Movie prime

ଓଡ଼ିଶା ର ପୁରୀ ରେ ଲୁଚିଛି ଆତିକ୍ ଅହମଦ ର ଡାହାଣ ହାତ ଗୁଡ୍ଡୁ ମୁସଲିମ, ସାହାଯ୍ୟ କରୁଚି ପୁରୀ ର ଜଣେ ସଂଦିଗ୍ଧ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅତିକ ଅହମ୍ମଦର ସୁଟର ଗୁଡ୍ଡୁ ମୁସଲିମର ଠିକଣା ଓଡ଼ିଶାରୁ ଠାବ। ଉତ୍ତରପ୍ରଦେଶର ଉମେଲ ପାଲ୍ ହ-ତ୍ୟା-କା-ଣ୍ଡର ଅନ୍ୟତମ ଅ-ଭି-ଯୁ-କ୍ତ ହେଉଛି ଗୁଡ୍ଡୁ ମୁସଲିମ୍। ଉମେଶ ପାଲ୍ ହ-ତ୍ୟା-କା-ଣ୍ଡ ପରଠୁ ଫେରାର ଥିଲା ଗୁଡ୍ଡୁ ମୁସଲିମ।
ଅତିଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମର ଏନକାଉଣ୍ଟର ପରେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିବା ଗୁଡୁ ମୁସଲିମର ଶେଷ ଠିକଣା ପୁରୀରେ ଥିଲା। ସେ ବିଭିନ୍ନ ରାଜ୍ୟରେ ଲୁଚିବା ପରେ ଶେଷରେ ପୁରୀରେ ଆଶ୍ରୟ ନେଇଥିଲା। 
ତେବେ ତା’କୁ ଟ୍ରାକ୍‌ କରି ଉତ୍ତର ପ୍ରଦେଶ ଏସଟିଏଫ ପୁରୀରେ ପହଞ୍ଚିଲା ବେଳକୁ ସେ ଫେରାର ହୋଇଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ଉମେଶ ପାଲ ହ-ତ୍ୟା-କା-ଣ୍ଡ ଘଟଣାର ୧୦ ଅ-ଭି-ଯୁ-କ୍ତଙ୍କ ମଧ୍ୟରୁ ଗୁଡୁ ମୁସଲିମ ଅନ୍ୟତମ।
Special report
୧୦ ଅ-ଭି-ଯୁ-କ୍ତଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇଥିବା ବେଳେ ଗୁଡୁ ମୁସଲିମ ସମେତ ଆଉ ୪ ଅ-ଭି-ଯୁ-କ୍ତ ଏବେ ଫେରାର ଅଛନ୍ତି। ଗୁଡୁ ମୁସଲିମ ଜଣେ ବୋମା ବିଶେଷଜ୍ଞ ଭାବେ ପରିଚିତ। 
ସେ ଉମେଶ ପାଲଙ୍କୁ ପ୍ରୟାଗରାଜରେ ହ-ତ୍ୟା କରିବା ପୂର୍ବରୁ ପ୍ରଥମେ ବୋମା ମାଡ଼ କରିଥିଲା। ଏହାର ସିସିଟିଭି ଫୁଟେଜ ମଧ୍ୟ ରହିଛି। ଗୁଡୁ ମୁସଲିମକୁ ଧରିବା ପାଇଁ ପୁଲିସ୍‌ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।
ସେପଟେ ଉମେଶ ପାଲ ହତ୍ୟା ମାମଲାରେ ଦୋଷୀ ଥିବା ୧୦ ଜଣଙ୍କ ମଧ୍ୟରୁ ଆତିକ୍ ଓ ତାର ଭାଇ ଅସରଫ୍ କୁ ମିଶାଇ ମୋଟ ୬ ଜଣଙ୍କର ମୃ-ତ୍ୟୁ ହୋଇସାରିଲାଣି। 
ବାକି ଜୀବିତ ଥିବା ୪ ଜଣଙ୍କ ମଧ୍ୟରୁ ଗୁଡୁ ମୁସଲିମ ହେଉଛି ଅନ୍ୟତମ। ସେପଟେ ଆତିକ୍ ର ହ-ତ୍ୟା ପରଠୁ ତାର ପତ୍ନୀ ସାହିସ୍ତା ମଧ୍ୟ ଫେରାର ଅଛି। ତେବେ ସାହିସ୍ତା ଓ ଗୁଡୁ ଏକାସାଙ୍ଗରେ ରହିଥିବା ଜାତୀୟ ଗଣମାଧ୍ୟମ ଗୁଡିକରେ ଚର୍ଚ୍ଚା ହେଉଛି।
ତେବେ ଆତିକ୍ ର ସହଯୋଗୀ ଗୁଡୁ ମୁସଲିମ ପୁରୀରେ ଲୁଚିବା କଥା ସତ କି ସେ ପୋଲିସ କୁ ଚକମା ଦେବାପାଇଁ ଏଭଳି କରିଛି ତାହା ଦେଖିବାକୁ ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.