Movie prime

ପ୍ରେମ କରି ସବୁ ଲୁଟି ଶେଷରେ ଖସି ଯାଉଥିଲା ପ୍ରେମିକ, ଆଧାର କାର୍ଡ ରୁ ଠିକଣା ପାଇ ଘର ଆଗରେ ବସିଲା ପ୍ରେମିକା..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି ଜଣେ ଯୁବକ ନାମରେ ସେ କହିଛନ୍ତି କି ଯୁବକ ଜଣକ ତାଙ୍କୁ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
Special report
ଏହାପରେ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥଲେ। ହେଲେ ଏବେ ତାଙ୍କୁ ବାହା ନ ହୋଇ ଛାଡ଼ି ଦେଇ ପଳେଇ ଯାଇଛନ୍ତି। ଅନଲାଇନ ରୁ ଆରମ୍ଭ ହୋଇଥିଲା ପ୍ରେମ ଏହାପରେ ପ୍ରେମ ଏତେ ନିବିଡ ହୋଇଗଲା ଯେ ଶାରୀରିକ ସମ୍ପର୍କ ରଖିଥିଲେ।
ଆଉ ଶେଷରେ ଦେଇଥିଲା ପ୍ରତାରଣା। ସେଥିପାଇଁ ପ୍ରେମିକର ଘର ଆଗରେ ୧୨ ଦିନରୁ ଅଧିକ ଦିନ ହେବ ବସି ରହିଛନ୍ତି ପ୍ରେମିକା । ଅନ୍ୟ ପଟେ ପ୍ରେମିକା କୁ ମାଡ଼ ମାରି ପ୍ରେମିକର ଘର ଲୋକ ଫେରାର ହୋଇ ଯାଇଥିବା ଘଟଣା ଏବେ
ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର, ବାଲିକୁଦା ପଞ୍ଚାୟତ , ନହଙ୍ଗି ଗ୍ରାମରେ। ଯୁବକ ଜଣକ ନାମ ହେଉଛି ଆଶିଷ କୁମାର୍ ରାଉତ୍।
Special report
ରେଙ୍ଗାଲି ରେ ଥିବା ଏକ ଭଡ଼ା ଘରେ ସେ ଯୁବତୀ ଜଣକ ସହ ସମ୍ପର୍କ ରଖିଥିଲେ। ଆଉ କହିଥିଲେ କି ସେ ଯୁବତୀ ଙ୍କୁ ନିଶ୍ଚିତ ଭାବରେ ବିବାହ କରିବେ ବୋଲି।
ହେଲେ ଏବେ ସେହି ପ୍ରେମିକ ଜଣକ ନିଜ ପ୍ରେମିକା କୁ ଧୋକା ଦେଇ ବାହା ନହୋଇ ସେଠାରେ ହିଁ ତାଙ୍କୁ ଛାଡ଼ି ପଳାଇ ଯାଇଛନ୍ତି।ଆଉ ଯୁବତୀ ଜଣକୁ କୌଣସି ନ୍ୟାୟ ନମିଳିବାରୁ ସେ ତାଙ୍କର ପ୍ରେମିକଙ୍କ ଘର ସାମ୍ନାରେ ଆସି ବସି ରହିଛନ୍ତି।
ଯୁବତୀ ଜଣକ ତାଙ୍କର ପ୍ରେମିକର ଆଧାର କାର୍ଡ ଓ ଫଟୋ ରୁ ହିଁ ତାଙ୍କର ଘର ଠିକଣା ଜାଣିବାକୁ ପାଇଥିଲେ। ଆଉ ଯୁବତୀ ଜଣକ ସେହି ଆଧାର କାର୍ଡ ଓ ଫଟୋ ଦେଖି ହିଁ ଯୁବକଙ୍କ ଘର ସାମ୍ନା କୁ ଆସି ଯାଇଛନ୍ତି।
ସେ ଗତ ୧୩ ଦିନ ହେବ ନିଜ ପ୍ରେମିକ ଙ୍କ ଘର ସମ୍ମୁଖରେ ବସି ରହିଛନ୍ତି। ଆଉ ସେ ଏବେ ଆଶା କରୁଛନ୍ତି କି ତାଙ୍କୁ ଶୀଘ୍ର ନ୍ୟାୟ ମିଳିଯିବ ବୋଲି, ଆଉ ତାଙ୍କର ପ୍ରେମିକର ଘର ଲୋକ ମଧ୍ଯ ତାଙ୍କୁ ବୋହୂ ଭାବରେ ସ୍ୱୀକାର କରିବେ ବୋଲି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.