Movie prime

ରାଗରେ ନିଆଁ ବାଣ ହୋଇଗଲେ ସୁର,କହିଲେ ସେ ପାଣ୍ଡିଆନ ଯଦି ଜଟଣୀ ରେ ପାଦ ଦେବ ମୁ ରାଜନୀତି ଛାଡ଼ିଦେବି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ପାଣ୍ଡିଆନ ଙ୍କ ବିଭିନ୍ନ ସ୍ଥାନ କୁ ଗସ୍ତ କରିବାକୁ ନେଇ ପ୍ରତ୍ୟେକ କ୍ଷେତ୍ରରେ ଘୋର ବିରୋଧ ଦେଖିବାକୁ ମିଳୁଛି।
Special report
ପାଣ୍ଡିଆନ ଏବେ ଖୋର୍ଦ୍ଧାର ଜଟଣୀ ଯିବେ ଆଉ ସେଠାରେ ଯେଉଁ ଇନ୍ଦୋର ଯେଉଁ ଇନ୍ଦୋର ଷ୍ଟାଡିୟମ୍ ଅଛି ତାହାକୁ ଉଦ୍ଘାଟନ ମଧ୍ୟ କରିବେ। ଏହି ସମ୍ପର୍କରେ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି କି ଏଥିରେ ତାଙ୍କର କିଛି ଆପତ୍ତି ନାହିଁ।
ମାତ୍ର ସୁର ରାଉତ ରାୟ କହିଥିଲେ କି ଦୀର୍ଘ ବାର ବର୍ଷ ହେବ ସେମାନେ ସଂଗ୍ରାମ କରି ଆସୁଛନ୍ତି। ସେମାନେ ଅନେକ ଆନ୍ଦୋଳନ କରି ଜେଲ ମଧ୍ଯ ଯାଇଥିଲେ। ଆଉ ସରକାର ମଧ୍ୟ ଜମି ଗୁଡ଼ିକ ଫେରାଇ ଦେବେ ବୋଲି କହିଥିଲେ
 ମାତ୍ର ଏବେ ପର୍ଯ୍ୟନ୍ତ ସେ ଜମି ଫେରାଇଲେ ନାହିଁ। ଯେଉଁ ସବୁ କାର୍ଯ୍ୟ ସରି ସାରିଛି ଆଉ ସେସବୁ ସେମାନେ କରି ସାରିଛନ୍ତି ଏବେ ତାହାକୁ ଉଦ୍ଘାଟନ କରିବା ପାଇଁ ପାଣ୍ଡିଆନ ଯିବେ। ହେଲେ ଏଥିରେ ସୁର ରାଉତ ରାୟ ଙ୍କ କିଛି ଆପତ୍ତି ନାହିଁ।
Special report
ମାତ୍ର ସୁର ରାଉତ ରାୟ କହିଥିଲେ କି ଯିବା ପୁର୍ବରୁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ,କି ୨୦୧୨ ରୁ ତାଙ୍କର ସ୍ଥିତିବାନ ସମ୍ପତ୍ତି ଯାହାକି ଶ୍ରୀ ଜଗନ୍ନାଥ ନାମରେ ହୋଇଛି।
ସେ ଜମି କୁ ଫେରାଇ ଦେବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା ତାହାକୁ ମୂଖ୍ୟମନ୍ତ୍ରୀ ଙ୍କ ଠାରୁ ଯଦି ଦସ୍ତଖତ କରାଇ ଫେରାଇ ଦିଅନ୍ତି ତେବେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇବେ। ଆଉ ଯେଉଁ କାମ ଗୁଡ଼ିକ ସରି ସାରିଛି ଜଟଣୀ ସହରରେ,
ଯଦି ସେହି କାମ ଗୁଡ଼ିକୁ ଯାଇ ସେଠାରେ ରଙ୍ଗ ବୋଳା ଯିବ ତେବେ ଏହାକୁ ସୁର ରାଉତ ରାୟ ସହ୍ୟ କରି ପାରିବେ ନାହିଁ ବୋଲି ମଧ୍ୟ କହିଥିଲେ। ଆଉ ଏଥର ସେମାନେ ଚୁପ୍ ରହି ଯିବେ କିନ୍ତୁ ଆଗାମୀ ଦିନରେ
ଯେତେବେଳେ ପାଣ୍ଡିଆନ ଆଉ ଥରେ ଜଟଣୀ ସହର ଆସିବାକୁ ଚାହିଁବେ ସେତେବେଳେ ସେ ଜଟଣୀ ସହରକୁ ପୁରେଇ ଦେବେ ନାହିଁ ବୋଲି ସଂପୂର୍ଣ୍ଣ ଭାବରେ ବାରଣ କରି ଦେଇଥିଲେ। ସୁର ରାଉତ ରାୟ ଙ୍କ ଏଭଳି କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.