Movie prime

ପୁଣି ବାହାରିଲା ନବୀନ ଙ୍କ ଏହି ଚମତ୍କାର ଯୋଜନା : ଏଥର ଓଡ଼ିଶା ବାସି ଆଦର ରେ ଦେବେ ନବୀନ ଙ୍କୁ ଭୋଟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଦ୍ବାରା ରାଜ୍ୟର ୯୦ ପ୍ରତିଶତ ଲୋକ ଏଥିପ୍ରତି ବେଶ ଲାଭବାନ ହେବେ।
Special Report
ଏହା ଦ୍ବାରା ରାଜ୍ୟରୁ କେହି କେବେ ହେଲେ ମଧ୍ୟ ଉତ୍ତମ ଚିକିତ୍ସା ରୁ ବଞ୍ଚିତ ହୋଇ ପାରିବେ ନାହିଁ। ସ୍ବାସ୍ଥ୍ୟ ସହ ବିକାଶ ର ଉତ୍ତମ ସମ୍ବନ୍ଧ ରହିଛି କାରଣ ସୁସ୍ଥ ସ୍ବାସ୍ଥ୍ୟ ଭବିଷ୍ୟତର ସମୃଦ୍ଧି ବୃଦ୍ଧି କରିଥାଏ।
ରାଜ୍ୟ ରେ ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମ୍ପ୍ରସାରିତ କରାଯାଉ ଅଛି। ଏହା ଦ୍ବାରା ପ୍ରତି ବର୍ଷ ପାଇଁ ୪୫ ଲକ୍ଷରୁ ଅଧିକ ଲୋକ ସୁବିଧାରେ ମାଗଣା ଚିକିତ୍ସା ପାଇ ପାରୁଛନ୍ତି।
ଘରୋଇ ଚିକିତ୍ସାଳୟ ରେ ମଧ୍ୟ ସେମାନେ ଚିକିତ୍ସା ର ସୁଯୋଗ ପାଇ ପାରୁଛନ୍ତି। ଘରୋଇ ମେଡିକାଲ ଗୁଡିକରେ ରାଜ୍ୟସରକାର ବର୍ଷ କୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗତ ପାଞ୍ଚ ବର୍ଷରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି।
Special Report
ଏହା ଦ୍ବାରା ୨୧ ଲକ୍ଷ ରୋଗୀ ଙ୍କୁ ଦେୟମୁକ୍ତ ଚିକିତ୍ସା ଦେଇ ସାରିଛନ୍ତି। ଏବେ ଏହାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। ଏହା ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ଲୋକ ମାନଙ୍କୁ ଘରୋଇ ଡାକ୍ତରଖାନା ରେ ଦେୟମୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ।
ଗ୍ରାମାଞ୍ଚଳରେ ଯେଉଁ ମାନେ ଏହି BSKY ଯୋଜନାରେ ନାହାନ୍ତି ସେମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ। ଏହା ଦ୍ବାରା ନିଶ୍ଚିତ ଭାବରେ ଗ୍ରାମାଞ୍ଚଳ ଲୋକମାନେ ଉପକୃତ ହେବେ।
ଏହା ପଛରେ ରାଜ୍ଯ ସରକାର ଙ୍କ ଏକ ମାତ୍ର ଉଦ୍ଦେଶ୍ୟ ହେଉଛି କି ପଇସା ଅଭାବରୁ କେହି ଯେମିତି ଅବହେଳିତ ନ ହୁଅନ୍ତୁ। କାରଣ ଆଗରୁ ଏହି ପଇସା ଅଭାବରୁ ହିଁ ଅନେକ ଲୋକ ଙ୍କ ଜୀବନ ଚାଲି ଯାଉଥିଲା।
ହେଲେ ଏହି ଯୋଜନା ଆସିବା ପର ଠାରୁ ଅନେକ ଲୋକଙ୍କ ପ୍ରାଣ ବଞ୍ଚି ଯାଉଛି। ଆଉ ଏବେ ଏହାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ଲୋକ ମାନଙ୍କୁ ନିଶ୍ଚିତ ଭାବରେ ସହାୟକ ହେବ ବୋଲି କୁହା ଯାଉଛି।