Movie prime

ପୁଅ ହେବା ଖୁସିରେ ଡାକ୍ତର ମିଠା ମାଗିଲେ ପରେ ଦେଖାଇଲେ ଆଉ ଏକ ଦୁନିଆ କାନ୍ଦି କାନ୍ଦି ସ୍ତ୍ରୀଙ୍କୁ ଖୋଜୁଛନ୍ତି ସ୍ଵାମୀ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଆଉ ଏହି ଖବର ବିଷୟରେ ଯେ କେହିବି ଶୁଣିବ ଅନେକ କଥା ଜାଣିପାରିବ । ଡ଼ାକ୍ତରଙ୍କୁ ଭଗବାନ ବୋଲି ମାନିଥାନ୍ତି । ସେ ହେଉଛନ୍ତି ଭଗବାନଙ୍କ ଦ୍ଵିତୀୟ ରୂପ । ମଣିଷକୁ ରୋଗରୁ ମୁକ୍ତ କରିଥାନ୍ତି ଏହି ଡାକ୍ତର । 
କିନ୍ତୁ ଯଦି ଏହି ଡାକ୍ତର ରୋଗୀର ଜୀବନ ନେଇଯିବେ ତାହେଲେ ମଣିଷ ଆଉ କାହାକୁ ବିଶ୍ବାସ କରିବ । ଏବେ ଏଭଳି କିଛି ଘଟଣା ଘଟିଛି । ଜଣେ ସ୍ବାମୀ ତାଙ୍କର ସ୍ତ୍ରୀଙ୍କୁ ନେଇ ମେଡିକାଲ ଯାଇଥିଲେ । ଆଉ ସେଠାରେ ତାଙ୍କର ପୁଅ ଜନ୍ମ ହୋଇଥିଲା ।
Special Report
ଆଉ ଏହି ପୁଅ ହେବା ଖୁସିରେ ନର୍ସମାନେ ମିଠା ମାଗିଲେ । ସେତେବେଳେ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀ କେମିତି ଅଛନ୍ତି ବୋଲି ପଚାରିଥିଲେ ଆଉ ସେ ଭଲ ଅଛନ୍ତି ବୋଲି ନର୍ସ କହିଥିଲେ । 
ହେଲେ କିଛି ସମୟ ପରେ ନର୍ସ ଆସି କହିଲେ କି ଏହି ବ୍ୟକ୍ତି ଜଣଙ୍କର ସ୍ତ୍ରୀ ଆଉ ଏହି ଦୁନିଆରେ ନାହାଁନ୍ତି ତାଙ୍କର ପ୍ରବଳ ଋତୁସ୍ରାବ ହେତୁ ତାଙ୍କର ଦେହାନ୍ତ ହୋଇଯାଇଛି । ଏହି କଥା ଶୁଣିଲା ପରେ ସ୍ବାମୀ ଜଣକ ଅଭିଯୋଗ ଆଣିଛନ୍ତି କି ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ତାଙ୍କ ସ୍ତ୍ରୀଙ୍କ ଜୀବନ ଚାଲିଯାଇଛି ।
Special Report
ଅପରେସନ ସମୟରେ ଶରୀରର କୌଣସି ଅଂଶ କଟି ଯାଇଛି ଆଉ ଯାହାଦ୍ଵାରା ବ୍ଲିଡ଼ିଂ ବନ୍ଦ ହେଲା ନାହିଁ । ଆଉ ଚାଲିଗଲା ସ୍ତ୍ରୀର ଜୀବନ ବୋଲି ବ୍ୟକ୍ତି ଜଣକ କହିଛନ୍ତି । ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ । 
Special Report
ଆଉ ସହି ପାରୁ ନାହାନ୍ତି ସ୍ବାମୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଏହି ମହିଳାଙ୍କ ଶବ ରଖି ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ମାନସପୋଲ ନିକଟରେ ଓମ୍ ସାଇ ନର୍ସିଂହୋମରେ ।
ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଏହି ମହିଳା ଜଣକ ହେଲେ ଯାଜପୁର ଥାନା ପଣସା ପଞ୍ଚାୟତ ବିଜୟ କୁମାର ରାଉତଙ୍କ ପତ୍ନୀ ରଶ୍ମିତା ରାଉତ । ଏବେ ଏହି ଡାକ୍ତରଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ମହିଳାଙ୍କ ସ୍ଵାମୀ କହିଛନ୍ତି ।