ତାର ଏତେ ସାହସ, ମୋ ପ୍ରେମିକା ହୋଇ ଆଉ ଗୋଟେ ଟୋକା ସହ ଥିଲା, ସେଥିପାଇଁ ତା ବେକ କାଟି ଦେଲି
Sat, 4 Mar 2023

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ଦିନକୁ ଦିନ ଲୋକ ମାନେ ଏତେ ମାତ୍ରାରେ ନୃଶଂସ ହୋଇ ଯାଇଛନ୍ତି
କି ତାଙ୍କ ପ୍ରତିଶୋଧ ଆଗରେ ତାଙ୍କୁ ଆଉ କିଛି ହେଲେ ମଧ୍ୟ ଦେଖାଯାଉ ନାହିଁ। ଦିନକୁ ଦିନ ମଧ୍ୟ ଏଭଳି ଘଟଣା ଘଟୁଛି ଯାହାକୁ କି ଆପଣ ମାନେ ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ। ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।
ଆଜ୍ଞା ହଁ ବର୍ତ୍ତମାନ୍ +୨ କଳା ବିଭାଗ ର ଜଣେ ଛାତ୍ରୀ ଙ୍କୁ ଛୁରା ମାଡ଼ ହୋଇ ଥିବାର ଦେଖିବାକୁ ମିଳିଛି। ଆଉ ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ମଧ୍ୟ ନିଆ ଯାଇଛି। ଏହି ଯୁବକ ଜଣଙ୍କୁ ଧରି ପକାଇ ଥିଲେ ଲୋକ ମାନେ।
ରାୟଗଡ଼ା ଜିଲ୍ଲାର ଗୁମୁଡ଼ା ର ଦ୍ରୌପଦୀ ବିଦ୍ୟାପୀଠ ର ଛାତ୍ରୀ ଙ୍କୁ ଗୁମୁଡା ଜଗନ୍ନାଥ ମନ୍ଦିରରେ ଛୁରା ମାଡ଼ କରିଥିଲେ ଉକ୍ତ ଯୁବକ ଜଣକ। ଯୁବକ ଜଣଙ୍କୁ ଲୋକ ମାନେ ଘଟଣା ସ୍ଥଳରେ ଧରି ପକାଇ ଥିଲେ।
ଏହାପରେ ତାଙ୍କୁ ପୋଲିସ୍ ଗିରଫ କରି ଟାଣି ଟାଣି ଜେଲ କୁ ନେଇ ଯାଇଛି। ଛାତ୍ରୀ ଜଣକ +୨ କଳା ବିଭାଗରେ ପରୀକ୍ଷା ଦେଇ ଫେରୁଥିବା ସମୟରେ ଏହି ଯୁବକ ଜଣକ ଦୌଡ଼ି ଆସି ତାଙ୍କ ଉପରକୁ ଛୁରା ମାଡ଼ କରିଥିଲେ।
ଏହି ଛୁରା ମାଡ଼ ରେ ଛାତ୍ରୀ ଜଣକ ଙ୍କ ବେକରେ ମଧ୍ଯ ଗୁରୁତର ଭାବରେ ଆଘାତ ଲାଗିଥିଲା। ଛାତ୍ରୀ ଙ୍କ ଘର ବିଷମ କଟକ ବୋଲି ମଧ୍ୟ ଜଣା ପଡିଛି। ଗୁରୁତର ଛାତ୍ରୀ ଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା କରାଯାଉଅଛି।
ବର୍ତ୍ତମାନ ମଧ୍ୟ ଛାତ୍ରୀ ଙ୍କୁ ବ୍ରହ୍ମପୁର ମେଡିକାଲ କୁ ନେବା ପାଇଁ ସୁଚନା ମିଳିଛି। ତେବେ ଘଟଣା ସ୍ଥଳରେ ପୋଲିସ ଛାନବିନ ମଧ୍ଯ କରୁଛି। ଛୁରା ମାଡ଼ କରିଥିବା ଯୁବକ ଙ୍କୁ ସ୍ଥାନୀୟ ଲୋକ ମାନେ ସଙ୍ଗେ ସଙ୍ଗେ ଧରି ପକାଇ ଥିଲେ।
ତେବେ ଯୁବକ ଜଣକ କହିଛନ୍ତି କି ତାଙ୍କ ପ୍ରେମିକ ଅନ୍ୟ ଜଣକ ସହ ସମ୍ପର୍କ ରଖିଥିବାରୁ ସେ ଏଭଳି କାମ କରିଛନ୍ତି ବୋଲି କହିଛନ୍ତି। ଘଟଣାର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି କୁହା ଯାଇଛି।