Movie prime

ଦିନକ ଆଗରୁ ପୁଅ କୁ କରିଥିଲେ ଏନକାଉଣ୍ଟର , ଆଜି ବାପା କୁ କଲେ , ଲୋକେ କହିଲେ ଯୋଗୀ ରାଜ୍ ରେ ଏମିତି ହିଁ ହୁଏ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ପୁଅ ଅସଦ ଅହମଦ ଏବଂ ତାହାର ଜଣେ ସହଯୋଗୀ ଗୁଲାମ ମହମଦ୍‌କୁ ଗୁରୁବାର ଉତ୍ତରପ୍ରଦେଶର ଝାନ୍‌ସୀରେ ଏନକାଉଣ୍ଟର କରାଯାଇଥିଲା।
ବିଏସ୍‌ପି ବିଧାୟକ ରାଜୁ ପାଲ୍‌ ହ-ତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ ହ-ତ୍ୟା ମାମଲାର ପ୍ରାୟ ୨ ମାସ ପରେ ଉତ୍ତରପ୍ରଦେଶ ସ୍ପେସାଲ ଟାସ୍କଫୋର୍ସ ଏହି ଏନକାଉଣ୍ଟର କରିଛି। ଉଭୟ ଅସଦ ଏବଂ ଗୁଲାମକୁ ଉମେଶ ପାଲ ହ-ତ୍ୟା ମାମଲାରେ ପୁଲିସ ଖୋଜୁଥିଲା।
ତେବେ ଆଜି ୟୁପି ପୁଲିସ୍‌ର ଏସଟିଏଫ କରିଥିବା ଏନକାଉଣ୍ଟରରେ ଉଭୟଙ୍କ ମୃତ୍ୟୁ ଘଟିଛି। ଉମେଶ ପାଲ ହ-ତ୍ୟା ଘଟଣାରେ ଆଜି ଅତିକ ଓ ତାଙ୍କ ଭାଇଙ୍କୁ ପ୍ରୟାଗରାଜ କୋର୍ଟରେ ହାଜର କରାଯାଇଥିକରାଯାଇଥିଲା।
କୋର୍ଟ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ କୋର୍ଟର ଶୁଣାଣି ବେଳେ ପୁଅ ଅସଦର ଏନକାଉଣ୍ଟର ଖବର ଅତିକଙ୍କ ପାଖରେ ପହଞ୍ଚିଥିଲା। ଏହି ଖବର ଶୁଣି ସେ କୋର୍ଟ ଭିତରେ ହିଁ କାନ୍ଦି ପକାଇଥିଲେ। 
ଅନ୍ୟପଟରେ ଅସଦ ଓ ଗୁଲାମର ଏନକାଉଣ୍ଟର ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଦେଇଛନ୍ତି ଉମେଶ ପାଲଙ୍କ ମା’ ଓ ପତ୍ନୀ। ଏବେ ନ୍ୟାୟ ମିଳିଲା ବୋଲି ଉଭୟ କହିଛନ୍ତି।
ପ୍ରୟାଗରାଜରେ ଉମେଶ ପାଲଙ୍କ ମା’ ଶାନ୍ତି ଦେବୀ କହିଛନ୍ତି, ନ୍ୟାୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଉଛି। ଆଗକୁ ମଧ୍ୟ ଆମକୁ ସେ ନ୍ୟାୟ ଦେବେ ବୋଲି ଆମର ଆଶା। ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି। 
ଉମେଶ ପାଲ ହେଉଛନ୍ତି ୨୦୦୫ର ତତ୍କାଳୀନ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ତର ମୁଖ୍ୟ ସାକ୍ଷୀ। ଅତିକ ଅହମଦ ଓ ତାଙ୍କ ସହଯୋଗୀମାନେ ରାଜୁଙ୍କୁ ହ-ତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ତେବେ ଚଳିତ ବର୍ଷ ଫେବୃଆରୀ ୨୪ରେ ଉମେଶ ପାଲ ଓ ତାଙ୍କ ସୁରକ୍ଷାକାର୍ଯ୍ୟରେ ନିୟୋଜତତ ୨ ଜଣ ପୁଲିସ୍‌ କର୍ମଚାରୀଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହ-ତ୍ୟା କରାଯାଇଥିଲା। ଏଥିରେ ଅତିକଙ୍କ ପୁଅ ଅସଦ ଓ ତା’ର ସହଯୋଗୀମାନେ ସାମିଲ ଥିବା କୁହାଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.