Movie prime

ହେ ଭଗବାନ : ୩୦୦ କୋଟି ପରେ ପୁଣି ମିଳିଲା ୧୦୦ କୋଟି ର ଚୋର, ଘର କାନ୍ତ ରେ ପ୍ଲାଷ୍ଟର କରି ରଖିଥିଲା ୧୦୦ କୋଟି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟିବା ରେ ଲାଗିଛି ଯାହାକି ନିଶ୍ଚିତ ଭାବରେ ଖୁବ୍ ନିନ୍ଦନୀୟ ଅଟେ।
ଏବେ ଏକ ଏଭଳି ହିଁ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ମାନେ ଜାଣି ପାରିବେ କି ଆଜିକାଲି ଲୋକମାନେ ପଇସା ପାଇଁ ସେମାନେ କିଛି ବି କରି ପାରନ୍ତି। ଏବେ ଏଭଳି ହିଁ କିଛି ଘଟିଛି।
Special Report
ୟୁପିର ମେରୁଟରେ ଜିଏସ୍ଟି ଛାଡ ମାମଲାରେ ବ୍ୟବସାୟୀ କାମାର କାଜମୀଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ବ୍ୟବସାୟୀ ୧୦୦ କୋଟିରୁ ଅଧିକ ଜିଏସ୍ଟି ଚୋରି କରିଛନ୍ତି।
ଇ-ବିଲ୍ ମାଧ୍ୟମରେ ଏହି ଚୋରି କରାଯାଇ ଥିବା ସୁଚନା ମିଳିଛି। ସିଭିଲ୍ ଲାଇନ୍ସରେ ଏନେଇ ଏକ ମାମଲା ରୁଜୁ କରାଯାଇଥିଲା , ମେରୁଟ୍ ରେ ଏହି ବ୍ୟବସାୟୀ କାମାରଙ୍କୁ ଏସଟିଏଫ୍ ଗିରଫ କରିଥିଲା।
 
ଏହା କୁହାଯାଉଛି ଯେ କାମର କାଜମୀ କିଛି ପ୍ୟାନ କାର୍ଡ ଏବଂ ଡକ୍ୟୁମେଣ୍ଟ ଆଧାରରେ ନକଲି କମ୍ପାନୀ ପଞ୍ଜୀକୃତ କରିଛନ୍ତି। ନକଲି କମ୍ପାନୀର ବ୍ୟବସାୟକୁ କାଗଜରେ ଦର୍ଶାଇ ଜିଏସ୍ଟି ଚୋରି ହୋଇଥିବା ଅଭିଯୋଗ ହୋଇଛି।
Special Report
ଏହା ମଧ୍ୟ କୁହାଯାଉଥିଲା ଯେ କାମାର ମାଫିଆ ଅଟିକ୍ ଅହମ୍ମଦଙ୍କ ସମ୍ପର୍କୀୟ। ଏଭଳି ଭାବରେ ହିଁ ସେ ଲୁଟ କରି ଲୋକ ମାନଙ୍କ ଠାରୁ କୋଟି କୋଟି ଟଙ୍କାର ଜିଏସ୍ଟି ଚୋରୀ କରି ନେଇ ଯାଇଛନ୍ତି।
 
ହେଲେ ପଚରାଉଚରା ବେଳେ କାମାର କାଜମି ପୋଲିସକୁ କହିଥିଲେ ଯେ ଅଟିକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଆଉ ସେ ମଧ୍ଯ କୌଣସି ପ୍ରକାରର ଜିଏସ୍ଟି ଚୋରୀ କରି ନାହାଁନ୍ତି ବୋଲି। ଆଉ ତାଙ୍କ ପାଖରେ ସମସ୍ତ ବିଲ୍ ମଧ୍ଯ ଅଛି।
ଏହି ଘଟଣାର ଏବେ ମଧ୍ୟ ତଦନ୍ତ ଚାଲିଛି। ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ଜଣା ପଡ଼ିବ ତେବେ ଆପଣଙ୍କୁ ଏହି ସମ୍ପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।