାଣିଥିବେ କି ରାଜ୍ୟ ଭତ୍ତା ରେ ମଧ୍ୟ ବ୍ୟାଙ୍କ ରୁ ଯାଇ ଲୋକ ମାନଙ୍କୁ ଟଙ୍କା ଉଠାଇବାକୁ ପଡୁଥିଲା। ମାତ୍ର ବ୍ୟାଙ୍କ କୁ ଯାଇ ଟଙ୍କା ଉଠାଇବାରେ ଲୋକ ମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଆଉ ଏହାପରେ ପୁଣି ରାଜ୍ୟ ସରକାର ନଗଦ ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ କରିଥିଲେ। ହେଲେ କେନ୍ଦ୍ର ସରକାର ଙ୍କ ଜାତିୟ ସହାୟତା କାର୍ଯ୍ୟକ୍ରମ ରେ ପୂର୍ବଭଳି ଭତ୍ତା ପାଉଥିବା ଲୋକ ମାନଙ୍କୁ,
ତାଙ୍କ ଆକାଉଣ୍ଟ କୁ ହିଁ ଭତ୍ତା ଟଙ୍କା ପଠା ଯିବ। ବ୍ୟାଙ୍କ ଅଧିକାରୀ ମାନେ ମଧ୍ୟ ହିତାଧିକାରୀ ମାନଙ୍କ ଘରେ ପହଞ୍ଚି ଟଙ୍କା ବାଣ୍ଟି ପାରୁ ନାହାଁନ୍ତି। ଲୋକ ମାନେ ବ୍ୟାଙ୍କ୍ ଯାଇ ସେଠାରୁ ଫେରି ଆସୁଛନ୍ତି।
Special Report
ଯେହେତୁ ସେମାନଙ୍କ ବୟସ ଅଧିକ ସେମାନେ ବୃଦ୍ଧ ହୋଇ ଯାଇଛନ୍ତି ସେଥିପାଇଁ ସେମାନେ ବାରମ୍ବାର ମଧ୍ୟ ବ୍ୟାଙ୍କ କୁ ଦୌଡ଼ିବାରେ ସକ୍ଷମ ହେଉ ନାହାଁନ୍ତି। କେନ୍ଦ୍ରୀୟ ଭତ୍ତା ରେ ୮୦ ବର୍ଷ ରୁ ତଳକୁ କିମ୍ବା ଭିନ୍ନ କ୍ଷମ ବ୍ୟକ୍ତି ମାନଙ୍କୁ,
ମାସିକ ୩୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉଅଛି।୮୦ ବର୍ଷର ପର ଲୋକ ମାନଙ୍କୁ ମଧ୍ୟ ମାସିକ ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇ ଥାଏ।
ରାଜ୍ୟ ସରକାର ମାନେ ଆର୍ଥିକ କ୍ଷମତା କୁ ଦେଖି ଏଥିରେ ଅର୍ଥ ମଧ୍ଯ ଯୋଡ଼ି ଥାଆନ୍ତି। ଏହା ବ୍ୟତୀତ ନିଜସ୍ଵ ଯୋଜନାରେ ମଧ୍ଯ ଆର୍ଥିକ ଭତ୍ତା ପ୍ରଦାନ କରିଥାନ୍ତି। ଏଭଳି ଭାବରେ ହିଁ ଓଡ଼ିଶା ସରକାର ମଧ୍ୟ ୨୮ ଲକ୍ଷ ଲୋକଙ୍କୁ ଭତ୍ତା ପ୍ରଦାନ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.