Movie prime

ହେ ଭଗବାନ, କି ଦୁଃଖ : ପୁଅ ବାହାଘର ରେ ଅଚାନକ ମୃତ୍ୟୁ କଲା ତାଣ୍ଡବ, ନେଇଗଲା ଜୀବନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମୃ-ତ୍ୟୁ କେତେବେଳେ ଓ କେଉଁ ମୁହୂର୍ତ୍ତରେ ଆସିଥାଏ ତାହା କେହି ହେଲେ ମଧ୍ୟ କହି ପାରିବେ ନାହିଁ।
ଜଣେ ବ୍ୟକ୍ତି ଏବେ ଜୀବିତ ଅଛି ହେଲେ ତାର ପର ମୁହୂର୍ତ୍ତରେ ତା ସହ କଣ ଘଟିବ ତାହା କେହି ହେଲେ ମଧ୍ୟ ଜାଣି ନାହାଁନ୍ତି। ଆଜି ଏଭଳି କିଛି ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି।
ଯାହାର ଭିଡିଓ ମଧ୍ଯ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।
ବାହାଘର ପୂର୍ବରୁ ହିଁ ଚାଲି ଯାଇଛି ବରର ଭାଇ ର ଜୀବନ। ଏହି ହସ ଖୁସୀ ର ମହୋଲ ମଧ୍ୟରେ ହଠାତ୍ ମାଡ଼ି ଆସିଲା ଦୁଃଖର କଳା ବାଦଲ। ଏଭଳି ଅଘଟଣ ଘଟିଲା ଯାହାକୁ କେହି ହେଲେ ମଧ୍ଯ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା।
ହଳଦୀ ସେରିମନି ଚାଲିଥିବା ବେଳେ ହଠାତ୍ ଚାଲି ଯାଇଥିଲା ବର ର ଭାଇର ଜୀବନ। ହାଇଦ୍ରାବାଦ ର କଳାପଥର ରେ ଘଟି ଯାଇଛି ଏଭଳି ଏକ ଅଭାବନୀୟ ଘଟଣା। ହଳଦୀ ସେରୀମନି ସମୟର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖିବାକୁ ପାଇବେ କି କିଭଳି ଭାବରେ ବିବାହ ପୂର୍ବରୁ ବର ଘରେ ବିବାହ ସମାରୋହ ଆରମ୍ଭ ହୋଇ ଯାଇଛି। ସମସ୍ତଙ୍କ ମନରେ ମଧ୍ଯ ଉତ୍ସାହ ଭରି ରହିଛି।
ବର କୁ ସମସ୍ତେ ମଧ୍ଯ ହଳଦୀ ଲଗାଇ ଦେଉଛନ୍ତି। ଏହି ସମୟରେ ନିଜ ଭାଇକୁ ହଳଦୀ ଲଗାଇବାକୁ ବଡ଼ ଭାଇ ପ୍ରସ୍ତୁତ ହେଉଥିବା ବେଳେ, ବ୍ୟକ୍ତି ଜଣକ ମଧ୍ଯ ବେଶ ଖୁସୀ ମଧ୍ୟ ଅଛନ୍ତି।
ହେଲେ ସେ ଜାଣି ନଥିଲେ କି ମୃ-ତ୍ୟୁ ତାଙ୍କର ଅତି ନିକଟରେ ବୋଲି। ବ୍ୟକ୍ତି ଜଣକ ପିଢ଼ା ଉପରେ ବସି ତାଙ୍କ ଭାଈ ଙ୍କୁ ହଳଦୀ ଲଗାଇବାକୁ ଆରମ୍ଭ କରିଥିଲେ। ହେଲେ ହଠାତ୍ ସେ ତଳେ ମୁହଁ ମାଡ଼ି ପଡି ଯାଇଥିଲେ।
ସେଠାରେ ଥିବା ଲୋକ ମାନେ ତାଙ୍କୁ ଉଠାଇ ଥିଲେ ହେଲେ ସେତେବେଳ କୁ ବ୍ୟକ୍ତି ଜଣକ ପ୍ରାଣବାୟୁ ଚାଲି ଯାଇଥିଲା। ବ୍ୟକ୍ତି ଜଣକ ସମସ୍ତ ଖୁସୀ ମଧ୍ଯ ଫସର ଫାଟି ଯାଇଥିଲା।