Movie prime

ପ୍ରେମିକା ରଖିଲା ସର୍ତ୍ତ: ମତେ ୬ ଲକ୍ଷ ମାସକୁ ଦେଇ ପୋଷିଲେ ତତେ ବାହା ହେବି ନହେଲେ ତୁ ଯା, ଏହା ଶୁଣି ଜୀବନ ହାରିଲା ପ୍ରେମିକ

 
Special report
ବର୍ତମାନ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।ଯିଏ ଶୁଣୁଛନ୍ତି ସେ ଆଶ୍ଚର୍ଯ୍ୟ ହେଉଛନ୍ତି।ବିବାହ ପୂର୍ବରୁ ଅଜବ ସର୍ତ୍ତ ରଖିଥିଲେ ପ୍ରେମିକା।ଅନେକ ଯୁବତୀ ମାନେ ଅଛନ୍ତି
ଯେଉଁମାନେ ବିବାହ ପରେ ଶାଶୁଘର ଟଙ୍କା,ସୁନା ଗହଣା,ଅଳଙ୍କାର ନେଇ ଫେରାର ହୋଇ ଯାଇଥାନ୍ତି।ଠିକ୍ ସେହିଭଳି ଏକ ଘଟଣା ଚିନ ରେ ଘଟିଥିବା ଜଣାପଡିଛି।ଜଣେ ଯୁବତୀ ଙ୍କ କାରନାମା କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି।
ଯୁବତୀ ଜଣଙ୍କ ବିବାହ ପୂର୍ବରୁ ତାଙ୍କ ଭାବି ସ୍ବାମୀ ଙ୍କ ପାଖରେ ଏକ ଅଜବ ସର୍ତ୍ତ ରଖିଛନ୍ତି। ସର୍ତ୍ତ ଟି ହେଉଛି ବିବାହ ନ ହେବା ପର୍ଯ୍ୟନ୍ତ ପ୍ରତିଦିନ ତାଙ୍କ ଆକାଉଣ୍ଟ କୁ ୬ ଲକ୍ଷ ଟଙ୍କା ପଠାଇବେ ବୋଲି କହିଥିଲେ।
ଏହି ସର୍ତ୍ତ କୁ ଯୁବକ ଜଣଙ୍କ ମାନିବା ସହିତ ଟଙ୍କା ପଠାଇବାକୁ ଲାଗିଲେ।ଶେଷରେ ଯୁବକ ଜଣଙ୍କ ନିଜ ଜୀବନ ହାରି ଦେବା ପାଇଁ ବାଧ୍ୟ ହେଲେ।
ଚିନ ର ବେଜିଂ ସହରର ଆଇଟି କମ୍ପାନୀ ର ପ୍ରତିଷ୍ଠାତା ସୁ ଜିଆଙ୍ଗ ସେ ୪୩ ବର୍ଷୀୟା ଯୁବତୀ ଙ୍କୁ ଏକ ଅନଲାଇନ୍ ଡେଟିଂ ଆପ ମାଧ୍ୟମରେ ଭେଟି ଥିଲେ।କିଛି ଦିନ କଥା ହେବା ପରେ ଉଭୟ ଭଲ ପାଇ ବସିଥିଲେ।
ପରେ ଦୁହେଁ ବିବାହ କରିବାକୁ ନିଷ୍ପତି ନେଇଥିଲେ।କିନ୍ତୁ ବିବାହ ପୂର୍ବରୁ ଯୁବତୀ ଜଣଙ୍କ ଏଭଳି ଅଜବ ସର୍ତ୍ତ ରଖିଥିଲେ।ଯାହା ଶୁଣି ଯୁବକ ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମଧ୍ୟ ସର୍ତ୍ତ ମାନିଥିଲେ।
ସର୍ତ୍ତ ରେ ଯୁବତୀ ଜଣଙ୍କ ପ୍ରତିଦିନ ତାଙ୍କ ଆକାଉଣ୍ଟ କୁ ୬ ଲକ୍ଷ ଟଙ୍କା ପଠାଇବେ ବୋଲି କହିଥିଲେ।କିଛି ମାସ ପରେ ଉଭୟଙ୍କ ବିବାହ ହୋଇଥିଲା।ହେଲେ ସମ୍ପର୍କ ଦୁଇ ମାସ ରହିଲା ନାହିଁ।ଶେଷରେ ଶୁ ଜୀବନ ହାରି ଦେଲେ।
ସେ ଏକ ନୋଟ ରେ ସବୁକଥା ଲେଖିଥିଲେ। ସେ ତାଙ୍କ ପତ୍ନୀ ଙ୍କ କାରଣରୁ ଜୀବନ ହାରିଛନ୍ତି ବୋଲି ଲେଖିଥିଲେ।ଏହାପରେ ଶୁ ଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।
ପୋଲିସ ତାଙ୍କ ପତ୍ନୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ କୋର୍ଟ ସବୁ ସମ୍ପତି ଆଉ ଟଙ୍କା ୧୨୦ ଦିନ ଭିତରେ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.