ତାତିଲେ ପ୍ରଦୀପ ପାଣିଗ୍ରାହୀ !! ଦମ୍ ଅଛି ଯଦି ପ୍ରକୃତ ଜାଗା କୁ ଯା ପାଣ୍ଡିଆନ, ମିଛ ରେ କଣ ଅଭିଯୋଗ ପତ୍ର ନେବା ନାଟକ କରୁଚୁ
Updated: Sep 29, 2023, 16:33 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୂର୍ବତନ ବିଜେଡ଼ି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏଭଳି କିଛି କଥା କହିଛନ୍ତି ଯାହାକି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ କହିଛନ୍ତି ଅନେକ ଲୋକ ଏବେ ଦାବୀ ଧରି ବସିଛନ୍ତି।
ହେଲେ ତାଙ୍କର ଦାବୀ ପୂରା କରାଯାଉ ନାହିଁ। ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଡ଼୍ରାଇଭର ମାନେ ମଧ୍ୟ ଆନ୍ଦୋଳନ ରେ ବସିଛନ୍ତି।ହେଲେ ତାଙ୍କ ଦାବୀ ପ୍ରତି କେହି ଦୃଷ୍ଟି ଦେଇ ନାହାଁନ୍ତି।
ସେ ଏହା ମଧ୍ଯ କହିଛନ୍ତି କି ସରକାର 6T କଥା କହୁଥିଲେ। ହେଲେ ଏବେ ଆଉ 6T କଥା ଶୁଣିବାକୁ ମିଳୁ ନାହିଁ। ସେଥିପାଇଁ ପୂର୍ବତନ ବିଜେଡ଼ି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏଭଳି କିଛି କଥା କହିଛନ୍ତି କି 5T କୁଆଡେ ଯାଇଛି।
ଏଥି ନିମନ୍ତେ ସେ 5T ସଚିବ କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି କି ନିର୍ବାଚନ ପାଇଁ ବିଜେଡ଼ି ଯେଉଁ ଯୋଜନା କରିଥିଲେ ତାହା ଉପରେ ଅମିତ ଶାହା ପାଣି ମଧ୍ୟ ପକାଇ ଦେଇଥିଲେ। ଯାହା ଫଳରେ ତାଙ୍କର ସ୍ବପ୍ନ ମଧ୍ଯ ପାଣି ଫୋଟକା ଭଳି ଫାଟି ଯାଇଥିଲା।
ଏହାପରେ ସେ କହିଥିଲେ କି 5T ସଚିବ ୪୦୦ ରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। ଆଉ ଏବେ ଯେଉଁ ବିଧାନ ସଭା ଅଧିବେଶନ ବସିଛି ଏଥିରେ ମଧ୍ୟ ନୁଆ ନୁଆ ଯୋଜନା ମଧ୍ୟ ଆଗକୁ ଆସିବାକୁ ଯାଉଛି।
ସେଥିପାଇଁ ସେ କହିଥିଲେ କି ଆମର 5T ପାଇଁ ସେଭଳି କିଛି ଯୋଜନା ନଥିଲା। ଆଉ ସେ କହିଥିଲେ କି ଏବେ ଦିନକୁ ଦିନ ମୁଖ୍ୟମନ୍ତ୍ରୀ ଙ୍କ ହାତରୁ ମଧ୍ୟ ଶାସନ ଭାର ମଧ୍ୟ ଖସିବାକୁ ଲାଗିଛି। ଏହା ଏକ ଚିନ୍ତାର ବିଷୟ।
ପ୍ରଦୀପ ପାଣିଗ୍ରାହୀ ଙ୍କ ଏହି ଭିଡିଓ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହି ସମ୍ପର୍କରେ ଅନେକ ଲୋକ ମଧ୍ୟ ପ୍ରଦୀପ ପାଣିଗ୍ରାହୀ ଙ୍କୁ ସମର୍ଥନ କରିଛନ୍ତି। ଏବଂ ସେ କହିଥିବା କଥାର ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ତେବେ ପ୍ରଦୀପ ପାଣିଗ୍ରାହୀ ଏହି ଯେଉଁ କଥା କହିଛନ୍ତି ଏହା ପ୍ରତି ଆପଣ କଣ ପ୍ରତିକ୍ରିୟା ଦେବାକୁ ଚାହିଁବେ ତାହା ଆପଣ ଆମକୁ ଆଦୌ ଜଣାଇବାକୁ ଭୁଲି ଯିବେ ନାହିଁ।